ପ୍ରମୁଖ ଖବର
  • ଡିସେମ୍ବର ୯ରେ ଡବ୍ଲ୍ୟୁପିଏଲ୍‌-୨ ଅକ୍ସନ୍: ନିଲାମ ତାଲିକାରେ ୧୬୫ ଖେଳାଳି, ଡଟିନ, ୱାଟ୍‌ ଓ ଆଟାପଟୁଙ୍କ ଉପରେ ନଜର
  • ||
  • ଭୁବନେଶ୍ୱର: ସୋମବାରଠାରୁ ସଂସଦର ଶୀତ ଅଧିବେଶନ: ବିଜେଡି ଉଠାଇବ ବିଧାନ ପରିଷଦ, ପିଏମ୍‌ଏୱାଇ ପ୍ରସଙ୍ଗ
  • ||
  • ନିଶ୍ଚିନ୍ତକୋଇଲି: ଦୁର୍ଦ୍ଦାନ୍ତ ଅପରାଧୀକୁ ପୋଲିସର ଏନକାଉଣ୍ଟର, ଅଭିଯୁକ୍ତ ନାଁରେ ରହିଛି ୫୩ଟି ମାମଲା
  • ||
  • ମଧ୍ୟପ୍ରଦେଶ ଟ୍ରେଣ୍ଡିଂରେ ବିଜେପିକୁ ବହୁମତ, ମୁଖ୍ୟମନ୍ତ୍ରୀ ଶିବରାଜଙ୍କୁ ଭେଟିବାକୁ ପହଞ୍ଚିଲେ ସିନ୍ଧିଆ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉତ୍ପାତିଆ ଦନ୍ତା ହାତୀ ହେବେ ସାବାଡ୍‌, ଖୁବ୍‌ଶୀଘ୍ର ହାତୀଙ୍କ ‘ପାଠଶାଳା’ରେ ହେବ କୁମ୍‌କୀ ପ୍ରଶିକ୍ଷଣ ଟ୍ରେନିଂ
  • ||
  • ଭୁବନେଶ୍ୱର: ବାତ୍ୟା ‘ମିଗଜାଉମ୍’ର ରୂପ ନେଲା ଗଭୀର ଅବପାତ, ଓଡ଼ିଶାରେ ପ୍ରବଳ ବର୍ଷା ସହ ପବନ ଆଶଙ୍କା
  • ||
  • ଭୁବନେଶ୍ୱର: OAS ସ୍ତରରେ ଛୋଟ ଧରଣର ଅଦଳବଦଳ: ୧୧ ଓଏଏସ୍ ଅଧିକାରୀଙ୍କ ବଦଳି
  • ||
  • ଫୁଲବାଣୀ: ସାଙ୍ଗମାନଙ୍କ ସହ ଭଉଣୀକୁ ଗଣଦୁଷ୍କର୍ମ ମାମଲା: ହତ୍ୟା ଅଭିଯୋଗରେ ଭାଇ ସମେତ ୪ ଗିରଫ
  • ||
  • ଆଜି ପଞ୍ଚମ ଟି-ଟ୍ୱେଣ୍ଟି: ଚିନ୍ନାସ୍ୱାମୀରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା, ବଳକାଙ୍କୁ ମିଳିବ ସୁଯୋଗ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା: ବର୍ଷା ଧରି ଓଡ଼ିଶାରେ ପଶିବ, ଉଜାଡ଼ି ଦେବ ଅମଳ ମୁହାଁ ଫସଲ, ୧୩ ଜିଲ୍ଲାକୁ ବର୍ଷା ଆଲର୍ଟ
  • ||

ବିଶ୍ୱକପ୍ ଫାଇନାଲ୍‌ ମ୍ୟାଚ୍‌କୁ ନେଇ ବେଟିଂ ଇଣ୍ଡଷ୍ଟ୍ରୀ ଚଳଚଞ୍ଚଳ, ଲାଗିଛି ୭୦,୦୦୦ କୋଟିର ବେଟିଂ

