ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବାଜିଲା ଆଇପିଏଲ୍‌ ବିଗୁଲ: ଚିପକ ଗ୍ରାଉଣ୍ଡରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପରକିଙ୍ଗ୍‌ସ- ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ

ଚେନ୍ନାଇ,୨୨/୦୩: ଗ୍ରୀଷ୍ମର ଆଗମନ ସହ ନିର୍ବାଚନ ଋତୁ ସାରା ଦେଶର ଉତ୍ତାପକୁ ବଢାଇ ଦେଇଥିବାବେଳେ  କ୍ରିକେଟ୍‌ ଜରିଆରେ ଭରପୂର ମନୋରଞ୍ଜନ  ଯୋଗାଇ ଦେବାକୁ ପ୍ରତ୍ୟାବର୍ତ୍ତନ କରିଛି  ଆଇପିଏଲ୍‌। ଶୁକ୍ରବାରଠୁ ଆରମ୍ଭ ହେବ ୧୭ତମ ସଂସ୍କରଣ । ପ୍ରିୟ ଚିପକ ଗ୍ରାଉଣ୍ଡକୁ ଓହ୍ଲାଇବ ଡିଫେଣ୍ଡିଂ ଚାମ୍ପିଅନ୍‌  ଚେନ୍ନାଇ ସୁପରକିଙ୍ଗ୍‌ସ । ସମ୍ମୁଖରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ଦର୍ଶକଙ୍କ ଉତ୍କଣ୍ଠା ଶିଖର ଛୁଇଁଛି । ଦୀର୍ଘ ଦିନ ପରେ ଦୁଇ ପ୍ରସିଦ୍ଧ ଖେଳାଳି ମହେନ୍ଦ୍ର ସିଂହ ଧୋନି ଓ ବିରାଟ କୋହଲିଙ୍କୁ ଦେଖିବାକୁ ଦର୍ଶକ ଅପେକ୍ଷା କରିଛନ୍ତି ।  ଧୋନି ବର୍ଷକ ପରେ କ୍ରିକେଟ୍‌ ଖେଳିବେ । କୋହଲି ମଧ୍ୟ ୨ ମାସ ପରେ ଗ୍ରାଉଣ୍ଡକୁ  ଓହ୍ଲାଇବେ । ବର୍ତ୍ତମାନ ଉଭୟଙ୍କ ଉପରେ ସମସ୍ତଙ୍କ ନଜର ।

ଶୁକ୍ରବାର ରାତି ୮ଟାରେ ମ୍ୟାଚ୍‌ ଆରମ୍ଭ ହେବ । ଏହା ପୂର୍ବରୁ ଅଧଘଣ୍ଟାର ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି । ପ୍ରସିଦ୍ଧ  ସଙ୍ଗୀତ ନିର୍ଦ୍ଦେଶକ ଏ ଆର ରେହମାନ, କଣ୍ଠଶିଳ୍ପୀ  ସୋନୁ ନିଗମଙ୍କ ସମେତ ବଲିଉଡ୍‌ ତାରକା ଅକ୍ଷୟ  କୁମାର, ଟାଇଗର ଶ୍ରଫ୍‌ ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଇ ଦର୍ଶକଙ୍କ ମନୋରଞ୍ଜନ କରିବେ । ତଥାପି ଦର୍ଶକଙ୍କ  ନଜର ରହିବ ମ୍ୟାଚ୍‌ ଉପରେ । 




