ପ୍ରମୂଖ ଖବର
  • ଭୁବନେଶ୍ୱର : ଗଣେଶ ପୂଜା ମଣ୍ଡପରେ ବୁଲିଲା ଖଣ୍ଡା, ଅଭିଯୁକ୍ତ ଗିରଫ
  • ||
  • ଲମତାପୁଟ : ପାଣି ପଶି ବନ୍ଦ ହୋଇଥିଲା ବିଦ୍ୟୁତ ଉତ୍ପାଦନ, ପାଞ୍ଚ ଦିନ ପରେ ଆରମ୍ଭ ହେଲା ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ
  • ||
  • ଭୁବନେଶ୍ଵର : 'ମୋ ସ୍କୁଲ୍‌ ଅଭିଯାନ' ଏବେ ‘ପଞ୍ଚଶଖା ଶିକ୍ଷା ସେତୁ’, ନାଁ ବଦଳାଇଲେ ସରକାର
  • ||
  • ପାରାଦ୍ଵୀପ : ସଭାଗୃହରେ ଠେଲାପେଲା, ଘଟଣାକୁ ନେଇ କୁଜଙ୍ଗ ଥାନାରେ ୩ ଏତଲା
  • ||
  • ପାଟଣା : ପୋଖରୀରେ ଭାସୁଛି ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • କାଠଯୋଡ଼ି ନଦୀରେ ଭାସିଗଲେ ବୃଦ୍ଧ, ଅଗ୍ନିଶମ ବାହିନୀର ସର୍ଚ୍ଚ ଅପରେସନ ଜାରି
  • ||
  • ପୁରୁଷ ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫି: ଆଜି ଭାରତ-ପାକିସ୍ତାନ ଲଢ଼େଇ
  • ||
  • ସୁବର୍ଣ୍ଣପୁର : ନାଳରେ ଭାସୁଛି ମଲା କୁକୁଡ଼ା, କିଏ ପକାଇଲା ତାକୁ ନେଇ ଚର୍ଚ୍ଚା
  • ||
  • ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା, ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||
  • କରଞ୍ଜିଆ : ଜେଲ୍ ମାନୁଆଲକୁ ଉଲଙ୍ଘନ କରିବା ପଡ଼ିଲା ମହଙ୍ଗା, ଜେଲ୍ ୱାର୍ଡର ସ୍ୱାଗତ ରଥ ସସ୍‌ପେଣ୍ଡ
  • ||
  • ପ୍ରଥମ ମଙ୍କିପକ୍ସ ଟିକାକୁ ଡବ୍ଲ୍ୟୁଏଚ୍‌ଓ ମଞ୍ଜୁରି, ୪ ସପ୍ତାହ ବ୍ୟବଧାନରେ ୨ଟି ଡୋଜ୍‌ ନେବେ ୧୮ ବର୍ଷରୁ ଊଦ୍ଧ୍ୱର୍
  • ||
  • ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା: କଂସକୁ ମାରିଲେ ଶ୍ରୀକୃଷ୍ଣ, ରାଜା ହେଲେ ଉଗ୍ରସେନ
  • ||
  • ଭଞ୍ଜନଗର : ଗଣେଶ ଭସାଣି ବେଳେ ଗଣ୍ଡଗୋଳ, ଦୁଇ ଗୋଷ୍ଠୀ ମଧ୍ୟରେ ଟେକାପଥର ମାଡ଼
  • ||
  • ଏ ବର୍ଷ ହାଡ଼ଭଙ୍ଗା ଶୀତ, ଡିସେମ୍ବର-ଜାନୁଆରୀରେ ଥଣ୍ଡା ପ୍ରକୋପ ଅଧିକ: IMD
  • ||
  • ବଙ୍ଗୋପସାଗରରେ ଅବପାତର ରୂପ ନେବ ଲଘୁଚାପ ! ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା, ମୟୂରଭଞ୍ଜକୁ ରେଡ୍ ଆଲର୍ଟ
  • ||

