ନୂଆଦିଲ୍ଲୀ: ନିକଟରେ ଦୁବାଇରେ ଆୟୋଜିତ ହୋଇଥିବା ଅନ୍ତର୍ଜାତୀୟ ପାୱାରଲିଫ୍ଟଙ୍ଗ ଚାମ୍ପିଅନସିପରେ ଭାରତୀୟ ପାୱାରଲିଫ୍ଟ ଦଳ ଏକାଧିକ ସ୍ୱର୍ଣ୍ଣ ପଦକ ଜିତିଛି । ଇଲେକ୍ଟ୍ରୋଥର୍ମ ଇଣ୍ଡିଆ ପ୍ରାୟୋଜିତ ଏହି ପ୍ରତିଯୋଗିତାରେ ବେଞ୍ଚ ପ୍ରେସ୍, ସ୍କ୍ୱାଟସ୍, ଡେଡଲିଫ୍ଟ ଏବଂ ଷ୍ଟିଟ୍ କର୍ଲ ସମେତ ବିଭିନ୍ନ ବର୍ଗରେ ୧୮ ଟି ସ୍ୱର୍ଣ୍ଣ ପଦକ ଜିତିଛି ଦଳ । ଆମେରିକା, ଇରାନ, ଅଷ୍ଟ୍ରେଲିଆ, ୟୁଏଇ, କାଜାଖସ୍ତାନ ଏବଂ ଋଷର ଦଳ ଗୁଡିକ ସହିତ ପ୍ରତିଦ୍ୱନ୍ଦ୍ୱିତା କରି ଭାରତୀୟ ଆଥଲେଟ୍ ମାନେ ଅତୁଳନୀୟ ଦକ୍ଷତା ଏବଂ ଶକ୍ତି ପ୍ରଦର୍ଶନ କରିଥିଲେ । ଦେଶର ସାତୋଟି ରାଜ୍ୟରୁ ଏହି ୨୮ ଜଣିଆ ଟିମ୍ ଆସିଥିଲେ, ଯାହାକି ଗୁଜୁରାଟ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ହରିୟାଣା, ପଞ୍ଜାବ ଏବଂ ମଧ୍ୟପ୍ରଦେଶ ।
ଇଲେକ୍ଟ୍ରୋଥର୍ମ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସୁରଜ ଭଣ୍ଡାରୀ ଦଳର ସଫଳତା ପାଇଁ ଅତ୍ୟନ୍ତ ଗର୍ବିତ ବୋଲି କହିଛନ୍ତି । ଏହା ସହ ସେ କହିଛନ୍ତି ଯେ,“ଏହି ଅଦ୍ଭୁତ ଆଥଲେଟ୍ ମାନଙ୍କୁ ସମର୍ଥନ କରିଥିବାରୁ ଆମେ ଅତ୍ୟନ୍ତ ଗର୍ବିତ । ଅନ୍ତରାଷ୍ଟ୍ରିୟ ମଞ୍ଚରେ ସେମାନଙ୍କ ସଫଳତା ଆମ ସମସ୍ତଙ୍କ ପାଇଁ ପ୍ରେରଣା । ଆଜି ଏମାନେ ଅନ୍ୟ ମାନଙ୍କ ପାଇଁ ପ୍ରମାଣିତ କରି ପାରିଛନ୍ତି ଯେ, କ୍ରିଡାକୁ ଏକ କ୍ୟାରିୟର ଭାବରେ ଗ୍ରହଣ କରାଯାଇ ପାରିବ ।
ଭାରତୀୟ ପାୱାରଲିଫ୍ଟ ଫେଡେରେଶନର ୱେଷ୍ଟର୍ଣ୍ଣ ଜୋନର ସାଧାରଣ ସମ୍ପାଦକ ତଥା ସ୍ୱର୍ଣ୍ଣ ପଦକ ବିଜେତା କ୍ରିପାଲ ସୂତାର ଦଳର ଉତ୍ସର୍ଗକୁ ପ୍ରଶଂସା କରିଛନ୍ତି । ଆମର ଆଥଲେଟ୍ ମାନେ ଆନ୍ତର୍ଜାତୀୟ ଟୁର୍ନାମେଣ୍ଟରେ ଅତୁଳନୀୟ ନିଷ୍ଠା ଏବଂ ଦକ୍ଷତା ପ୍ରଦର୍ଶନ କରିଛନ୍ତି । ଏହି ସଫଳତା ବର୍ଷ ବର୍ଷ ଧରି ସେମାନଙ୍କର କଠିନ ପରିଶ୍ରମର ଫଳାଫଳ ଅଟେ । ଆମେ ଇଲୋକ୍ଟ୍ରୋଥର୍ମ ଇଣ୍ଡିଆର ସମର୍ଥନ ଏବଂ ପ୍ରୋତ୍ସାହନ ପାଇଁ କୃତଜ୍ଞ ଏବଂ ଭବିଷ୍ୟତରେ ହେବାକୁ ଥିବା ଆୟୋଜନରେ ନିରନ୍ତର ସଫଳତା ଏବଂ ସହଯୋଗ ଆଶା କରୁଛୁ ବୋଲି ସେ କହିଛନ୍ତି ।