ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆଜିଠୁ ଦ୍ୱିତୀୟ ଟେଷ୍ଟ ମୁକାବିଲା: ରୋହିତ ବାହିନୀ ପାଇଁ ଆଣ୍ଡରସନ ଚ୍ୟାଲେଞ୍ଜ, ଫୋକସ୍‌ରେ ରିଭର୍ସ ସୁଇଂ

ବିଶାଖାପଟ୍ଟନମ୍‌,୦୨/୦୨: ଶୁକ୍ରବାର ଘରୋଇ ଭାରତ  ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ  ଟେଷ୍ଟ ଆରମ୍ଭ ହେବାକୁ ଯାଉଛି । ଏସିଏ-ଭିଡିସିଏ ଷ୍ଟାଡ଼ିୟମ୍‌ରେ ଏହି ମ୍ୟାଚ୍‌ ଖେଳାଯିବ । ପ୍ରଥମ ଟେଷ୍ଟ  ପରାଜିତ ହୋଇସାରିଥିବା ଭାରତ ପାଇଁ ପ୍ରତ୍ୟାବର୍ତ୍ତନ  ଜରୁରି ହୋଇଯାଇଛି । ଏଥିପାଇଁ ଦଳ ସବୁ ଶକ୍ତି  ଖଟାଇବାକୁ ପ୍ରସ୍ତୁତ ।  

ସିରିଜକୁ ଫେରିବା ଘରୋଇ ଦଳ ପାଇଁ ବଡ଼  ଚ୍ୟାଲେଞ୍ଜ ରୂପେ ଉଭା ହୋଇଥିବାବେଳେ ସଂଘର୍ଷ  କରୁଥିବା ଯୁବ ଭାରତୀୟ ବ୍ୟାଟରଙ୍କ ପାଇଁ ସୁଇଂ  ସମ୍ରାଟ୍‌ ଜେମ୍ସ ଆଣ୍ଡରସନ୍‌ ବଡ଼ ଚ୍ୟାଲେଞ୍ଜ ରୂପେ  ଉଭା ହୋଇଛନ୍ତି । ପ୍ରଥମ ଟେଷ୍ଟ ଜିତି ମନୋବଳ ଦୃଢ କରିଥିବା  ଇଂଲଣ୍ଡ ମଧ୍ୟ ଇତିହାସ ରଚିବାକୁ ଅପେକ୍ଷା କରିଛି । ୨୦୧୨/୧୩ରେ ଇଂଲଣ୍ଡ ଏଠାରେ ଟେଷ୍ଟ ସିରିଜ  ଜିତିଥିଲା । ଏଥର ମଧ୍ୟ ବାଜବଲ୍‌ ରଣନୀତିକୁ ଭାରତରେ ସଫଳ କରି ସିରିଜ ହାତେଇବାକୁ  ଇଂଲଣ୍ଡ ପ୍ରସ୍ତୁତ ରହିଛି । 

ରୋହିତଙ୍କ ଉପରେ ନଜର: ନେତୃତ୍ୱ  ଓ ରଣକୌଶଳ ବ୍ୟତୀତ ରୋହିତଙ୍କ ବ୍ୟାଟିଂକୁ  ନେଇ ବେଶ୍‌ ଆଲୋଚନା ଚାଲିଛି । ଭଲ ଆରମ୍ଭ  ସତ୍ତେ୍ୱ ରୋହିତ ବଡ ଇନିଂସ ଖେଳିବାରେ ବିଫଳ  ହେଉଛନ୍ତି । ବିରାଟ କୋହଲି ନଥିବାରୁ ରୋହିତଙ୍କ  ଅଭିଜ୍ଞତା ଉପରେ ଦଳର ବ୍ୟାଟିଂ ବିଭାଗ ନିର୍ଭର  କରୁଛି । ତେଣୁ ତାଙ୍କୁ ବଡ଼ ଇନିଂସ ଖେଳିବାକୁ  ପଡ଼ିବ । ଏସିଏ-ଭିଡିସିଏ ଷ୍ଟାଡିୟମ୍‌ରେ ରୋହିତଙ୍କ  ପ୍ରଦର୍ଶନ ବେଶ୍‌ ଚମତ୍କାର ରହିଛି । ଏଠାରେ ସେ  ଖେଳିଥିବା ଏକ ଟେଷ୍ଟର ଉଭୟ ଇନିଂସରେ  ଯଥାକ୍ରମେ ୧୭୬ ଓ ୧୨୭ ରନ୍‌ ସଂଗ୍ରହ କରିଥିଲେ।  

