ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପାକିସ୍ତାନ ଜେଲ୍‌ରେ ଦୁଇ ଭାରତୀୟଙ୍କୁ ଭେଟିଲେ ଉଚ୍ଚାୟୋଗ ଅଧିକାରୀ, ଗୁପ୍ତଚର ଅଭିଯୋଗରେ ସୀମାରୁ ହୋଇଥିଲେ ଗିରଫ...

ନୂଆଦିଲ୍ଲୀ: ସୋମବାର ପାକିସ୍ତାନରେ ଥିବା ଭାରତୀୟ ଉଚ୍ଚ ଆୟୋଗର ଅଧିକାରୀ ମାନେ ପାକିସ୍ତାନର ଆଦିଆଲା ଜେଲରେ ରହୁଥିବା ଦୁଇଜଣ ଭାରତୀୟ ଯୁବକଙ୍କୁ ଭେଟିଛନ୍ତି । ଗୁପ୍ତଚର ଅଭିଯୋଗରେ ଏହି ଯୁବକ ମାନଙ୍କୁ ଚାରି ବର୍ଷ ପୂର୍ବେ ଗିରଫ କରାଯାଇଥିଲା । ନିକଟରେ ତାଙ୍କୁ ରାୱଲପିଣ୍ଡିର ଉଚ୍ଚ ସୁରକ୍ଷା ଭିତ୍ତିକ ଆଦିଆଲା ଜେଲକୁ ସ୍ଥାନାନ୍ତର କରାଯାଇଛି । ଉଭୟ ଯୁବକଙ୍କ ପରିଚୟ ୨୯ ବର୍ଷିୟ ଫିରୋଜ ଅହମ୍ମଦ ଲୋନ ଏବଂ ୨୪ ବର୍ଷିୟ ନୁହ ଅହମ୍ମଦ ୱାନି ବୋଲି ଜଣାପଡିଛି।

ପାକିସ୍ତାନରେ ଗୁପ୍ତଚର ଅଭିଯୋଗରେ ଗିରଫ ହୋଇଥିବା ଉଭୟ ଯୁବକ ଜାମ୍ମୁ କାଶ୍ମୀରର ବାନ୍ଦିହୁରା ଗୋରେଜ ଅଞ୍ଚଳର ବାସିନ୍ଦା । ଉଭୟ ଯୁବକଙ୍କୁ ୨୦୨୦ ମସିହାରେ ପାକିସ୍ତାନ ଅଧିକୃତ କାଶ୍ମୀରର ଗିଲଗିତ୍ ବାଲ୍ଟିସ୍ତାନ ଅଞ୍ଚଳରୁ ଗିରଫ କରାଯାଇଥିଲା । ନିକଟରେ ଉଭୟଙ୍କୁ ପିଓକେର ଗିଲଗିତ ବାଲ୍ଟିସ୍ତାନ ଜେଲରୁ ରାୱଲପିଣ୍ଡିର ଆଦିଆଲା ଜେଲକୁ ସ୍ଥାନାନ୍ତର କରାଯାଇଛି । ଭାରତ ସରକାରଙ୍କ ଆବେଦନ ଉପରେ ପାକିସ୍ତାନ ସରକାର ଜେଲରେ ଥିବା ଭାରତୀୟ ନାଗରିକଙ୍କୁ କନସୁଲାର ସୁବିଧା ପ୍ରଦାନ କରିଛନ୍ତି । ଏହା ପରେ ସୋମବାର ଦିନ ଭାରତୀୟ ଉଚ୍ଚାୟୋଗ ଏବଂ ଭାରତୀୟ ଗୃହ ମନ୍ତ୍ରଣାଳୟର ଏକ ଟିମ୍ ଜେଲରେ ଥିବା ଭାରତୀୟ ନାଗରିକଙ୍କୁ ଭେଟିଛନ୍ତି ।

ପାକିସ୍ତାନରେ ଥିବା ଭାରତୀୟ ଉଚ୍ଚ ଆୟୋଗ କିମ୍ବା ପାକିସ୍ତାନ ବୈଦେଶିକ କାର୍ଯ୍ୟାଳୟ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ । ୨୦୧୮ ମସିହାରେ ଜାମ୍ମୁ କାଶ୍ମୀରରୁ ଉଭୟ ଯୁବକ ନିଖୋଜ ହୋଇଯାଇଥିଲେ । କୁହାଯାଉଛି କି, ଉଭୟ ଯୁବକ ହଠାତ୍ ସୀମା ପାର ହୋଇ ଯାଇଥିଲେ । ଆଉ ଏହି ସମୟରେ ଗୁପ୍ତଚର ଅଭିଯୋଗରେ ପାକିସ୍ତାନ ପୋଲିସ ଉଭୟଙ୍କୁ ଗିରଫ କରିଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.