ଆଇଟିଆର ଫାଇଲିଂରେ ଏକାଧିକ ରେକର୍ଡ, ନୂଆ ଟ୍ୟାକ୍ସ ରିଜିମ୍‌କୁ ବାଛିଲେ ୫ କୋଟିରୁ ଅଧିକ କରଦାତା

ନୂଆଦିଲ୍ଲୀ: ଚଳିତ ବର୍ଷ ରେକର୍ଡ ସଂଖ୍ୟକ କରଦାତା ଆୟକର ରିଟର୍ଣ୍ଣ ଫାଇଲ୍‌ କରିଛନ୍ତି । ଜୁଲାଇ ୩୧ ସୁଦ୍ଧା ପ୍ରାୟ ୭.୨୮ କୋଟିରୁ ଅଧିକ ଲୋକ ଆୟକର ରିଟର୍ଣ୍ଣ (ଆଇଟିଆର) ଫାଇଲ୍‌ କରିଥିବା ନେଇ ଆୟକର ବିଭାଗ ଅଗଷ୍ଟ ୨ରେ ସୂଚନା ଦେଇଛି । ସବୁଠୁ ବଡ଼ କଥା ହେଉଛି ୨୦୨୪ରେ ତିନି ଚତୁର୍ଥାଂଶ ବା ପ୍ରାୟ ୫ କୋଟିରୁ ଅଧିକ କରଦାତା ନୂଆ କର ବ୍ୟବସ୍ଥାକୁ ବାଛିଛନ୍ତି । ୨୦୨୪ କେନ୍ଦ୍ରୀୟ ବଜେଟ୍‌ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଟ୍ୟାକ୍ସକୁ ନେଇ କରିଥିବା ଘୋଷଣାରେ ଯଦିଓ କରଦାତାଙ୍କୁ ନିରାଶା ମିଳିଛି କିନ୍ତୁ ଆୟକର ରିଟର୍ଣ୍ଣରେ ଆଶାତୀତ ବୃଦ୍ଧି ଘଟିଛି । ୨୦୨୩-୨୪ରେ ଜୁଲାଇ ୩୧ ସୁଦ୍ଧା ୭ କୋଟି ୨୮ ଲକ୍ଷରୁ ଅଧିକ ଲୋକ ଆଇଟିଆର ଫାଇଲ୍‌ କରି ଏକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି । 

ସେପଟେ ଆୟକର ଦାଖଲ ହେଉଥିବା ଓ୍ବେବସାଇଟ୍‌ରେ ତ୍ରୁଟି ଥିବା ନେଇ ଅଭିଯୋଗ କରିବା ସହ ଆଇଟିଆର ଫାଇଲର ଡେଡଲାଇନ୍‌ ଘୁଞ୍ଚାଇବାକୁ ମଧ୍ୟ ଦାବି ହୋଇଛି । କିନ୍ତୁ ଗତବର୍ଷ ଭଳି ଏଥର ମଧ୍ୟ ସରକାର ଅଧିକ ସମୟ ଦେଇ ନାହାନ୍ତି । ୨୦୨୩ରେ ଏହି ସମୟ ଅବଧି ମଧ୍ୟରେ ୬.୭୭ କୋଟିରୁ ଅଧିକ ଲୋକ ଆଇଟିଆର ଭରିଥିଲେ । ୨୦୨୪ରେ ଏହି ସଂଖ୍ୟାରେ ଆଶାତୀତ ବୃଦ୍ଧି ହୋଇଥିବା ବେଳେ ନୂଆ କର ବ୍ୟବସ୍ଥାକୁ ସର୍ବାଧିକ ଲୋକ ବାଛିଛନ୍ତି । ସେହିଭଳି ପୁରୁଣା କର ବ୍ୟବସ୍ଥା ଅନୁସାରେ ୨.୦୧ କୋଟି ଲୋକ ଆୟକର ରିଟର୍ଣ୍ଣ ଭରିଛନ୍ତି । 

ଚଳିତ ବର୍ଷ ନୂଆ କରଦାତାଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଛି । ୫୮.୫୭ ଲକ୍ଷ ଲୋକ ପ୍ରଥମ ଥର ଲାଗି ଆଇଟିଆର ଫାଇଲ କରିଥିବା ନେଇ ଜଣାପଡ଼ିଛି । ଆୟକର ବିଭାଗ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସୂଚନା ଦେଇଛି ଯେ, ଆୟକର ରିଟର୍ଣ୍ଣ ଫାଇଲ କରିବାର ଶେଷ ଦିନିରେ ଅର୍ଥାତ ଜୁଲାଇ ୩୧ ସଂଧ୍ୟା ସୁଦ୍ଧା ୫୦ ଲକ୍ଷରୁ ଅଧିକ ଆଇଟିଆର ଦାଖଲ ହୋଇଛି । ଏତେ ସଂଖ୍ୟାରେ ଆଇଟିଆର ଫାଇଲ କରିଥିବାରୁ ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛି ଆୟକର ବିଭାଗ  । 

 

  • Business
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.