ପ୍ରମୂଖ ଖବର
  • ସାରା ରାଜ୍ୟରେ ଲାଗୁ ହେବ ସୁଭଦ୍ରା ଯୋଜନା, ୧୦୦ ଦିନ ଭିତରେ ହେବ କାର୍ଯ୍ୟକାରୀ
  • ||
  • ଜନ୍ମମାଟିରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମା' ତାରିଣୀ ପୀଠ ପାଇଁ ୫୦ କୋଟିର ଅନୁଦାନ
  • ||
  • T-20 ବିଶ୍ୱକପ୍ ସୁପର ୮ ରାଉଣ୍ଡ, ୨୧ ରନ୍‌ରେ କଙ୍ଗାରୁ ବାହିନୀ ଚିତ୍ ପଟାଙ୍ଗ, ଆଫଗାନିସ୍ତାନ ପ୍ରଥମ ବିଜୟ
  • ||
  • ଯୌନ ନିର୍ଯାତନା ମାମଲା, ପ୍ରଜ୍ବଳଙ୍କ ଭାଇ ସୂରଜ ରେଭାନ୍ନାକୁ ବାନ୍ଧିଲା ପୋଲିସ
  • ||
  • ମାଲକାନଗିରି ସହରର ଡିଏନ୍‌କେ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମହିଳା ମୃତ
  • ||
  • ସାଲେପୁର: ବାଇକ୍‌ ସହ ପୋଲରୁ ଖସି ପଡ଼ିଲେ ୨ ଆରେହୀ, ଜଣେ ମୃତ ,ଜଣେ ଗୁରୁତର
  • ||
  • ରବିବାରଠୁ ୨ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମା’ ତାରିଣୀଙ୍କୁ ଦର୍ଶନ ପରେ ଜନସମାବେଶରେ ହେବେ ସାମିଲ
  • ||
  • ଶ୍ରୀମନ୍ଦିରରେ ପଟିଦିଅଁ ବିଜେ, ଜ୍ୱରରୁ ମୁକ୍ତି ପାଇଁ ମହାପ୍ରଭୁଙ୍କ ଗୁପ୍ତ ଅନବସର ସେବା ଆରମ୍ଭ
  • ||
  • ଆସନ୍ତା ଦୁଇ ଦିନ ବିକ୍ଷିପ୍ତ ସ୍ଥାନରେ ବର୍ଷା ସମ୍ଭାବନା, ୨୫ରୁ ରାଜ୍ୟରେ ପ୍ରବଳ ଛେଚିବ
  • ||

ଚୀନ୍ ସାଇବର ଆଟାକରେ ବ୍ୟତିବ୍ୟସ୍ତ ଏହି ନାଟୋ ସଦସ୍ୟ ରାଷ୍ଟ୍ର, ଭାରତକୁ କଲା ସାହାଯ୍ୟ ପାଇଁ ଗୁହାରୀ

ନୂଆଦିଲ୍ଲୀ,୨୯।୫: ପୂର୍ବ ଏସିଆ ଦେଶ ଫିଲିପାଇନ୍ସ ପରେ ଦକ୍ଷିଣ ଆଫ୍ରିକ ଦେଶ ଓ ୟୁରୋପୀୟ ଦେଶରେ ବ୍ରହ୍ମୋସ ସୁପର ସୋନିକ୍ କ୍ରୁଜ ମିସାଇଲ ଓ ଅନ୍ୟ ପ୍ରତିରକ୍ଷା ଉପକରଣର ଚାହିଦା ବଢିଛି। ଏହା ଭିତରେ ଏବେ ଭାରତର ସାଇବର ସୁରକ୍ଷା ଉପକରଣ ଓ ଟେକ୍ନୋଲୋଜିର ମଧ୍ୟ ଚାହିଦା ସାରା ଦୁନିଆରେ ବଢିଛି। ନିକଟରେ ନାଟୋର ଏକ ସଦସ୍ୟ ରାଷ୍ଟ୍ର ଚୀନ୍‌ର ସାଇବର ଆଟାକ୍‌ରେ ବ୍ୟତିବ୍ୟସ୍ତ ହୋଇ ଭାରତକୁ ସାହାଯ୍ୟ ମାଗିଛି, ଯାହାଫଳରେ ଭାରତୀୟ ସାଇବର ସୁରକ୍ଷା ଟେକ୍ନୋଲୋଜି ବ୍ୟବହାର କରି ଚୀନ୍ ସହିତ ଲଢେଇ କରିପାରିବ।

