ରୁଷ୍-ୟୁକ୍ରେନ ଆଲୋଚନାରେ ମଧ୍ୟସ୍ଥତା କରିପାରେ ଭାରତ, ଆଉ ଦୁଇ ଦେଶର ନାଁ ମଧ୍ୟ ନେଲେ ପୁଟିନ
ମସ୍କୋ : ରୁଷ୍ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ୍ ସହ ଜାରି ଯୁଦ୍ଧ ମଧ୍ୟରେ ମଧ୍ୟସ୍ଥତାକୁ ନେଇ ବଡ଼ ବୟାନ ଦେଇଛନ୍ତି । ପୁଟିନ କହିଛନ୍ତି କି, ଏହି ଦୁଇ ଦେଶ ମଧ୍ୟରେ ଆଲୋଚନାରେ ଭାରତ ବଡ଼ ଭୂମିକା ତୁଲାଇ ପାରେ। ସେ ଭାରତ ବ୍ୟତୀତ , ଚୀନ ଓ ବ୍ରାଜିଲର ମଧ୍ୟ ନାଁ ନେଇଛନ୍ତି। ପୁଟିନ କହିଛନ୍ତି ଯେ, ଭାରତ , ଚୀନ ଓ ବ୍ରାଜିଲ ଭଳି ଦେଶ ରୁଷ୍-ୟୁକ୍ରେନ ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ମଧ୍ୟସ୍ଥତା କରି ପାରନ୍ତି। ସେ ଏହି ସବୁ ଦେଶକୁ ବୈଶିକ ମଞ୍ଚରେ ସ୍ଥିରତା ଓ ଶାନ୍ତିର ସମର୍ଥକ ଭାବେ ଦର୍ଶାଇ କହିଛନ୍ତି ଯେ , ସେମାନଙ୍କ ମାଧ୍ୟମରେ ସଂଘର୍ଷକୁ ସମାଧାନର ପ୍ରୟାସ କରାଯାଇ ପାରେ।
ରୁଷ୍ର ରାଷ୍ଟ୍ରପତି ଏହା ମଧ୍ୟ ମାନିଛନ୍ତି ଯେ, ୟୁକ୍ରେନର ସ୍ଥିତି ଜଟିଳ ରହିଛି, ଏବଂ ସିଧା ସମାଧାନ ବାହାର କରିବା ସହଜ ନୁହେଁ। କିନ୍ତୁ , ଭାରତ , ଚୀନ ଓ ବ୍ରାଜିଲ ଭଳି ଦେଶ ଗୁଡ଼ିକ ମଧ୍ୟରେ ମଧ୍ୟ ମାର୍ଗୀ ଦୃଷ୍ଟିକୋଣ ଓ ବୈଶ୍ୱିକ କୂଟନୀତିକ ଭୂମିକା କାରଣରୁ ଏହି ଦେଶ ମଧ୍ୟସ୍ଥତାରେ ପ୍ରମୁଖ ଭୂମିକା ପାଳନ କରି ପାରନ୍ତି। ସେ କହିଛନ୍ତି କି, ଯୁଦ୍ଧର ପ୍ରଥମ ସପ୍ତାହରେ ତୁର୍କୀର ଇସ୍ତାନବୁଲ ଠାରେ ରୁଷୀୟ ଓ ୟୁକ୍ରେନୀ ପକ୍ଷ ମଧ୍ୟରେ ଆଲୋଚନା ହୋଇଥିଲା। ରୁଷୀୟ ଓ ୟୁକ୍ରେନୀ ବାର୍ତ୍ତାକାରଙ୍କ ମଧ୍ୟରେ ହୋଇଥିବା ସେହି ପ୍ରାରମ୍ଭିକ ବୁଝାମଣା ଆଗାମୀ ଆଲୋଚନା ପାଇଁ ଆଧାରର କାମ କରି ପାରେ।
କହି ରଖୁଛୁ ଯେ, ରୁଷ୍-ୟୁକ୍ରେନ ମଧ୍ୟରେ ଇସ୍ତାବୁଲରେ ହୋଇଥିବା ବୁଝାବଣା କେବେ ଲାଗୁ କରାଯାଇ ନାହିଁ। ରୁଷ୍ର ରାଷ୍ଟ୍ରପତି ଏହା ମଧ୍ୟ ମାନିଛନ୍ତି ଯେ , ୟୁକ୍ରେନର ସ୍ଥିତି ଜଟିଳ ରହିଛି , ଏବଂ ସିଧା ସମାଧାନ ବାହାର କରିବା ସହଜ ନୁହେଁ । କିନ୍ତୁ ଭାରତ , ଚୀନ ଓ ବ୍ରାଜିଲ ଭଳି ଦେଶ ମଧ୍ୟରେ ମଧ୍ୟମାର୍ଗୀ ଦୃଷ୍ଟିକୋଣ ଓ ବୈଶ୍ୱିତ କୂଟନୀତିକ ଭୂମିକାର କାରଣରୁ ଏହି ଦେଶ ମଧ୍ୟସ୍ଥତାରେ ପ୍ରମୁଖ ଭୂମିକା ପାଳନ କରି ପାରନ୍ତି।
