ପ୍ରମୁଖ ଖବର
  • ଫେରିଲା ଗ୍ରୀଷ୍ମ ପ୍ରବାହ, ୩୧ ଯାଏଁ ତାପମାତ୍ରା ୨ ରୁ ୪ ଡିଗ୍ରୀ ବଢିବ, ଗୁଳୁଗୁଳି ସାଙ୍ଗକୁ କଲବଲ କରିବ ତାତି
  • ||

ସୀମାନ୍ତରେ ଇନାମୀ ୩୦ଜଣ ମାଓବାଦୀ ସଂଗଠନ ଛାଡ଼ି ଆତ୍ମ ସମର୍ପଣ କଲେ

ମାଲକାନଗିରି, ୧୪/୫ : ମାଲକାନଗିରି ଜିଲ୍ଲା ସୀମାନ୍ତରେ ୩୦ଜଣ ମାଓବାଦୀ ସଂଗଠନ ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ପାଇଁ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସୂଚନା ଅନୁଯାୟୀ ଆଜି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାର ସୁରକ୍ଷା ବାହିନୀ ନିକଟରେ ୩୦ଜଣ ମାଓବାଦୀ ହିଂସାର ପଥ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ନିଷ୍ପତ୍ତି ନେଇ ଆତ୍ମସମର୍ପଣ କରିଛନ୍ତି ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ୩୦ମାଓବାଦୀଙ୍କ ମଧ୍ୟରେ ୬ ଜଣ ମହିଳା ମାଓବାଦୀ ରହିଥିବାବେଳେ ଏମାନେ ଦୀର୍ଘ ବର୍ଷ ଧରି ମାଓ ସଙ୍ଗଠନରେ କାର୍ଯ୍ୟ କରୁଥିଲେ । ତେବେ ଏହି ମାଓବାଦୀମାନେ ପୂର୍ବରୁ ବହୁ ବଡ ବଡ଼ ହିଂସାକାଣ୍ଡରେ ଜଡିତ ରହିବା ସହ ଏମାନଙ୍କ ମଧ୍ୟରେ କିଛି ମାଓବାଦୀ ଅନେକ ହିଂସାକାଣ୍ଡର ନେତୃତ୍ଵ ନେଇଥିବା ମଧ୍ୟ ଜଣାପଡ଼ିଛି । ମାଓ ସଙ୍ଗଠନରେ ରହି ଏହି ମାଓବାଦୀମାନେ ଅନେକ ସମୟରେ ବଡ ବଡ କ୍ୟାଡର ମାଓବାଦୀଙ୍କ ଶୋଷଣର ଶିକାର ହେଉଥିବା ସହ ସଙ୍ଗଠନ ନିଜର ସତା ହରାଉଥିବା ଓ ନିରୀହ ଲୋକଙ୍କ ଉପରେ ଆକ୍ରମଣ କରୁଥିବାରୁ ଏମାନେ ମାଓ ସଙ୍ଗଠନ ଛାଡି ମୁଖ୍ୟସ୍ରୋତରେ ସାମିଲ ହେବାକୁ ନିଷ୍ପତ୍ତି ନେଇ ଆତ୍ମସମର୍ପଣ କରିଥିବା ପ୍ରକାଶ କରିଛନ୍ତି । ଆତ୍ମସମର୍ପଣ କରିଥିବା ୩୦ଜଣ ମାଓବାଦୀଙ୍କ ମଧ୍ୟରୁ ମିଟକି କାକେମ ଓରଫ ସରିତା, ମୁରି ମୁହଣ୍ଡା ଓରଫ ସୁଖମାଟିଙ୍କ ନାମରେ ୮ଲକ୍ଷ ୮ ଲକ୍ଷ ଟଙ୍କାର ଇନାମ ରହିଥିଲା । 

ସେହିପରି ରଜିତା ଭେଟ୍ଟି, ଦେବା କବାସୀ, ଆୟତା ସୋଡି, ସିନୁ ନାମକ ମାଓବାଦୀଙ୍କ ନାମରେ ୫ ଲକ୍ଷ ଟଙ୍କା ଲେଖାଏଁ ଇନାମ ରହିଥିଲା । ଅନୁରୂପ ଭାବେ ମୁନ୍ନା ହେମଲା, ଆୟୁତୁ ମିଡ଼ିଆମ୍, ଆୟୁତୁ କରାମ୍ ନାମକ ମାଓବାଦୀଙ୍କ ନାମରେ ୧ ଲକ୍ଷ ଟଙ୍କା ଲେଖାଏଁ ଇନାମ ରହିଥିବା ଜଣା ପଡିଛି । ତେବେ ସମସ୍ତ ୩୦ ମାଓବାଦୀ ଆତ୍ମସମର୍ପଣ କରିବା ପରେ ପ୍ରତ୍ୟେକଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ସହାୟତା ରାସୀ ପ୍ରଦାନ କରିବା ସହ ସରକାରଙ୍କ ନୀତି ଅନୁଯାୟୀ ଥଇଥାନ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.