ପ୍ରମୂଖ ଖବର
  • ଭୁବନେଶ୍ଵର : ୨୨ରୁ ବଜେଟ ଅଧିବେଶନ, ସରକାର ବନାମ ନବୀନଙ୍କ ଛାୟା ମନ୍ତ୍ରିମଣ୍ଡଳ ଲଢ଼େଇ
  • ||
  • ଆଜି ରସଗୋଲା ଦିବସ, ଜିଆଇର ୫ ବର୍ଷ ପରେ ବ୍ରାଣ୍ଡିଂ ନାହିଁ, ସରକାର ନିରବ
  • ||

୪ଟି ଦେଶରେ ଅଶୋଧିତ ତୈଳ ଗଚ୍ଛିତ ରଖିବ ଭାରତ; ଆମେରିକା ସହିତ ହୋଇସାରିଛି ଡିଲ୍‌

Image source: ndtv

ନୂଆଦିଲ୍ଲୀ,୦୮/୦୭: ଭାରତ ତୈଳ ଭଣ୍ଡାର ବୃଦ୍ଧି କରିବାକୁ ଚିନ୍ତା କରୁଛି। ଏଥିପାଇଁ ସରକାର ଦେଶ ବାହାରେ ଅଶୋଧିତ ତୈଳର ରଣନୀତିକ ସଂରକ୍ଷଣ ସୃଷ୍ଟି କରିବାକୁ ଯୋଜନା କରିଛନ୍ତି। ଅଶୋଧିତ ତୈଳର ଏହି ଭଣ୍ଡାର କେବଳ ଜରୁରୀକାଳୀନ ପରିସ୍ଥିତିରେ ନୁହେଁ ବରଂ ଏହାର ଲାଭ ଉଠାଇବା ପାଇଁ ମଧ୍ୟ ବ୍ୟବହାର କରାଯାଇପାରିବ। ଏଥିପାଇଁ ଜାପାନ, ଦକ୍ଷିଣ କୋରିଆ ଏବଂ ସିଙ୍ଗାପୁର ଭଳି ଦେଶ ଉପରେ ସରକାର ନଜର ରଖିଛନ୍ତି। ତେବେ ଏ ବାବଦରେ ଏପର୍ଯ୍ୟନ୍ତ କୌଣସି ସରକାରୀ ସୂଚନା ପ୍ରକାଶ କରାଯାଇ ନାହିଁ। 

ଏହି ୪ ରାଷ୍ଟ୍ରରେ ସଂରକ୍ଷିତ ହେବ ଅଶୋଧିତ ତୈଳ:

ଲାଇଭ ମିଣ୍ଟର ଏକ ରିପୋର୍ଟ ଅନୁଯାୟୀ, ଅଶୋଧିତ ତୈଳର ରଣନୀତିକ ଭଣ୍ଡାର ତିଆରି ପାଇଁ ଜାପାନ, ଦକ୍ଷିଣ କୋରିଆ ଏବଂ ସିଙ୍ଗାପୁରରେ କିଛି ନିର୍ଦ୍ଦିଷ୍ଟ ସ୍ଥାନଗୁଡିକ ବିଚାର କରାଯାଉଛି। ଚୂଡ଼ାନ୍ତ ନିଷ୍ପତ୍ତି ନେବା ପୂର୍ବରୁ, ଦେଶର ସ୍ୱାର୍ଥ ଅନୁଯାୟୀ ଏହି ସ୍ଥାନ କେତେ ବ୍ୟବହାରିକ ତାହା ଉପରେ ବିଚାର କରାଯିବ। ଷ୍ଟ୍ରାଟେଜିକ୍ ଷ୍ଟୋରେଜ୍ ପାଇଁ ଏକ ସ୍ଥାନ ବାଛିବା ବେଳେ,ସଂରକ୍ଷଣ ଭଡ଼ା ପରିବହନ ମୂଲ୍ୟଠାରୁ ଅଧିକ ନହେବା ପାଇଁ ଧ୍ୟାନ ଦିଆଯିବ। ୟୁଏଇକୁ ମଧ୍ୟ ଏକ ବିକଳ୍ପ ଭାବରେ ଦେଖାଯାଉଛି।

ଆମେରିକା ସହିତ ହୋଇସାରିଛି ଡିଲ୍‌: 

ଭାରତ ଅଶୋଧିତ ତୈଳ ଦେଶ ବାହାରେ ରଖିବାକୁ ଚିନ୍ତା କରୁଥିବା ଏହା ପ୍ରଥମ ଘଟଣା ନୁହେଁ, ବରଂ ଏହାପୂର୍ବରୁ ଭାରତ ଆମେରିକା ସହ ଏଭଳି ଚୁକ୍ତି ସ୍ୱାକ୍ଷର କରିସାରିଛି। ୨୦୨୦ ମସିହାରେ ଭାରତ ଏବଂ ଆମେରିକା ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ରିଜର୍ଭ ସମ୍ବନ୍ଧରେ ଏକ ଚୁକ୍ତିନାମା ସ୍ୱାକ୍ଷର କରିଥିଲା। ଏହି ଚୁକ୍ତିରେ ଆମେରିକାରେ ଭାରତୀୟ ତୈଳ ସଂରକ୍ଷଣର ସମ୍ଭାବନାକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଥିଲା।

୧୨ ମିଲିୟନ ଟନ୍‌ ହେବ କ୍ଷମତା: 

ଭାରତ ବିଦେଶରେ ଗଚ୍ଛିତ ଏହି ଅଶୋଧିତ ତୈଳକୁ ବିପଦ ସମୟରେ ବ୍ୟବହାର କରିପାରିବ। ଏଥି ସହିତ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟର ଲାଭ ଉଠାଇବା ପାଇଁ ମଧ୍ୟ ବ୍ୟବହାର କରାଯାଇପାରିବ। କିନ୍ତୁ, ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ହେତୁ ଏଥିରେ କ୍ଷତି ହେବାର ଆଶଙ୍କା ମଧ୍ୟ ରହିବ। ଦେଶ ବାହାରେ ଅଶୋଧିତ ତୈଳର ରଣନୀତିକ ଭଣ୍ଡାର ସୃଷ୍ଟି କରିବା ହେଉଛି ଦୀର୍ଘ ସମୟ ମଧ୍ୟରେ ଦେଶର ଇନ୍ଧନ ଆବଶ୍ୟକତାକୁ ସୁରକ୍ଷିତ ରଖିବା ରଣନୀତିର ଏକ ଅଂଶ ଅଟ। ଦେଶରେ ବର୍ତ୍ତମାନ ୫.୩ ନିୟୁତ ଟନ୍ ଅଶୋଧିତ ତୈଳ ସଂରକ୍ଷଣ କରିବାର ବ୍ୟବସ୍ଥା ରହିଛି। ଏଥିପାଇଁ ବିଶାଖାପାଟନମ୍, ମାଙ୍ଗାଲୁରୁ ଏବଂ ପାଦୁରରେ ସଂରକ୍ଷଣ କେନ୍ଦ୍ର ସୃଷ୍ଟି କରାଯାଇଛି। ଚାନ୍ଦିଖୋଲ ଏବଂ ପାଦୁରରେ ମଧ୍ୟ ନୂତନ ଭଣ୍ଡାର ନିର୍ମାଣ କରାଯାଉଛି, ଯେଉଁଥିରେ ୬.୫ ନିୟୁତ ଟନ୍ ଅଶୋଧିତ ତୈଳ ସଂରକ୍ଷଣ କରିବାର କ୍ଷମତା ରହିବ।

 

 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.