ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସମୁଦ୍ର ଲୁଟେରାଙ୍କ ହାତରୁ ମତ୍ସଜୀବିଙ୍କୁ ବଞ୍ଚାଇଲା ଭାରତୀୟ ନୌସେନା, ଆଇଏନ୍‌ଏସ୍‌ ସୁମିତ୍ରାର ରେସକ୍ୟୁ ଅପରେସନ୍ ସଫଳ

ନୂଆଦିଲ୍ଲୀ,୨୯।୧: ସୋମାଲିଆର ପୂର୍ବ ଉପକୂଳ ଅଞ୍ଚଳରେ ନିୟୋଜିତ ଭାରତୀୟ ନୌସେନାର INS ସୁମିତ୍ରା ଇରାନର ଫ୍ଲାଗଡ୍ ଜାହାଜରୁ ସମୁଦ୍ର ଲୁଟେରାଙ୍କ ଦ୍ୱାରା ଅପହରଣ ହୋଇଥିବା ମତ୍ସ୍ୟଜୀବୀ ଏବଂ ଅନ୍ୟ ଲୋକଙ୍କୁ ଉଦ୍ଧାର କରିଛି। ସୋମବାର  INS ସୁମିତ୍ରା ଏହି ଉଦ୍ଧାର କାର୍ଯ୍ୟ କରିଛି।

ନୌସେନାର ମୁଖପାତ୍ର କମାଣ୍ଡର ବିବେକ ମାଧୱାଲ କହିଛନ୍ତି, ସୋମାଲିଆର ପୂର୍ବ ଉପକୂଳ ତଥା ଆଡେନ ଉପକୂଳରେ ଏଭଳି କାର୍ଯ୍ୟ ପାଇଁ ନିୟୋଜିତ ଆଇଏନ୍ଏସ୍ ସୁମିତ୍ରା ଇରାନ ପତାକା ଲାଗିଥିବା  ମତ୍ସ୍ୟଜୀବୀଙ୍କ ଜାହାଜ ଇମାନର ଅପହରଣ ସମ୍ପର୍କରେ ସୂଚନା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଜାହାଜରେ ସମୁଦ୍ର ଲୁଟେରା ଚଢିଯାଇଥିଲେ ଓ ଚାଳକ ଦଳକୁ ବନ୍ଧକ ବନାଇ ଦେଇଥିଲେ। ’   

ମାଧୱାଲ କହିଛନ୍ତି, ଆଇଏନ୍‌ଏସ୍ ସୁମିତ୍ରା  ଜାହାଜକୁ ରୋକିଥିଲା ଓ ସମୁଦ୍ର ଡକାୟତଙ୍କୁ ଚାଳକ ଦଳ ଜଳପୋତର ସୁରକ୍ଷିତ ମୁକ୍ତି ପାଇଁ ବାଧ୍ୟ କରିବା ନେଇ ଏସଓପି ଅନୁରୂପ କାମ କରିଥିଲା। ସେ କହିଛନ୍ତି, ଜାହାଜରେ ଚାଳକ ଦଳର ସବୁ ୧୭ ସଦସ୍ୟ ଓ ଅନ୍ୟ ଲୋକଙ୍କୁ ସଫଳତାର ସହ ମୁକ୍ତ କରାଯାଇଛି। ଭାରତ ମହାସାଗରରେ  ସମୁଦ୍ର ସୁରକ୍ଷା ଅଭିଯାନରେ ଭାରତୀୟ ନୌସୈନିକ ଯୁଦ୍ଧପୋତର ମୁତୟନ ସମୁଦ୍ରରେ ସବୁ ଜାହାଜ ଓ ନାବିକଙ୍କ ସୁରକ୍ଷା ପ୍ରତି ଭରତୀୟ ନୌସେନାର ଦୃଢ ସଂକଳ୍ପକୁ ଦର୍ଶାଉଛି।’ 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.