ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

ପାଣ୍ଡ୍ୟାଙ୍କ ଦମଦାର ଅର୍ଦ୍ଧଶତକ, ବାଂଲାଦେଶକୁ ୧୯୭ ରନର ଟାର୍ଗେଟ୍‌ ଦେଲା ଟିମ୍‌ ଇଣ୍ଡିଆ

Image Courtesy: espncricinfo

ଆଣ୍ଟିଗୁଆ: ଟି-୨୦ ବିଶ୍ବକପର ସୁପର-୮ ମୁକାବିଲା ରୋମାଞ୍ଚକର ହେବାରେ ଲାଗିଛି । ଆଜିର ମ୍ୟାଚ୍‌ରେ ଭାରତ ଏବଂ ବାଂଲାଦେଶ ମ୍ୟାଚ୍‌ ଜାରି ରହିଛି । ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଟିମ୍‌ ନିର୍ଦ୍ଧାରିତ ଓଭରରେ ୫ ଓ୍ବିକେଟ ହରାଇ ୧୯୬ ରନ୍‌ କରିଛି । ବାଂଲାଦେଶକୁ ୧୯୭ ରନ୍‌ର ଟାର୍ଗେଟ ଦେଇଛି ଭାରତ । 

 ଆଜି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଦମଦାର ବ୍ୟାଟିଂ କରିଛନ୍ତି । ୨୭ ବଲ୍‌ରେ ଅପରାଜିତ ଅର୍ଦ୍ଧଶତକ କରିବା ସହ ଦଳୀୟ ସ୍କୋରରେ ବଡ଼ ପରିବର୍ତ୍ତନ କରିଛନ୍ତି । ହାର୍ଦ୍ଦିକଙ୍କ ଅପରାଜିତ ୫୦ ରନ୍‌ ସମେତ ରୋହିତ ଶର୍ମା (୨୩), ବିରାଟ କୋହଲି (୩୭), ଋଷଭ ପନ୍ତ (୩୬), ସୂର୍ଯ୍ୟକୁମାର ଯାଦବ (୬), ଶିବମ ଦୁବେ (୩୪) ଏବଂ ଅକ୍ଷର ପଟେଲଙ୍କ ୨ ରନ୍ ବଳରେ ଟିମ୍‌ ଇଣ୍ଡିଆ ବଡ଼ ସ୍କୋର କରିପାରିଛି । 

ସେପଟେ ବାଂଲାଦେଶର ରିଶାଦ ହୋସେନ ଏବଂ ତାଞ୍ଜିମ ହାସନ ସାକିବ ୨ ଟି ଲେଖାଏଁ ଓ୍ବିକେଟ ନେଇଛନ୍ତି । ସେହିଭଳି ଶାକିବ ଅଲ୍‌ ହାସନ ଗୋଟିଏ ଓ୍ବିକେଟ ଅକ୍ତିଆର କରିଛନ୍ତି । ଆଜିର ମ୍ୟାଚ୍‌ରେ ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ବାଂଲାଦେଶ । ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଭାରତୀୟ ଟିମ୍‌ ୩୯ ରନ୍‌ରେ ପ୍ରଥମ ଓ୍ବିକେଟ ଭାବେ ରୋହିତ ଶର୍ମାଙ୍କୁ ହରାଇଥିଲା । ପରେ ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ ଏବଂ ଶିବମ ଦୁବେ ଆଉଟ୍‌ ହୋଇ ପ୍ୟାଭିଲିୟନ୍‌ ଫେରିଥିଲେ । ହେଲେ ହାର୍ଦ୍ଦିକ ପାଣ୍ଡ୍ୟା ସୁନ୍ଦର ପ୍ରଦର୍ଶନ କରିବା ସହ ଦଳୀୟ ସ୍କୋରରେ ବଡ଼ ପରିବର୍ତ୍ତନ କରିବାରେ ସହାୟକ ହୋଇଛନ୍ତି । 

  • T-20 World Cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.