ପ୍ରମୂଖ ଖବର
  • ଜଗନ ମୋହନ ରେଡ୍ଡୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା, ହୋଇପାରନ୍ତି ଗିରଫ
  • ||
  • ଦକ୍ଷିଣ ମୋଡ଼ ନେଇ ନାକଚଣା ଦ୍ୱାରରେ ଲାଗିଲା ତାଳଧ୍ୱଜ, ଦର୍ପଦଳନ, ଆଜି ନନ୍ଦିଘୋଷର ଦକ୍ଷିଣ ମୋଡ଼
  • ||
  • ଆସୁଛି ଲଘୁଚାପ: ରବିବାରଠାରୁ ରାଜ୍ୟରେ ପ୍ରବଳ ବର୍ଷା, ୧୫ରୁ ୨୧ ଯାଏଁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||

ସାପ ଧରାଳି ମିର୍ଜା ଅରିଫ ମହମ୍ମଦ ଗିରଫ, ସୋସିଆଲ ମିଡିଆ ଆକାଉଣ୍ଟ ବନ୍ଦ ପାଇଁ ନିର୍ଦ୍ଦେଶ

ଭଦ୍ରକ,୨୪/୦୩: ଭଦ୍ରକ ସହରର ପୁରୁଣା ବଜାର ଅଞ୍ଚଳର ଜଣାଶୁଣା ସାପ ଧରାଳି ମିର୍ଜା ଅରିଫ ମହମ୍ମଦଙ୍କୁ ଶନିବାର ବନବିଭାଗ ଗିରଫ କରିଛି । ଡିଏଫ୍‌ଓ  ସୌଭାଗ୍ୟ କୁମାର ସାହୁଙ୍କ ସୂଚନା ଅନୁଯାୟୀ ଅରିଫ ବିନା ସାର୍ଟିଫିକେଟ୍‌ରେ ଦୁଇଟି ତମ୍ପ ସାପ ଧରିଥିଲେ । ତାଙ୍କୁ ୱାଇଲ୍ଡଲାଇଫ୍‌ ଆକ୍ଟ ୯ ଅନୁଯାୟୀ ଗିରଫ କରାଯାଇଛି । 




ମିର୍ଜା ଅନେକ ସମୟରେ ସାପ ଧରିବାର ଭିଡିଓକୁ ନିଜ ସୋସିଆଲ ମିଡିଆ ସାଇଟ୍‌ ଓ ୟୁଟ୍ୟୁବ୍‌ ଚାନେଲ  ମାଧ୍ୟମରେ ପ୍ରଦର୍ଶିତ କରୁଥିବା କେତେକ ପଶୁପ୍ରେମୀ ଅଭିଯୋଗ କରି ଆସୁଥିଲେ । ନିକଟରେ ରାଜ୍ୟ ସରକାରଙ୍କ ଦ୍ୱାରା ବନ୍ୟପ୍ରାଣୀଙ୍କ ସହ ଫଟୋ ଉଠାଇବା ଓ ସୋସିଆଲ ମିଡିଆରେ ପୋଷ୍ଟ କରିବା ଆଇନ୍‌ତଃ ଅପରାଧ ବୋଲି ଘୋଷଣା କରାଯାଇଥିଲା । ଯାହାକୁ ନେଇ ବନ ବିଭାଗ ଏବେ ତତ୍ପର ହୋଇ ଉଠିଛି । ସାପ ଧରାଳିଙ୍କ ଦୁଇଟି ସୋସିଆଲ ମିଡିଆ ଆକାଉଣ୍ଟ ବନ୍ଦ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ବନ ବିଭାଗ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.