୨ସ୍ଥାନ ପାଇଁ ୪ପ୍ରତିଦ୍ୱନ୍ଦ୍ୱୀ: ଭାରତର  ଏକାଦଶ ଚୟନ ଉପରେ ସମଗ୍ର କ୍ରିକେଟ୍‌ ପ୍ରେମୀଙ୍କ  ନଜର ରହିଛି । ବିରାଟ କୋହଲିଙ୍କ ପରେ କେ ଏଲ  ରାହୁଲ ଓ ରବୀନ୍ଦ୍ର ଜାଡେଜା ନଥିବାରୁ ୨ଟି ସ୍ଥାନ ପାଇଁ  ୪ଜଣ ଖେଳାଳିଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ । ବ୍ୟାଟିଂ  ବିଭାଗରେ ୫ନଂ ସ୍ଥାନ ଖାଲି ରହିଛି । ରାହୁଲ ଏହି  ସ୍ଥାନରେ ଖେଳୁଥିଲେ । ସେହିପରି ରବିନ୍ଦ୍ର ଜାଡେଜାଙ୍କ  ସ୍ଥାନ ପାଇଁ ୱାସିଂଟନ ସୁନ୍ଦର ଦୌଡ଼ରେ ରହିଥିଲେ ହେଁ କୁଲଦୀପ ଯାଦବଙ୍କୁ ଅଗ୍ରଧିକାର ମିଳିବ । 

ପାତିଦାର ବନାମ ସର୍ଫରାଜ  

ଶୁକ୍ରବାର ରଜିତ ପାତିଦାର ଓ ସର୍ଫରାଜ ଖାନ୍‌ଙ୍କ ମଧ୍ୟରୁ ଜଣେ ପଦାର୍ପଣ କରିବା ନିଶ୍ଚିତ ।  ମାତ୍ର ଟସ୍‌ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ । ଉଭୟ ଭାରତ ଏ’ ପକ୍ଷରୁ ଇଂଲଣ୍ଡ ଏ’ ବିପକ୍ଷ  ଅନଫିସିଆଲ୍‌ ଟେଷ୍ଟରେ ଶତକ ଅର୍ଜନ କରିଥିଲେ ।  ପାତିଦାରଙ୍କ ବ୍ୟାଟିଂ ଟେକ୍‌ନିକ୍‌ ଟେଷ୍ଟ ପାଇଁ ଉପଯୁକ୍ତ ।  ମାତ୍ର ସର୍ଫରାଜ ଗତ ୪ବର୍ଷ ହେଲା ରଣଜୀ ଟ୍ରଫିରେ  ଚମତ୍କାର ପ୍ରଦର୍ଶନ କରି ଚୟନକର୍ତ୍ତାଙ୍କୁ ବାରମ୍ବାର  ଆକର୍ଷିତ କରିଛନ୍ତି । ଉଭୟ ସ୍ପିନରଙ୍କ ବିପକ୍ଷରେ  ଖେଳିବାରେ ସିଦ୍ଧହସ୍ତ ।  

ସର୍ଫରାଜ ଇଂଲଣ୍ଡ-ଏ ବିପକ୍ଷ ମୁକାବିଲାର  ପ୍ରଥମ ଇନିଂସରେ ୧୬୧ ରନ୍‌ର ଇନିଂସ  ଖେଳିଥିଲେ । ଗତ କିଛି ବର୍ଷ ହେଲା ରଣଜୀ ଟ୍ରଫିରେ  ସର୍ଫରାଜଙ୍କ ପ୍ରଦର୍ଶନ ଚିତ୍ତାକର୍ଷକ ରହିଥିଲା । ୪୫ଟି  ମ୍ୟାଚ୍‌ରୁ ସେ ୬୯.୮୫ ହାରରେ ମୋଟ୍‌ ୩୯୧୨  ରନ୍‌ ସଂଗ୍ରହ କରିସାରିଛନ୍ତି । ଏଥିରେ ୧୪ଟି ଶତକ  ରହିଛି । ରଣଜୀ ଟ୍ରଫିରେ ସେ ଗୋଟିଏ ତ୍ରିଶତକ  ଓ ୨ଟି ଦ୍ୱିଶତକ ଅର୍ଜନ କରିସାରିଛନ୍ତି । ପାତିଦାର  ମଧ୍ୟ ପଛରେ ନାହାନ୍ତି । ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ  ସେ ୫୩.୪୮ହାରରେ ୪୦୦୦ ରନ୍‌ ସଂଗ୍ରହ  କରିସାରିଛନ୍ତି । ଏଥିରେ ୧୨ଟି ଶତକ ରହିଛି ।  