ୟୁରୋଶିଆନ୍ ଟାଇମ୍ସର ରିପୋର୍ଟ ଅନୁସାରେ, ନାଟୋର  ଛୋଟ ବାଲ୍ଟିକ୍ ସଦସ୍ୟ ଏଷ୍ଟୋନିଆ  ଏବେ ଚୀନ୍ ସାଇବର ଆକ୍ରମଣ ଓ ହ୍ୟାକିଂ  ସମସ୍ୟାର ମୁକାବିଲା କରିବା ପାଇଁ ଭାରତକୁ ସାଇବର ସୁରକ୍ଷା ଉପଲବ୍ଧ କରିବାକୁ ସାହାଯ୍ୟ ମାଗିଛି। ୧୦ ଲକ୍ଷ ଜନସଂଖ୍ୟା ଥିବା ଏହି ଦେଶ ଭାରତ  ସହିତ ସାଇବର ସୁରକ୍ଷା ସମ୍ପର୍କ ତିଆରି କରିବାର ଇଛା ପ୍ରକାଶ କରିଛନ୍ତି। ଦୁଇ ଦେଶ ଏହା ଉପରେ ଆଗକୁ ବଢିବାର ନିଷ୍ପତ୍ତି ନେଇଛନ୍ତି। ଏଭଳି ପ୍ରଥମ ଥର ହୋଇଛି, ଯେତେବେଳେ ଯୁଦ୍ଧଗ୍ରସ୍ତ ୟୁକ୍ରେନ୍ ସହିତ ୪୦ ଦେଶ ଏଷ୍ଟୋନିଆର ରାଜଧାନୀ ଟାଲିନ୍‌ରେ କିଛି ଦିନ ପୂର୍ବରୁ ସାଇବର ସୁରକ୍ଷା ଉପରେ ମହାସମ୍ମିଳନୀ କରିଛନ୍ତି ଓ ଚୀନ୍ ସହ ମୁକାବିଲା କରିବାର ଟେକ୍ନୋଲୋଜି ଓ ରଣନୀତି ଉପରେ ମନ୍ଥନ କରିଛନ୍ତି। 

ଏହି ବୈଠକରେ ସାଇବର ସୁରକ୍ଷା ଉପରେ ଅନ୍ତର୍ଜାତୀୟ ମେଣ୍ଟ ତିଆରି କରିବାର ନିଷ୍ପତ୍ତି ନେଇଛନ୍ତି। ଏଷ୍ଟୋନିଆ ଚୀନ୍ ସାଇବର ଆକ୍ରମଣରେ ଚିନ୍ତିତ ହୋଇ ନା କେବଳ ଚୀନ୍ ହ୍ୟାକରଙ୍କ ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କରିଛି ତାହା ନୁହେଁ, ଏହି ଯୁଦ୍ଧରେ ଭାରତଠାରୁ ସାହାଯ୍ୟ ପାଇବା ପାଇଁ ହାତ ବଢାଇଛି। ଏଷ୍ଟୋନିଆର ପ୍ରତିରକ୍ଷା ମନ୍ତ୍ରୀ ହନୋ ପେଭକୁମାର ଚୀନ୍ ସରକାରଙ୍କ ଉପରେ ସାଇବର ଆକ୍ରମଣ କରିବା ନେଇ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ଆମେ ଲଢେଇ କରିବାକୁ ପ୍ରସ୍ତୁତ। ସାଇବର ଆକ୍ରମଣ ଏବଂ ବିପଦର ମୁକାବିଲା ପାଇଁ ଭାରତ ଓ ଏଷ୍ଟୋନିଆ ହାତ ମିଳାଇଛନ୍ତି। ଆମେ ଭାରତୀୟ ପ୍ରତିରକ୍ଷା ପ୍ରତିନିଧି ମଣ୍ଡଳଙ୍କୁ ସ୍ବାଗତ କରୁଛୁ।’ ଉଲ୍ଳେଖନୀୟ ଯେ, ଏହି ଛୋଟ ଦେଶ ଉପରେ ୨୦୨୨ ରେ ସାଇବର ଆଟାକ୍‌ର ୨୭୧୧୫ ମାମଲା ରୁଜୁ କରାଯାଇଛି। ଏଥିରୁ ୨୬୭୨ ହାଇ ଇମ୍ପାକ୍ଟର ଥଲା। ଏହି ଗମ୍ଭୀରତାକୁ ଦେଖି ଆଷ୍ଟୋନିଆକୁ ଭାରତର ସାହାଯ୍ୟ ନେବାକୁ ପଡିଛି। 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.