ପ୍ରମୂଖ ଖବର
  • ୩ ପ୍ରସ୍ତାବରେ କ୍ୟାବିନେଟ ମୋହର : ଅଗ୍ନିବୀରଙ୍କୁ ୧୦% ସଂରକ୍ଷଣ, ବାପାଙ୍କ ମୃତ୍ୟୁ ପରେ ଚାକିରି ପାଇବ ଝିଅ
  • ||
  • ରିଆମାଳ; ପାରିବାରିକ କଲହରୁ ମହିଳାଙ୍କ ଆତ୍ମହତ୍ୟା, ପୋଲିସର ତଦନ୍ତ ଆରମ୍ଭ।
  • ||
  • ଗଣେଶ ମେଢ଼ ଭସାଣିବେଳେ ତୁମୁଳକାଣ୍ଡ: ଗୋଷ୍ଠୀ ସଂଘର୍ଷ, ୧୫ ଆହତ
  • ||
  • ଭୁବନେଶ୍ୱର: ମାଲକାନଗିରି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବନ୍ୟା ଅଞ୍ଚଳ ପରିଦର୍ଶନ କରିବେ
  • ||
  • ମୟୂରଭଞ୍ଜ: ବିଦ୍ୟୁତ ଆଘାତରେ ମାଈ ହାତୀ ମୃତ
  • ||
  • ଭୁବନେଶ୍ୱର: ଆଜି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ, ବିଭିନ୍ନ ପ୍ରସ୍ତାବ ଉପରେ ହେବ ଆଲୋଚନା
  • ||
  • ଚାନ୍ଦିପୁରରୁ କ୍ଷେପଣାସ୍ତ୍ର ପରୀକ୍ଷଣ: ଆଜି ୬ ଗ୍ରାମରୁ ୩୧୦୦ ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ
  • ||
  • ସମାକୋଇ ଜଳସେଚନ ପ୍ରକଳ୍ପକୁ ବିରୋଧ, ତେଲକୋଇରେ ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ବଙ୍ଗୋପସାଗରରେ ପୁଣି ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୧୩ ଏବଂ ୧୪ରେ ଅଧିକ ବର୍ଷା ସମ୍ଭାବନା
  • ||

ଭାଙ୍ଗିବ କି ଜହିର ଖାନଙ୍କ ମହାରେକର୍ଡ଼ !

ନୂଆଦିଲ୍ଲୀ,୫/୯ :  ବାଂଗଲାଦେଶ ଟିମ୍ ଚଳିତ ମାସ ଭାରତ ଗସ୍ତରେ ଆସିବାରେ ଅଛି । ୧୯ସେପ୍ଟେମ୍ବରରୁ ଉଭୟଙ୍କ ମଧ୍ୟରେ ଦୁଇ ମ୍ୟାଚର ଟେଷ୍ଟ ସିରିଜ ଏବଂ ଏହାପରେ ୩ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚର ସିରିଜ ଖେଳାଯିବ । ପ୍ରଥମ ଟେଷ୍ଟ ମ୍ୟାଚ୍ ୧୯‌ରୁ ୨୩ସେପ୍ଟେମ୍ବର ଭିତରେ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ । ଏହି ଟେଷ୍ଟ ସିରିଜରେ ଟିମ୍ ଇଣ୍ଡିଆର ଅନୁଭବୀ ସ୍ପିନର ଏବଂ ଦେଶ ଲାଗି ଦ୍ବିତୀୟ ସବୁଠାରୁ ଅଧିକ ଓ୍ବିକେଟ ନେଇଥିବା ବୋଲର ରବିଚନ୍ଦ୍ରନ ଅଶ୍ବିନଙ୍କ ଟାର୍ଗେଟରେ ଭେଟରାନ ଜହୀର ଖାନଙ୍କ ଏକ ବଡ଼ ରେକର୍ଡ ହେବ । ସେ ଏହାକୁ ଭାଙ୍ଗିବାରେ ବେଶୀ ଦୂର ନାହାନ୍ତି । ଯଦି ତାଙ୍କ ଯାଦୁ ପ୍ରଥମ ମ୍ୟାଚରେ ଚାଲିବ ତ ଜହୀର ଖାନଙ୍କ ମହାରେକର୍ଡ଼ ଭାଙ୍ଗି ଦେବେ । 

