ପ୍ରମୁଖ ଖବର
  • କେନ୍ଦ୍ରାପଡା : ପଟ୍ଟାମୁଣ୍ଡାଇ ଥାନା ବଡପଦା ଗାଁରେ ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ଲାଗିଲା ନିଆଁ, ୫ ବର୍ଷର ଶିଶୁ ମୃତ
  • ||
  • ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ କମଲନାଥ
  • ||
  • ବଲାଙ୍ଗୀର : ଓଡ଼ିଶାରେ ସବୁଠୁ ବଡ଼ IT ରେଡ୍, ୨୦ ସ୍ଥାନରେ ଚଢାଉ, ବାହାରୁଛି ବସ୍ତା ବସ୍ତା ଟଙ୍କା
  • ||
  • ଘଟଗାଁ : ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • କାଲିମେଳା : ଗାଁ ଦାଣ୍ଡରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ବ୍ରହ୍ମବରଦା : ମେଣ୍ଢା ଫାର୍ମ ହାଉସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୨୧ ମେଣ୍ଢା ଗୁରୁତର
  • ||
  • କଟକ: ଜନଶତାବ୍ଦୀ ଏକ୍ସପ୍ରେସ୍‌ର ବଗି ତଳେ ଲାଗିଲା ନିଆଁ, କଟକ ଷ୍ଟେସନରେ ଅଟକିଲା ଟ୍ରେନ୍
  • ||
  • ଭୁବନେଶ୍ୱର: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନକୁ ନା’, ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍‌ମା
  • ||
  • ଭୁବନେଶ୍ୱର: କାଲୁଆ କରିଦେଲା କୋହଲା ପାଗ, ଦିନ ତାପମାତ୍ରା ୫ ଡିଗ୍ରୀ ଖସିଗଲା
  • ||

ସେମି ଫାଇନାଲ ମୁକାବିଲା ପାଇଁ କ'ଣ ଭାରତ ଓ ନ୍ୟୁଜିଲାଣ୍ଡ ଏକାଦଶରେ କରିବେ ପରିବର୍ତ୍ତନ?

  • ବୁଧବାର ବିଶ୍ବକପ୍‌ରେ ପ୍ରଥମ ସେମିଫାଇନାଲ
  • ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ
  • ଉଭୟ ଦଳର ଏକାଦଶ ଖେଳାଳିରେ ହେବ କି ପରିବର୍ତ୍ତନ?
  • ୨୦୧୯ ବିଶ୍ବକପ୍‌ ସେମିରେ ଭାରତକୁ ହରାଇଥିଲା ନ୍ୟୁଜିଲାଣ୍ଡ

ମୁମ୍ବାଇ,୧୫/୧୧: ବିଶ୍ୱକପ୍ ୨୦୨୩ ର ଏକ ବଡ଼ ମ୍ୟାଚ୍ ଆଜି (ବୁଧବାର) ଖେଳାଯିବ। ଆଜି ଏହି ଟୁର୍ନାମେଣ୍ଟର ପ୍ରଥମ ସେମିଫାଇନାଲ ମ୍ୟାଚ୍। ଆଜି ଆୟୋଜକ ଭାରତର ସେହି ଦଳ ସହିତ ମୁହାଁମୁହିଁ ହେବ, ଯେକି ଗତ ୨୦୧୯ ବିଶ୍ୱକପ୍ ସେମିଫାଇନାଲରେ ଭାରତକୁ ପରାସ୍ତ କରିଥିଲା। ଅର୍ଥାତ୍‌ ଆଜି କିଓ୍ବି ଟିମ୍‌ ନ୍ୟୁଜିଲ୍ୟାଣ୍ଡକୁ ସାମ୍ନା କରିବ ଭାରତ। ଆଇସିସି ଟୁର୍ନାମେଣ୍ଟରେ ସର୍ବଦା ଭାରତ ଉପରେ ପ୍ରାଧାନ୍ୟ ବିସ୍ତାର କରୁଥିବା ଏହି କିୱି ଦଳରୁ ପ୍ରତିଶୋଧ ନେବାକୁ ଟିମ୍ ଇଣ୍ଡିଆ ଏହାଠାରୁ ଭଲ ସୁଯୋଗ ପାଇପାରିବ ନାହିଁ। ଟିମ୍ ଇଣ୍ଡିଆ ନିଜ ଘରୋଇ ଗ୍ରାଉଣ୍ଡ ଏବଂ ହଜାର ହଜାର ଦର୍ଶକଙ୍କ ସାହାଯ୍ୟରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରିପାରେ।

