ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଇମ୍ରାନ ଖାନଙ୍କୁ ବଡ଼ ଆଶ୍ୱସ୍ତି , ହାଇକୋର୍ଟ ସିଫର ମାମଲାରେ କଲେ ଦୋଷ ମୁକ୍ତ

ଇସଲାମାବାଦ : ପାକିସ୍ତାନର ତେହରିକ୍‌ –ଏ-ଇନସାଫ୍‌ର ସଂସ୍ଥାପକ ଇମ୍ରାନ ଖାନ ଓ ପାର୍ଟି ନେତା ଶାହ ମହମୁଦ କ୍ୟୁରେଶୀଙ୍କୁ ଇସଲାମାବାଦ ହାଇକୋର୍ଟଙ୍କ ଠାରୁ ମିଳିଛି ବଡ଼ ଆଶ୍ୱସ୍ତି। କୋର୍ଟ ସିଫର ମାମଲାରେ ପିଟିଆଇର ଉଭୟ ନେତାଙ୍କୁ ସୋମବାର ମୁକ୍ତ କରି ଦେଇଛନ୍ତି। ହାଇକୋର୍ଟଙ୍କ ଚିଫ୍‌ ଜଷ୍ଟିସ୍‌ ଆମିର ଫାରୁକ୍ ଓ ଜଷ୍ଟିସ୍‌ ମିୟାଙ୍ଗୁଲ ହସନ ଔରଙ୍ଗଜେବଙ୍କ ମିଳିତ ବେଞ୍ଚ ମାମଲାର ଶୁଣାଣି କରିଛନ୍ତି। ପୀଠ ସିଫର ମାମଲାରେ ସଜାର ବିରୋଧରେ ଇମ୍ରାନ ଖାନ ଓ ଶାହ ମହମୁଦ କ୍ୟୁରେଶୀଙ୍କ ଅପିଲ ସ୍ୱୀକାର କରିବା ପରେ ନିଜର ନିଷ୍ପତ୍ତି ଶୁଣାଇଛନ୍ତି। ହେଲେ , ତୋଶଖାନା ଓ ଇଦ୍ଦତ ମାମଲାରେ ସଜା କାରଣରୁ , ପିଟିଆଇର ଉଭୟ ନେତା ଜେଲରୁ ମୁକ୍ତ ହେବାର ଆଶା ନାହିଁ। କହି ରଖୁଛୁ କି , ପାକିସ୍ତାନର ପୂର୍ବତନ ବିଦେଶ ମନ୍ତ୍ରୀ ଶାହ ମହମୁଦ କ୍ୟୁରେଶୀଙ୍କୁ ନିକଟରେ ୯ ମେ’ର ମାମଲାରେ ଗିରଫ କରାଯାଇଛି।

ଏହା ପୂର୍ବରୁ , ଇମ୍ରାନ ଖାନଙ୍କ ଓକିଲ ଗୋପନୀୟ କାଗଜପତ୍ର ଲିକ୍‌ କରାଯିବା ମାମଲାରେ ତଳ କୋର୍ଟଙ୍କ ନିଷ୍ପତ୍ତିରେ ଥିବା ତ୍ରୁଟି ଆଡ଼କୁ ଇସାରା କରିଥିଲେ। ସେ କହିଥିଲେ ଯେ ବିଦେଶୀ ଶକ୍ତିକୁ ଖୁସି କରାଇବାକୁ ପିଟିଆଇ ସଂସ୍ଥାପକ ଓ କ୍ୟୁରେଶୀଙ୍କୁ ଏହି ମାମଲାରେ ସଜା ଶୁଣା ଯାଇଥିଲା। ପାକିସ୍ତାନ ମୁସଲିମ୍‌ ଲିଗ୍‌(ନୱାଜର) ପୂର୍ବତନ ସରକାର ବେଳେ ସଂଘୀୟ ଯାଞ୍ଚ ଏଜେନ୍ସି  ସିଫରର ଦୁରୁପଯୋଗ ପାଇଁ ଖାନ୍‌ ଓ କ୍ୟୁରେଶୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ଖାନ୍‌ ଓ କ୍ୟୁରେଶୀଙ୍କ ଗୋପନୀୟତା କାଗଜପତ୍ର ଲିକ୍ କରିବା ମାମଲାରେ ୧୦ ବର୍ଷର ସଜା ଶୁଣାଯାଇ ଥିଲା। ତାଙ୍କର ଓକିଲ ସଲମାନ ସଫଦର କହିଛନ୍ତି କି, ପୂର୍ବତନ ପ୍ରଧାନମନ୍ତ୍ରୀ ଖାନଙ୍କୁ ପୂର୍ବର ଆମେରିକୀୟ ପ୍ରଭାରୀ ଦୂତଙ୍କ ନିର୍ଦ୍ଦେଶରେ ଜେଲ୍‌ରେ ରଖାଯାଇଛି। 

ଅନ୍ୟପଟେ ପାକିସ୍ତାନର ଏକ ଅଦାଲତ ପୂର୍ବତନ ପ୍ରଧାନମନ୍ତ୍ରୀ ଓ ତାଙ୍କର ପାର୍ଟିର ଅନ୍ୟ ନେତାଙ୍କୁ ମାର୍ଚ୍ଚ ୨୦୨୨ରେ ବିରୋଧ ରାଲି ବେଳେ ଭଙ୍ଗାରୁଜା କରିବା ସହ ଜଡ଼ିତ ମାମଲାରେ ମୁକ୍ତ କରି ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.