ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ରୋହିତ୍‌-ଆଫ୍ରିଦିଙ୍କ ଠାରୁ ଆରମ୍ଭ କରି ଆମିର୍-ବିରାଟଙ୍କ ପର୍ଯ୍ୟନ୍ତ; ଭାରତ-ପାକିସ୍ତାନ ମ୍ୟାଚ୍‌ରେ ଏହି ଖେଳାଳିଙ୍କ ମଧ୍ୟରେ ହେବ କଡ଼ା ମୁକାବିଲା

Image source: Cricbuzz

ନୂଆଦିଲ୍ଲୀ,୦୨/୦୬: ଜୁନ୍‌ ୯ ତାରି‌ଖରେ ଟି୨୦ ବିଶ୍ବକପ୍‌ରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦି ଭାରତ ଓ ପାକିସ୍ତାନ। ଉଭୟ ଦେଶ ମଧ୍ୟରେ ଏହି ମ୍ୟାଚ୍‌ ନ୍ୟୁୟର୍କର ନାସାଉ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ତେବେ ଏହି ମ୍ୟାଚ୍‌ ଦେଖିବାକୁ ଭାରତ ଓ ପାକିସ୍ତାନର କ୍ରିକେଟପ୍ରେମୀ ମାନେ ଅପେକ୍ଷା କରିଛନ୍ତି। କେବଳ ଏତିକି ନୁହେଁ ବରଂ ଉଭୟ ଦେଶର ଅନେକ ଖେଳାଳୀଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇପାରେ। 

ରୋହିତ ଶର୍ମା ବନାମ ସାହିନ ଆଫ୍ରିଦୀ: 

ରୋହିତ ଶର୍ମାଙ୍କ ପାଇଁ ଶାହିନ୍ ଆଫ୍ରିଦି ଏକ ବଡ଼ ଚ୍ୟାଲେଞ୍ଜ ଆଣିପାରନ୍ତି। ବିଶେଷକରି ଶାହିନ୍ ଆଫ୍ରିଦି ପ୍ରାରମ୍ଭିକ ଓଭରରୁ ଧୁଆଁଧାର ବୋଲିଂ କରିପାରନ୍ତି। ତଥ୍ୟ ଦର୍ଶାଉଛି ଯେ, ଶାହିନ୍ ଆଫ୍ରିଦିଙ୍କ ବିପକ୍ଷରେ ରୋହିତ ଶର୍ମାଙ୍କ ରେକର୍ଡ ବହୁତ ଭଲ ନାହିଁ। ତେବେ ଅତୀତରେ ରୋହିତ ଶର୍ମା ଏସିଆ କପ୍ ଏବଂ ବିଶ୍ୱକପ୍ ସମେତ ଅନେକ ମ୍ୟାଚ୍‌ରେ ଶାହିନ୍ ଆଫ୍ରିଦିଙ୍କ ବଲ୍‌କୁ ଧୁଆଁଧାର ପିଟିଥିବା କହିଛନ୍ତି। ତେବେ, ଟି ୨୦ ବିଶ୍ୱକପରେ ଦୁଇ ଖେଳାଳିଙ୍କ ମଧ୍ୟରେ ହେବାକୁ ଥିବା କଡ଼ା ମୁକାବିଲାରେ କିଏ ଜିତିବ ତାହା ଦେଖିବାକୁ ବାକି ରହିଲା।

ବିରାଟ କୋହଲି ବନାମ ମହମ୍ମଦ ଆମିର: 

ଭାରତୀୟ ପ୍ରତିଷ୍ଠିତ କ୍ରିିକେଟର ବିରାଟ କୋହଲି ଏବଂ ପାକିସ୍ତାନୀ ଦ୍ରୁତ ବୋଲର ମହମ୍ମଦ ଆମିର ଖୁବ୍ କମ୍ ସମୟ ମୁହାଁମୁହିଁ ହୋଇଛନ୍ତି। ପ୍ରଥମ ଥର ପାଇଁ ଟି ୨୦ ବିଶ୍ୱକପ ୨୦୧୬ ରେ ଉଭୟ ମୁହାଁମୁହିଁ ହୋଇଥିଲେ, ଯେଉଁଥିରେ ମହମ୍ମଦ ଆମୀର ରୋହିତ ଶର୍ମାଙ୍କ ସମେତ ଅନ୍ୟ ଟପ୍ ଅର୍ଡର ବ୍ୟାଟରଙ୍କୁ ଆଉଟ୍‌ କରିଥିଲେ ମଧ୍ୟ ବିରାଟ କୋହଲିଙ୍କୁ ଆଉଟ୍‌ କରିପାରିନଥିଲେ। ଏହା ବ୍ୟତୀତ, ଦିନିିକିଆ ବିଶ୍ୱକପ ୨୦୧୯ ରେ ବିରାଟ କୋହଲି ମହମ୍ମଦ ଆମିରଙ୍କ ବଲରେ ବହୁ ରନ୍ ସଂଗ୍ରହ କରିଥିଲେ। ତେବେ ଏଥିରେ କୌଣସି ସନ୍ଦେହ ନାହିଁ ଯେ ବିରାଟ କୋହଲି ମହମ୍ମଦ ଆମିରଙ୍କ ସ୍ୱିଙ୍ଗ ବଲ ବିରୋଧରେ ସଂଘର୍ଷ କରିପାରିବେ।

