ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପ୍ରବଳ ଗରମରୁ ମିଳିବ ଆଶ୍ବସ୍ତି, ଏହି ସବୁ ରାଜ୍ୟରେ ବର୍ଷା-ପବନ ନେଇ ଆଇଏମ୍‌ଡିର ପୂର୍ବାନୁମାନ

ନୂଆଦିଲ୍ଲୀ,୪।୫: ପ୍ରବଳ ଗରମ ଭିତରେ ଭାରତୀୟ ପାଣିପାଗ ବିଭାଗ(ଆଇଏମଡି)ର ଆଶ୍ବସ୍ତିଜନକ ଖବର। ୬ ମଇରୁ ବଙ୍ଗୋପସାଗର ଓ ଉତ୍ତର ପୂର୍ବ ଭାରତରେ ବର୍ଷା ଓ ପବନ ବୋହିବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଆଗକୁ  ଓଡିଶା, ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ, ଦିଲ୍ଲୀ-ଏନ୍‌ସିଆର ବ୍ୟତୀତ ଆସାମ, ସିକ୍କିମ, ମଣିପୁର ସହିତ ବହୁ ରାଜ୍ୟର ଲୋକ ଗରମରୁ ଆଶ୍ବସ୍ତି ପାଇବେ। 

ଆଇଏମ୍‌ଡି କହିଛି, ଆଗାମୀ ୫ ଦିନରେ ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ସିକ୍କମ, ନାଗାଲାଣ୍ଡ, ମଣିପୁର, ମିଜୋରାମ ଓ ତ୍ରିପୁରାରେ ହାଲକାରୁ ମଧ୍ୟମ ଧରଣର ବର୍ଷା ସହିତ ଜୋରରେ ପବନ ବୋହିବ। ଏହି ସମୟରେ ପବନର ଗତି ୪୦-୫୦ କିଲୋମିଟର ପ୍ରତି ଘଣ୍ଟା ରହିପାରେ।  

ଏହାଛଡା ଜମ୍ମୁ-କଶ୍ମୀର, ଲଦାଖ, ମୁଜଫରାବାଦ, ଉତ୍ତରାଖଣ୍ହ ଓ ହିମାଚଳ ପ୍ରଦେଶରେ ଘଡଘଡି ସହ ହାଲକା ବର୍ଷା ହେବାର ସମ୍ଭାବନା ରହିଛି। ଶନିବାର ହରିୟାଣା, ଚଣ୍ଡୀଗଡ ଓ ପଞ୍ଜାବରେ ମଧ୍ୟ ଅଲଗା ଅଲଗା ସ୍ଥାନରେ ହାଲକା ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ପବନର ଗତି ୩୦-୪୦ କିଲୋମିଟର ପ୍ରତିଘଣ୍ଟା ରହିପାରେ।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.