ପ୍ରକାଶ ଯେ, ଭାରତ ଏବଂ ବାଂଗଲାଦେଶ ମଧ୍ୟରେ ଏବେ ପର୍ଯ୍ୟନ୍ତ ଖେଳାଯାଇଥିବା ଟେଷ୍ଟ ମ୍ୟାଚରେ ସବୁଠାରୁ ଅଧିକ ଓ୍ବିକେଟ ନେବାର ରେକର୍ଡ଼ ଜହୀର ଖାନଙ୍କ ନାଁ ଅଛି । ସେ ୭ମ୍ୟାଚ ଖେଳିଥିବାବେଳେ ଯେଉଁଥିରେ ୩.୮୦ର ଇକନୋମୀ ରେଟରେ ୩୧ଓ୍ବିକେଟ ନେଇଛନ୍ତି । ସେ ବାଂଗଲାଦେଶ ବିପକ୍ଷ ଟେଷ୍ଟ ମ୍ୟାଚ୍ ଦୁଇ ଥର ୫ଓ୍ବିକେଟ ନିକଟରେ ନେଇସାରିଛନ୍ତି । ତାଙ୍କର ଏକ ଇନିଂଗରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ୫/୨୨ ରହିଥିଲା । ଦୁଇ ଦେଶ ମଧ୍ୟରେ ହୋଇଥିବା ଟେଷ୍ଟ ମ୍ୟାଚରେ ସବୁଠାରୁ ଅଧିକ ଓ୍ବିକେଟ ନେଇଥିବା ଦ୍ବିତୀୟ ବୋଲରଙ୍କ ନାଁ ଇଶାନ୍ତ ଶର୍ମା ଅଟେ । ସେ ୭ମ୍ୟାଚରେ ୨୫ଓ୍ବିକେଟ ନେଇଛନ୍ତି ।

ରବିଚନ୍ଦ୍ରନ ଅଶ୍ବିନ ନମ୍ବର-୧ ହେବାରୁ କେବଳ ୯ଓ୍ବିକେଟ ଦୂରରେ ଅଛନ୍ତି । ୯ ଓ୍ବିକେଟ ନେବା ପରେ ଅଶ୍ବିନ ଜହୀର ଖାନଙ୍କୁ ଭାରତ ବାଂଗଲାଦେଶ ଟେଷ୍ଟ ମ୍ୟାଚରେ ସବୁଠାରୁ ଅଧିକ ଓ୍ବିକେଟ ନେଇଥିବା ବୋଲର ଭାବେ ପଛରେ ପକାଇଦେବେ ଏବଂ ନମ୍ବର -୧ ହୋଇଯିବେ । ଅଶ୍ବିନୀ ଏବେ ପର୍ଯ୍ୟନ୍ତ ୨୩ ଓ୍ବିକେଟ୍ ନେଇଛନ୍ତି ଏବଂ ଲିଷ୍ଟରେ ତୃତୀୟ ସ୍ଥାନରେ ଅଛନ୍ତି । ସେ ୬ମ୍ୟାଚ ଖେଳି ଏହି ଓ୍ବିକେଟ ନେଇଛନ୍ତି । ଏହି ସମୟରେ ଏହି ଅନୁଭବୀ ସ୍ପିନର ଦୁଇ ଥର ୪ଓ୍ବିକେଟ ନେଇଛନ୍ତି ଏବଂ ଥରକରେ ୫ଓ୍ବିକେଟ ନିକଟରେ ହାସଲ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.