ଅନ୍ୟ ଏକ ବିଶେଷ କଥା ହେଉଛି ଭାରତୀୟ ଦଳ ଏହି ବିଶ୍ୱକପ୍‌ରେ ଗୋଟିଏ ବି ମ୍ୟାଚ୍ ହାରିନାହିଁ ଏବଂ ଲିଗ୍ ପର୍ଯ୍ୟାୟରେ କିୱି ଦଳକୁ ମଧ୍ୟ ପରାସ୍ତ କରିଛି। ଅନ୍ୟପକ୍ଷରେ, ନ୍ୟୁଜିଲ୍ୟାଣ୍ଡ କୌଣସି ପ୍ରକାରେ ୯ ଟି ମ୍ୟାଚ ମଧ୍ୟରୁ ୫ ଟି ଜିତି ଶିର୍ଷ ଚାରିରେ ପହଞ୍ଚିଛି। ଏଭଳି ପରିସ୍ଥିତିରେ ସ୍ପଷ୍ଟ ଭାବେ କିୱି ଟିମ୍‌ ଉପରେ ଟିମ୍‌ ଇଣ୍ଡିଆର ପଲା ଭାରି ଥିବା ଜଣାପଡିଛି। 

ପଢ଼ନ୍ତୁ: ଯଦି ୨୦୧୯ ବିଶ୍ବକପ୍‌ ଫାଇନାଲ ପରି ୨୦୨୩ ବିଶ୍ବକପ୍‌ ଫାଇନାଲ ଟାଇ ହୁଏ, ତେବେ କିପରି କିପରି ନିଆଯିବ ନିଷ୍ପତ୍ତି?

ଗତ ୫ଟି ମ୍ୟାଚ୍‌ରେ ଏକାଦଶରେ ହୋଇନାହିଁ ପରିବର୍ତ୍ତନ: 

ଲିଗ୍ ପର୍ଯ୍ୟାୟରେ ଯେତେବେଳେ ଟିମ୍‌ ଇଣ୍ଡିଆ ଏହାର ପାଞ୍ଚୋଟି ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡକୁ ସାମ୍ନା କରିଥିଲା, ସେତେବେଳେ ଏହାର ଚୁଡ଼ାନ୍ତ ଏକାଦଶରେ ରେ କୌଣସି ପରିବର୍ତ୍ତନ କରିନଥିଲା। ଦଳ ସମସ୍ତ ମ୍ୟାଚ୍‌ରେ ସମାନ ଖେଳାଳିଙ୍କ ସହ ପଡ଼ିଆକୁ ପ୍ରବେଶ କରିଛି।  ଗତ ଦୁଇଟି ଟି -୨୦ ବିଶ୍ୱକପରେ ଦଳରେ ବାରମ୍ବାର ପରିବର୍ତ୍ତନ ହେବାର ପରିଣାମ ଭାରତୀୟ ଦଳ ଦେଖିଛି। ଏଭଳି ପରିସ୍ଥିତିରେ, ଏଥର ଟିମ୍ ଇଣ୍ଡିଆ ଅତ୍ୟଧିକ ପରିବର୍ତ୍ତନର ସୂତ୍ରକୁ ସମ୍ପୂର୍ଣ୍ଣ ତ୍ୟାଗ କରିଛି। ତେଣୁ ଆଜି ମଧ୍ୟ ସେମିଫାଇନାଲ ମ୍ୟାଚରେ ଭାରତୀୟ ଦଳରେ କୌଣସି ପରିବର୍ତ୍ତନ ହେବାର କୌଣସି ସମ୍ଭାବନା ନାହିଁ। 

