ପ୍ରମୁଖ ଖବର
  • ଜମ୍ମୁ-କାଶ୍ମୀରକୁ ଖୁବ୍‌ଶୀଘ୍ର ମିଳିବ ପୂର୍ଣ୍ଣ ରାଜ୍ୟ ମାନ୍ୟତା, ଉଦ୍ଧମପୁରରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା
  • ||
  • କାଳିକାଦେବୀ ସାହିରେ ବୁଲେ ମାଟିମଣ୍ଡପ ସାହି ପଟୁଆର, ଆଜି ବାଲିସାହି-ହରଚଣ୍ଡି ସାହି ଶାନ୍ତି କମିଟି ବୈଠକ
  • ||
  • ପ୍ୟାରିସ ଅଲିମ୍ପିକ୍ସ: ୧୭ରେ ବିକ୍ରି ହେବ ୨୫୦,୦୦୦ ଟିକେଟି
  • ||
  • ଗ୍ରୀଷ୍ମ ଛୁଟିରେ ଅନ୍‌ଲାଇନ୍‌ କ୍ଲାସ୍‌, ଆଜି ପ୍ରଧାନଶିକ୍ଷକମାନଙ୍କ ବୈଠକରେ ହେବ ଆଲୋଚନା
  • ||
  • ତୃତୀୟ ପର୍ଯ୍ୟାୟ ନିର୍ବାଚନ: ଶୁକ୍ରବାର ପ୍ରକାଶ ପାଇବ ବିଜ୍ଞପ୍ତି, ଆରମ୍ଭ ହେବ ନାମାଙ୍କନ ପ୍ରକିୟା
  • ||
  • ଜାତୀୟ ପଥପ୍ରାନ୍ତ ନାଟକ ଦିବସ: ସରକାରୀ ସ୍ୱୀକୃତିକୁ ଅପେକ୍ଷା, ଅନେକ ଦାବି ପରେ ବି ଅବହେଳିତ
  • ||
  • ଦିଲ୍ଲୀ ମଦ ନୀତି ମାମଲା: ଆଜି କୋର୍ଟରେ ହାଜର ହେବେ ବିଆର୍‌ଏସ୍‌ ନେତ୍ରୀ କେ.କବିତା, ରିମାଣ୍ଡ ଆବେଦନ କରିବ CBI
  • ||
  • IPL 2024: ସୁପରଜାଏଣ୍ଟ୍‌ସ - କ୍ୟାପିଟାଲ ଲଢ଼େଇ, ଏକାନ୍ନାରେ ଚ୍ୟାଲେଞ୍ଜ ହେବ ସ୍ପିନ
  • ||
  • ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ କମଳା ଦାସଙ୍କ ପରଲୋକ, ୭୯ ବର୍ଷ ବୟସରେ କଲେ ଶେଷ ନିଶ୍ୱାସ ତ୍ୟାଗ
  • ||
  • ବଦଳିବ ପାଣି ପାଗ ମିଜାଜ୍: ୪ ଦିନରେ ୮ ଡିଗ୍ରୀ ବଢ଼ିପାରେ ତାପମାତ୍ରା, ପୁଣି କଲବଲ କରିବ ତାତି
  • ||

‘ଦଲ୍‌ଦଲ୍‌’ରେ ଜଲୱା ଦେଖାଇବେ ଭୂମି, ପୁଲିସ ଅଧିକାରୀ ଭୂମିକାରେ ଆସିବେ ନଜର

ନୂଆଦିଲ୍ଲୀ ୨୫/୦୩: ୨୦୧୫ରେ ‘ଦମ୍‌ ଲଗା କେ ହୈଶା’ ଫିଲ୍ମ ମାଧ୍ୟମରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ଅଭିନେତ୍ରୀ ଭୂମି ପେଡ୍‌ନେକର । ସେହି ଫିଲ୍ମରେ ତାଙ୍କର ଅଭିନୟକୁ ଉଭୟ ଦର୍ଶକ ଓ ସମୀକ୍ଷକ ପ୍ରଶଂସା କରିଥିଲେ । ତା’ପରେ ‘ଟୟଲେଟ୍‌: ଏକ ପ୍ରେମ କଥା’, ‘ଶୁଭ ମଙ୍ଗଳ ସାବଧାନ’, ‘ଦ ଲେଡି କିଲର୍‌’ ଭଳି ଫିଲ୍ମ ଭେଟି ଦେଇ ଭୂମି ଏବେ ବଲିଉଡ୍‌ର ଆଗଧାଡ଼ିର ଅଭିନେତ୍ରୀଙ୍କ ମଧ୍ୟରୁ ଅନ୍ୟତମ । ଆଗକୁ ଭୂମିଙ୍କୁ ଅପ୍‌କମିଂ ୱେବସିରିଜ୍‌ ‘ଦଲଦଲ୍‌’ରେ ଜଣେ ପୁଲିସ ଅଧିକାରୀଙ୍କ ଚରିତ୍ରରେ ଦେଖିବାକୁ ମିଳିବ । ଅମ୍ରିତ ରାଜ ଗୁପ୍ତାଙ୍କ ନିର୍ଦ୍ଦେଶନାରେ ଏକ ପୁସ୍ତକ ଉପରେ ଆଧାରିତ ଏହି ଶୋ’ରେ ତାଙ୍କ ଅଭିନୟ ଦକ୍ଷତାର ଏକ ଭିନ୍ନ ଦିଗକୁ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ଚାଲିଛି ।

