ପ୍ରମୁଖ ଖବର
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ବେଆଇନ ବାଣ କାରଖାନା ଉପରେ ଚଢାଉ, ୧୦ ବସ୍ତାରୁ ଉର୍ଦ୍ଧ୍ଵ ବାଣ ଜବତ

ଚାନ୍ଦବାଲି, ୦୮/୧୧ : ବେଆଇନ ବାଣ କାରଖାନା ଉପରେ ଚଢାଉ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ପଳାସପୁର ଗାଁରେ ବେଆଇନ ବାଣ କାରଖାନା ଉପରେ ମତୋ ଏବଂ ଚାନ୍ଦବାଲି ପୋଲିସ ମିଳିତ ଚଢ଼ାଉ କରିଛି। ଏହି ସମୟରେ ୧୦ ବସ୍ତାରୁ ଉର୍ଦ୍ଧ୍ଵ ବାଣ ଜବତ ହୋଇଛି। ବାଣ କରିଗର ଫେରାର ହୋଇଯାଇଛି।

ସୂଚନାନୁଯାୟୀ, ଖେରଙ୍ଗ ପଞ୍ଚାୟତ ପଳାଶପୁରରେ ବେଆଇନ ବାଣ କାରଖାନା ଉପରେ ଅଚାନକ ଚଢ଼ାଉ କରାଯାଇଛି। ୧୦ ବସ୍ତାରୁ ଉର୍ଦ୍ଧ୍ଵ ବାଣ ସହ କିଛି ବାରୁଦ ଏବଂ ବାଣ ତିଆରି ଜିନିଷ ପତ୍ର ଜବତ ହୋଇଛି। ଆଗକୁ ଦୀପାବଳୀ ଥିବାରୁ ବାଣ କାରିଗରମାନେ ବେଆଇନ ଭାବେ ଲୁଚିଛପି ବାଣ ତିଆରି କରୁଛନ୍ତି। ଚାନ୍ଦବାଲି ପୋଲିସ ଖବରପାଇ ଚଢାଉ କରିଛି। ଚାନ୍ଦବାଲି ଥାନା ଅଧିକାରୀ ପଞ୍ଚାନନ ମହାନ୍ତି, ଅତିରିକ୍ତ ତହସିଲଦର ଠାକୁର ଦାସ, ଫାଣ୍ଡି ଅଧିକାରୀ ବୁଦ୍ଧିରାମ ମହାନ୍ତି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.