ଭାରତର ସବୁ ଖେଳାଳୀ ଫିଟ୍‌ ଓ ଫର୍ମରେ ଅଛନ୍ତି: 

ଗତ ୫ ଟି ମ୍ୟାଚ୍ ପାଇଁ ଚୁଡ଼ାନ୍ତ ଏକାଦଶ ରେ ସାମିଲ ହୋଇଥିବା ଭାରତୀୟ ଦଳର ଖେଳାଳିମାନେ ସମସ୍ତେ ଭଲ ପ୍ରଦର୍ଶନ କରିଛନ୍ତି। ସମସ୍ତ ଖେଳାଳି ମଧ୍ୟ ସୁସ୍ଥ ଅଛନ୍ତି। ଏପରି ପରିସ୍ଥିତିରେ, କୌଣସି ପରିବର୍ତ୍ତନ ପାଇଁ ଆବଶ୍ୟକତା ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ। ପୁନଶ୍ଚ ଏହି ମ୍ୟାଚ୍ ମୁମ୍ବାଇର ଓ୍ବାଙ୍ଖେଡ଼େ ଷ୍ଟାଡିୟମରେ ଖେଳାଯିବ। ଏଠାରେ ଥିବା ପିଚ୍ ସ୍ପିନ୍ ଅପେକ୍ଷା ଦ୍ରୁତ ବୋଲରମାନଙ୍କୁ ବିଶେଷ ସହାୟକ ହୋଇଥାଏ। ଏଭଳି ପରିସ୍ଥିତିରେ, ପିଚ୍‌ ଅନୁଯାୟୀ, ଭାରତକୁ ଅତିରିକ୍ତ ସ୍ପିନର ଖେଳିବାକୁ ପଡ଼ିବ ନାହିଁ। ମୋଟ ଉପରେ, ଭାରତର ଏକାଦଶ ଖେଳାଳି ସ୍ବାଭାବିକ ଥିବା ଦେଖିବାକୁ ମିଳିଛି। 

ପଢ଼ନ୍ତୁ: ସେମି ଫାଇନାଲ ପୂର୍ବରୁ ଅଧିନାୟକ ରୋହିତଙ୍କ ପ୍ରତିକ୍ରିୟାକୁ ନେଇ ଚର୍ଚ୍ଚା, କହିଲେ- ଟସ୍‌ର ସେତେଟା ଭୂମିକା ରହିବନି

ଭାରତର ସମ୍ଭାବିତ ଏକାଦଶ: 

ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟାସ ଆୟର, କେ.ଏଲ୍ ରାହୁଲ (ୱିକେଟ୍ କିପର), ସୂର୍ଯ୍ୟକୁମାର ଯାଦବ, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ଜସପ୍ରୀତ ବୁମରା, ମହମ୍ମଦ ଶାମି, ମହମ୍ମଦ ସିରାଜ

ନ୍ୟୁଜିଲାଣ୍ଡର ସମ୍ଭାବିତ ଏକାଦଶ: 

ଡିଭନ୍ କନୱେ, ରଚିନ୍ ରବିନ୍ଦ୍ର, କେନ୍ ୱିଲିୟମସନ୍ (ଅଧିନାୟକ), ଡାରିଲ୍ ମିଚେଲ, ଟମ୍ ଲେଥାମ୍ (ୱିକେଟ୍ କିପର), ଗ୍ଲେନ୍ ଫିଲିପ୍ସ, ମାର୍କ ଚେପ୍‌ମ୍ୟାନ୍‌, ମିଚେଲ ସେଣ୍ଟନର୍, ଟିମ୍ ସାଉଥୀ, ଲକି ଫର୍ଗୁସନ୍, ଟ୍ରେଣ୍ଟ ବୋଲ୍ଟ 

You can also read: ସୋସିଆଲ ମିଡ଼ିଆରେ କୂଳଦୀପଙ୍କ ଡେଲିଭରୀ ବୟ ଅନ୍ଦାଜ୍, କହିଲେ କ’ଣ ଅର୍ଡ଼ର କରିଥିଲେ ଭାଇ...


 

  • ODI World Cup 2023
  • Copyright © 2022 - Summa Real Media Private Limited. All Rights Reserved.