ପୁଟିନଙ୍କର ଏହି ବୟାନ ଏମିତି ସମୟରେ ଆସିଛି କି, ଯେବେ ୟୁକ୍ରେନରେ ରୁଷୀୟ ହମଲା ଓ ଆହୁରି ଦ୍ରୁତ ହୋଇ ଯାଇଛି। ଦୁଇ ଦିନ ପୂର୍ବେ ୟୁକ୍ରେନର ଲିଭ୍ ସହରରେ ରାତି ସାରା ଜାରି ହମଲାରେ ୭ଜଣ ଲୋକଙ୍କ ମୃତ୍ୟୁ ଘଟିଛି ଏବଂ ୩୫ ଜଣ ଲୋକ ଆହତ ହୋଇଛନ୍ତି। ମୃତକଙ୍କ ଠାରେ ଜଣେ ଶିଶୁ ଓ ଜଣେ ଚିକିତ୍ସାକର୍ମୀ ସାମିଲ ଅଛନ୍ତି ତଥା ଅନେକଙ୍କର ସ୍ଥିତି ଗୁରୁତର ରହିଛି। ଏହି ହମଲା ୟୁକ୍ରେନର ପୋଲ୍ଟାଭାରେ ଜଣେ ସେନା ଏକାଡେମୀ ଓ ନିକଟସ୍ଥ ହସ୍ପିଟାଲରେ ଦୁଇ ବାଲିଷ୍ଟିକ୍ ମିସାଇଲର ହମଲାର ଗୋଟିଏ ଦିନ ପରେ ହୋଇଛି , ଯେଉଁଥିରେ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ଏବଂ ୨୦୦ରୁ ଅଧିକ ଲୋକ ଆହତ ହୋଇ ଥିଲେ। ୟୁକ୍ରେନୀ ଅଧିକାରୀମାନେ କହିଛନ୍ତି ଯେ, ଏହି ହମଲା ଯୁଦ୍ଧ ଆରମ୍ଭ ହେବା ପରେ ରୁଷ୍ ପକ୍ଷରୁ କରାଯାଇ ଥିବା ସବୁଠୁ ଘାତକ ହମଲା ମଧ୍ୟରୁ ଗୋଟିଏ।
ଉଲ୍ଲେଖନୀୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ରୁଷ୍ ଯାତ୍ରା ପରେ ୟୁକ୍ରେନକୁ ଯାତ୍ରା କରିଥିଲେ। ଏହାପରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ମୋଦିଙ୍କ ସହ ଫୋନରେ କଥାବାର୍ତ୍ତା ହୋଇଥିଲେ। ଆମେରିକାର ରାଷ୍ଟ୍ରପତିଙ୍କର ଅଫିସିଆଲି ନିବାସ ଏବଂ କାର୍ଯ୍ୟାଳୟ ହ୍ୱାଇଟ୍ ହାଉସ୍ର ରାଷ୍ଟ୍ରପତି ସୁରକ୍ଷା ସଞ୍ଚାର ପରାମର୍ଶଦାକା ଜନ କିର୍ବିଙ୍କ ସହ ବୁଧବାର ଏକ ସାମ୍ୱାଦିକ ସମ୍ମିଳନୀରେ ଏହି ଆଲୋଚନା ସମ୍ୱନ୍ଧରେ ପ୍ରଶ୍ନ କରିଥିଲେ ଏବଂ ଏଥିରେ ପଚରା ଯାଇଥିଲା ଯେ, ସେ ଭାବୁଛନ୍ତି କି ଯୁଦ୍ଧକୁ ଶେଷ କରିବାରେ ଭାରତ କଣ ମଧ୍ୟସ୍ଥତାର ଭୂମିକା ତୁଲାଇ ପାରିବ। ଏହା ଉପରେ ସେ କହିଛନ୍ତି ଯେ, ଆମେରିକା ଏମିତି କୌଣସି ବି ଦେଶକୁ ସ୍ୱାଗତ କରିଥାଏ , ଯାହା ୟୁକ୍ରେନରେ ସଂଘର୍ଷକୁ ଶେଷ କରିବାରେ ସାହାଯ୍ୟ କରିବାକୁ ଚେଷ୍ଟା କରିବା ଉଚିତ।