ଜସପ୍ରିତ ବୁମରାହ ବନାମ ମହମ୍ମଦ ରିଜଓ୍ବାନ:

ପାକିସ୍ତାନର ୱିକେଟ୍ କିପର ବ୍ୟାଟର ମହମ୍ମଦ ରିଜୱାନ କ୍ରମାଗତ ଭାବେ ମ୍ୟାଚ୍‌ରେ ରନ୍ କରିଆସୁଛନ୍ତି। ମହମ୍ମଦ ରିଜୱାନ ଟି ୨୦ ବିଶ୍ୱକପ ୨୦୨୧ ରେ ଭାରତ ବିପକ୍ଷରେ ଏକ ଚମତ୍କାର ଇନିଂସ ଖେଳିଥିଲେ। ଟି ୨୦ ବିଶ୍ୱକପରେ ପାକିସ୍ତାନର ସବୁଠାରୁ ବଡ଼ ଆଶା ମଧ୍ୟରୁ ମହମ୍ମଦ ରିଜୱାନ ଅନ୍ୟତମ। ତେବେ ମହମ୍ମଦ ରିଜୱାନଙ୍କ ପାଇଁ ଜସପ୍ରୀତ ବୁମ୍ରା ଏକ ବଡ଼ ଚ୍ୟାଲେଞ୍ଜ ପ୍ରମାଣିତ ହୋଇପାରନ୍ତି। ବିଶେଷକରି ଜସପ୍ରୀତ ବୁମ୍ରା ପ୍ରାରମ୍ଭିକ ଓଭରରେ ମହମ୍ମଦ ରିଜୱାନଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇପାରନ୍ତି। ତେଣୁ ଏହି ୱିକେଟ୍ କିପର ବ୍ୟାଟରଙ୍କୁ ଜସପ୍ରୀତ ବୁମ୍ରାଙ୍କ ପ୍ରତି ସାବଧାନ ରହିବାକୁ ପଡ଼ିବ।

କୁଲଦୀପ ଯାଦବ ବନାମ ବାବର ଆଜମ: 

ବାବର ଆଜମ କ୍ରମାଗତ ଭାବରେ ତିନୋଟି ଫର୍ମାଟରେ ପାକିସ୍ତାନ ପାଇଁ ରନ୍ କରିଆସୁଛନ୍ତି। ଯଦିଓ ଏହି ବ୍ୟାଟରଙ୍କ ଷ୍ଟ୍ରାଇକ୍ ରେଟ୍ ଉପରେ ପ୍ରଶ୍ନ ଉଠିଛି, ସେ ରନ୍ କରିବାରେ କୌଣସି ବି ବାଟ ଇଏ ଛାଡ଼ନ୍ତି ନାହିଁ। ଏଥି ସହିତ ଭାରତ ପକ୍ଷରୁ କୁଲଦୀପ ଯାଦବ ବାବର ଆଜମଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହୋଇପାରନ୍ତି। କହିରଖୁଛୁ ଯେ, ଅତୀତରେ ଅନେକ ଥର ଦେଖାଯାଇଛି ଯେ କୁଲଦୀପ ଯାଦବ ବାବର ଆଜମଙ୍କୁ ତାଙ୍କର ଶିକାର କରିଛନ୍ତି। ଏହା ବ୍ୟତୀତ ତଥ୍ୟ କହୁଛି ଯେ, କୁଲଦୀପ ଯାଦବଙ୍କ ବିରୋଧରେ ବାବର ଆଜାମ ଅସହଜ ରହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.