ଏହି ପ୍ରୋଜେକ୍ଟ ସଂପର୍କରେ ଭୂମି ମଧ୍ୟ ଖୁବ୍‌ ଆଗ୍ରହ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ମୁଁ ସବୁବେଳେ ଚାଲେଞ୍ଜକୁ ପସନ୍ଦ କରେ । ମୋର ଡେବ୍ୟୁ ଫିଲ୍ମରୁ ଦର୍ଶକମାନେ ତାହା ଦେଖିଥିବେ । ମୁଁ ଭାବୁଛି ବର୍ତ୍ତମାନ ହେଉଛି କଣ୍ଟେଣ୍ଟ ବା ବିଷୟବସ୍ତୁର ଯୁଗ । ଏଭଳିକ୍ଷେତ୍ରରେ ଅଭିନେତା/ ଅଭିନେତ୍ରୀଙ୍କ ନିକଟରେ ଦମଦାର୍‌ କଣ୍ଟେଣ୍ଟକୁ ଭରପୁର ବିନିଯୋଗ କରି ନିଜର ଉତ୍କର୍ଷତା ପ୍ରତିପାଦନ କରିବାର ଅନେକ ସୁଯୋଗ ରହିଛି । ମୋ’ ଅଭିନୟ ଦକ୍ଷତାକୁ ଏକ ନୂଆ ଶିଖରକୁ ନେଇଯିବା ଲାଗି ‘ଦଲଦଲ୍‌’ଉପଯୁକ୍ତ ପ୍ରୋଜେକ୍ଟ ବୋଲି ମୁଁ ମନେ କରୁଛି । ପୂରା ଆତ୍ମବିଶ୍ୱାସର ସହ ସେହି ଭୂମିକା ଲାଗି ପ୍ରସ୍ତୁତ ହେଉଛି । ସେହିପରି ‘ଟଏଲେଟ୍‌: ଏକ ପ୍ରେମ୍‌ କଥା’ର ପ୍ରଯୋଜକ ବିକ୍ରମ ମଲହୋତ୍ରାଙ୍କ ସହିତ ପୁଣିଥରେ କାମ କରିବା ସୌଭାଗ୍ୟର କଥା ବୋଲି ସେ ପ୍ରକାଶ କରିଛନ୍ତି । 

‘ଦଲଦଲ୍‌’ରେ ଭୂମିଙ୍କୁ ଜଣେ ଏଭଳି ପ୍ରଭାବଶାଳୀ ମହିଳାଙ୍କ ଚରିତ୍ରରେ ଦେଖିବାକୁ ମିଳିବ ଯିଏକି ମୁମ୍ବାଇର ଡିସିପି ଭାବେ କାମ କରୁଛନ୍ତି । କେତେଗୁଡି଼ଏ ହତ୍ୟାକାଣ୍ଡର ତଦନ୍ତ କରିବା ସମୟରେ ସେ ନିଜର ଅତୀତକୁ ସାମ୍ନା କରୁଛନ୍ତି । ପରବର୍ତ୍ତୀ ସମୟରେ ଏକ ସିରିଏଲ୍‌ କିଲର ସହ ସେ ମୁହାମୁହିଁ ହେଉଛନ୍ତି । ଏହି ୱେବ୍‌ସିରିଜ୍‌ ଆମାଜନ ପ୍ରାଇମ୍‌ ଭିଡିଓରେ ଆସିବ । ଇତିମଧ୍ୟରେ ଭୂମିଙ୍କୁ ‘ଭକ୍ଷକ’ରେ ତାଙ୍କର ଭୂମିକା ଲାଗି ଉଚ୍ଚ ପ୍ରଶଂସା କରାଯାଉଛି । ସେଥିରେ ତାଙ୍କୁ ଜଣେ ସାମ୍ବାଦିକାଙ୍କ ରୋଲ୍‌ରେ ଦେଖିବାକୁ ମିଳିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.