ଅହମ୍ମଦାବାଦ,୧୯/୧୧: ଭାରତ- ଅଷ୍ଟ୍ରେଲିଆ ଫାଇନାଲ୍‌ ମ୍ୟାଚ୍‌କୁ ନେଇ ବେଟିଂ ଇଣ୍ଡଷ୍ଟ୍ରୀ ଚଳଚଞ୍ଚଳ ହୋଇଯାଇଛି । ଟାଇଟଲ ଲଢେଇ ପାଇଁ ଜୋରଦାର ବେଟିଂ ଚାଲିଛି । ମ୍ୟାଚ୍‌ ପଛରେ ପାଖା ପାଖି ୭୦,୦୦୦ କୋଟି  ଟଙ୍କାର ଅର୍ଥ ଲଗା ଯାଇଛି । ଏହି ମ୍ୟାଚ୍‌ ସବୁ  ପୁରୁଣା ବେଟିଂ ରେକର୍ଡ ଭାଙ୍ଗିବ ବୋଲି  ଅନୁମାନ କରାଯାଉଛି । ୫୦୦ରୁ ଉଦ୍ଧ୍ୱର୍ ବେଟିଂ  ୱେବସାଇଟ୍‌ ଫାଇନାଲ୍‌ ମ୍ୟାଚ୍‌ ପାଇଁ ବେଟ୍‌  ଆହ୍ୱାନ କରିଛନ୍ତି ।  

ଭାରତ ପକ୍ଷରେ ସର୍ବାଧିକ ଅର୍ଥ ଲାଗିଛି । ବେଟର୍‌ଙ୍କ ନଜରରେ ଭାରତ ଚାମ୍ପିଅନ୍‌ ହେବ। ମ୍ୟାଚ୍‌ ଆରମ୍ଭରୁ ଶେଷ  ପର୍ଯ୍ୟନ୍ତ ଭାରତର ଆଧିପତ୍ୟ ରହିବ । ମ୍ୟାଚ୍‌ରେ ଛୋଟ ସ୍କୋର ସଂଗୃହୀତ ହେବ ବୋଲି ବେଟରମାନେ ଅନୁମାନ କରୁଛନ୍ତି। ପ୍ରଥମେ ବ୍ୟାଟିଂ କରୁଥିବା ଦଳ ୨୫୦ରୁ  ୩୦୦ ମଧ୍ୟରେ ସ୍କୋର ସଂଗ୍ରହ କରିବ ବୋଲି ସର୍ବାଧିକ ବେଟର ଅନୁମାନ ଲଗାଇଛନ୍ତି । ୩୦୦ରୁ ୪୦୦ ସ୍କୋର ପାଇଁ ମଧ୍ୟ ବେଟ୍‌ ଲାଗିଛି । କିଛି ବେଟରଙ୍କ ଅନୁମାନ ଅନୁଯାୟୀ ପ୍ରଥମ ଇନିଂସ ସ୍କୋର ୪୦୦ ଅତିକ୍ରମ  କରିବ।  

ବେଟିଂ ମିଟର ଅନୁଯାୟୀ ଭାରତ ଟସ  ଜିତି ବ୍ୟାଟିଂ ନିଷ୍ପତ୍ତି ନେବ । ଟୁର୍ଣ୍ଣାମେଣ୍ଟ ସାରା  ବିରାଟ କୋହଲିଙ୍କ ରାଜୁତି ଜାରି ରହିଥିଲେ  ହେଁ ବେଟ୍‌ରମାନେ ଫାଇନାଲ୍‌ ମ୍ୟାଚ୍‌ ପାଇଁ  ରୋହିତ ଶର୍ମା ଓ ସୂର୍ଯ୍ୟକୁମାର ଯାଦବଙ୍କ  ଉପରେ ସର୍ବାଧିକ ଅର୍ଥ ଲଗାଇଛନ୍ତି ।  

ମହମ୍ମଦ ସାମି ୨୩ଟି ୱିକେଟ୍‌  ଅକ୍ତିଆର କରିସାରିଥିଲେ ହେଁ  ବେଟରମାନେ ଫାଇନାଲ୍‌ ମ୍ୟାଚ୍‌ ପାଇଁ  ମହମ୍ମଦ ସିରାଜ ଓ ଯଶପ୍ରୀତ ବୁମରାଙ୍କ  ପଛରେ ଅର୍ଥ ଲଗାଇଛନ୍ତି । ଗତ ଭାରତ- ପାକିସ୍ତାନ ମ୍ୟାଚ୍‌ରେ ୪୦,୦୦୦କୋଟି  ଟଙ୍କାର ବେଟିଂ ହୋଇଥିଲା ।

Copyright © 2022 - Summa Real Media Private Limited. All Rights Reserved.