ନୂଆଦିଲ୍ଲୀ,୨୩।୯: ଭାରତରେ ଘାତକ ମଙ୍କିପକ୍ସ Clade 1b ଷ୍ଟେ୍ରନ୍ର ପ୍ରଥମ ମାମଲା ସାମନାକୁ ଆସିଛି। ଏହି ଷ୍ଟେ୍ରନ୍, ଯାହାକୁ ଗତ ମାସ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପବ୍ଲିକ୍ ହେଲଥ୍ ଏମର୍ଜେନ୍ସି ବୋଲି ଘୋଷିତ କରିଥିଲା। ମଙ୍କିପକ୍ସ କ୍ଲେଡ ୧ ବି ଭାରିଆଣ୍ଟର ଏହି ପ୍ରଥମ ମାମଲା କେରଳର ଜଣେ ବ୍ୟକ୍ତିଙ୍କ ନିକଟରେ ଦେଖିବାକୁ ମିଳିଛି। ମଲ୍ଲପୁରମ୍ ନିବାସୀ ୩୮ ବର୍ଷୀୟ ବ୍ୟକ୍ତି ‘କ୍ଳେଡ୍ ୧ବି ଷ୍ଟେ୍ରନ୍’ରେ ସଂକ୍ରମିତ ହୋଇଥିବା ଜଣାପଡିଛି। ସେ ନିକଟରେ ୟୁଏଇରୁ ଫେରିଥିଲେ। ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି।
ଏହା ଏଭଳି ପ୍ରଥମ ମାମଲା। ଡବ୍ଲୁଏଚଓ ଗତ ମାସ ଦ୍ବିତୀୟ ଥର ମଙ୍କିପକ୍ସକୁ ସାର୍ବଜନୀକ ହେଲଥ୍ ଏମର୍ଜେନ୍ସି ଘୋଣିତ କରିଥିଲା। ଏହା ପୂର୍ବରୁ ଦିଲ୍ଲୀରେ ପ୍ରଥମ ମାମଲା ସାମନାକୁ ଆସିଥିଲା। ମଙ୍କିପକ୍ସର ଗୋଟିଏ ମାମଲା ହରିୟାଣାର ହିସାର ନିବାସୀ ୨୬ ବର୍ଷୀୟ ବ୍ୟକ୍ତିଙ୍କ ନିକଟରେ ଦେଖିବାକୁ ମିଳିଥିଲା। ଯିଏକ ଚଳିତ ମାସ ପଶ୍ଚିମ ଆଫ୍ରିକା ‘କ୍ଲେଡ୍ ୨’ ଭାରିଆଣ୍ଟରେ ସଂକ୍ରମିତ ହୋଇଥିଲେ।
ଡବ୍ଲୁଏଚଓ ପକ୍ଷରୁ ମଙ୍କିପକ୍ସକୁ ୨୦୨୨ ରେ ହେଲଥ୍ ଏମର୍ଜେନ୍ସି ଘୋଷିତ କରିବା ପରେ ଭାରତରେ ଏହାର ୩୦ଟି ମାମଲା ସାମନାକୁ ଆସଛି। ଏହା ମଧ୍ୟରେ ଦିଲ୍ଲୀର ଲୋକ ନାୟକ ଜୟପ୍ରକାଶ ନାରାୟଣ ହସ୍ପିଟାଲ ଏହି ମାସ ଆରମ୍ଭରୁ ଭର୍ତ୍ତି ମଙ୍କିପକ୍ସର ଜଣେ ରୋଗୀଙ୍କୁ ଡିସଚାର୍ଜ କରିଛନ୍ତି।