ଆଣ୍ଡରସନ୍‌, ବଶିର ଖେଳିବେ: ଦ୍ୱିତୀୟ  ଟେଷ୍ଟ ପାଇଁ ଇଂଲଣ୍ଡ ଚୂଡ଼ାନ୍ତ ଏକାଦଶ ଘୋଷଣା  କରିସାରିଛି । ପ୍ରଥମ ଟେଷ୍ଟ ଭଳି ଇଂଲଣ୍ଡ  ଏଥର ମଧ୍ୟ ୩ଜଣ ସ୍ପିନରଙ୍କୁ ନେଇ ଗ୍ରାଉଣ୍ଡକୁ  ଓହ୍ଲାଇବ । ଜ୍ୟାକ୍‌ ଲିଚ୍‌ ଆହତ ହୋଇ ଦ୍ୱିତୀୟ  ଟେଷ୍ଟରୁ ବାଦ ପଡ଼ିଛନ୍ତି । ଫଳରେ ତାଙ୍କ ସ୍ଥାନରେ ସୋହେବ ବଶିର ପଦାର୍ପଣ କରିବେ । ସେହିପରି  ପ୍ରଥମ ଟେଷ୍ଟ ଖେଳିଥିବା ମାର୍କ ଉଡ୍‌ଙ୍କ ସ୍ଥାନରେ  ଜେମ୍ସ ଆଣ୍ଡରସନ୍‌ ଏକାଦଶକୁ ଫେରିବେ ।  

ଟସ୍‌ ଜିତିଲେ ବ୍ୟାଟିଂ: ବିଶାଖାପଟ୍ଟନମ୍‌  ପିଚ୍‌ ସ୍ପିନରଙ୍କୁ ସହାୟତା କରିବା ନିଶ୍ଚିତ । ମାତ୍ର  ପ୍ରଥମ ଦିନରୁ ବଲ୍‌ ଟର୍ଣ୍ଣ କରିବାର ସମ୍ଭାବନା ନାହିଁ।  ସମୟ କ୍ରମେ ପିଚ୍‌ ଶୁଷ୍କ ହେବା ସହ ସ୍ପିନରମାନେ  ପିଚ୍‌ରୁ ଫାଇଦା ଉଠାଇ ପାରିବେ । ପ୍ରଥମ ୨ ଦିନରେ ପିଚ୍‌ ବ୍ୟାଟିଂ ପାଇଁ ଅନୁକୂଳ ରହିବ । ଫଳରେ ଟସ ବିଜୟୀ ଦଳ ବ୍ୟାଟିଂ କରିବା ନିଶ୍ଚିତ ।   ସ୍ଥାନୀୟ ଜଳବାୟୁ ଅନୁଯାୟୀ ପୁରୁଣା ବଲ୍‌ ରିଭର୍ସ  ସୁଇଂ କରିବା ଆଶା କରାଯାଉଛି । ପୂର୍ବରୁ ମଧ୍ୟ ପେସ  ବୋଲରମାନେ ଏଠାରେ ରିଭର୍ସ ସୁଇଂ କରି ବିପର୍ଯ୍ୟୟ ଘଟାଇଛନ୍ତି । ୨୦୧୯ରେ ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ  ଟେଷ୍ଟରେ ମହମ୍ମଦ ସାମି ଚତୁର୍ଥ ଇନିଂସରେ ରିଭର୍ସ  ସୁଇଂ କରି ୫ଟି ୱିକେଟ୍‌ ନେଇଥିଲେ ।  

ସମ୍ଭାବ୍ୟ ଦଳ

ଭାରତ: ରୋହିତ ଶର୍ମା(ଅଧିନୟେକ), ଯଶସ୍ୱୀ  ଜୈସ୍ୱାଲ, ଶୁଭମନ ଗିଲ୍‌, ଶ୍ରେୟାସ ଆୟର, ରଜତ  ପାତିଦାର/ସର୍ଫରାଜ ଖାନ, ଅକ୍ଷର ପଟେଲ, କେଏସ  ଭରତ, ଆର ଅଶ୍ୱିନ, କୁଲଦୀପ ଯାଦବ/ୱାସିଂଟନ  ସୁନ୍ଦର, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ ।  

ଇଂଲଣ୍ଡ: ଜ୍ୟାକ୍‌ କ୍ରଲି, ବେନ ଡକେଟ୍‌, ଓଲି  ପୋପ, ଜୋ ରୁଟ୍‌, ଜନି ବେୟାରଷ୍ଟୋ, ବେନ  ଷ୍ଟୋକ୍ସ(ଅଧିନାୟକ), ରେହାନ ଅହମ୍ମଦ, ଟମ ହାର୍ଟଲି, ସୋହେବ ବଶିର, ଜେମ୍ସ ଆଣ୍ଡରସନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.