ଚାମ୍ପିଅନ ସୁପରକିଙ୍ଗ୍‌ସ ବିଜୟ ଧାରା ଜାରି ରଖିବାକୁ ପ୍ରସ୍ତୁତ । ମାତ୍ର ରୟାଲ ଚ୍ୟାଲେଞ୍ଜର୍ସ ପ୍ରଥମ ଟାଇଟଲ ପାଇଁ ବ୍ୟାକୁଳ । ମହିଳା ଦଳ ଡବ୍ଲ୍ୟୁପିଏଲ୍‌ ଚାମ୍ପିଅନ୍‌ ହେବା ପରେ ସମର୍ଥକଙ୍କ ଆଶା ବଢ଼ିଯାଇଛି । ରୟାଲ୍‌ ଚ୍ୟାଲେଞ୍ଜର୍ସକୁ ଏଥର ଚାମ୍ପିଅନ୍‌ ଭାବେ ଦେଖିବାକୁ ସମର୍ଥକ ବ୍ୟାକୁଳତାର ସହ ଅପେକ୍ଷା କରିଛନ୍ତି । କୋହଲି ମଧ୍ୟ ଟ୍ରଫି ଉଠାଇବାର ଅଭିଳାଷକୁ ଏଥର  ପୂରଣ କରିବାକୁ ଆଶାବାଦୀ । 

ସିଜନ ଆରମ୍ଭ ହେଉଥିବାରୁ ସମ୍ଭାବ୍ୟ ଏକାଦଶ  ପ୍ରସ୍ତୁତ କରିବା କଷ୍ଟକର । ତଥାପି ରଜତ ପାତିଦାର  ଓ କାମେରନ ଗ୍ରୀନ୍‌ ରୟାଲ ଚ୍ୟାଲେଞ୍ଜର୍ସ ଏକାଦଶରେ  ସ୍ଥାନ ପାଇବା ନିଶ୍ଚିତ । ପୂର୍ବ ସିଜନ ଭଳି ଫାଫ ଡୁ ପ୍ଲେସି  ଓ ବିରାଟ କୋହଲି ପାଳି ଆରମ୍ଭ କରିବେ । ଋତୁରାଜ ପ୍ରଥମ କରି ସୁପରକିଙ୍ଗ୍‌ସର ନେତୃତ୍ୱ ନେବାକୁ ଯାଉଛନ୍ତି ।  ମାତ୍ର ନଜର ରଚିନ ରବିନ୍ଦ୍ରଙ୍କ ଉପରେ ରହିବ । ଡେଭନ  କନୱେଙ୍କ ସ୍ଥାନରେ ରବିନ୍ଦ୍ର ପାଳି ଆରମ୍ଭ କରିବେ । ଚିପକ୍‌ ପିଚ ପାରମ୍ପରିକ ଭାବେ ସ୍ପିନରଙ୍କୁ ସହାୟତା  କରିଆସିଛି । ମାତ୍ର ଦ୍ୱିତୀୟ ଭାଗରେ ବ୍ୟାଟିଂ ସହଜ ହେବ । ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ  ପ୍ରକାର ନିଶ୍ଚିତ ।

ସମ୍ଭାବ୍ୟ 

ସୁପରକିଙ୍ଗ୍‌ସ ଏକାଦଶ:  ଋତୁରାଜ ଗାଏକୱାଡ୍‌(ଅଧିନାୟକ), ରଚିନ ରବିନ୍ଦ୍ର,  ଅଜିଙ୍କ୍ୟ ରାହାଣେ, ମୋଇନ ଅଲି, ଡାରିଲ ମିଚେଲ,  ଶିବମ ଦୁବେ, ରବିନ୍ଦ୍ର ଜାଡେଜା, ମହେନ୍ଦ୍ର ସିଂହ ଧୋନି,  ସର୍ଦୁଲ ଠାକୁର, ଦୀପକ ଚହର, ମହୀଶ ତୀକ୍ଷଣା । 

ରୟାଲ୍‌ ଚ୍ୟାଲେଞ୍ଜର୍ସ ଏକାଦଶ: ଫାଫ ଡୁ  ପ୍ଲେସି(ଅଧିନାୟକ), ବିରାଟ କୋହଲି, ରଜତ  ପାତିଦାର, ଗ୍ଲେନ୍‌ ମ୍ୟାକ୍ସୱେଲ୍‌, କାମେରନ ଗ୍ରୀନ, ଅନୁଜ  ରାୱତ, ଦିନେଶ କାର୍ତ୍ତିକ, ଅଲଜାରୀ ଯୋଶେଫ, ମୟଙ୍କ  ଡଗର, ଆକାଶଦୀପ, ମହମ୍ମଦ ସିରାଜ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.