ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଭାରତୀୟ ଛାତ୍ରଙ୍କ ପାଇଁ ସୁରକ୍ଷିତ ନୁହେଁ ବିଦେଶ ମାଟି; ୨୦୧୮ ପରେ ୪୦୩ ଜଣଙ୍କ ମୃତ୍ୟୁ, ଚିନ୍ତା ବଢ଼ାଇଛି କାନାଡ଼ାର ରେକର୍ଡ


ନୂଆଦିଲ୍ଲୀ,୦୮/୧୨: ଭାରତୀୟ ଛାତ୍ରମାନେ ଉଚ୍ଚଶିକ୍ଷା ପାଇଁ ଆମେରିକା, ଇଂଲଣ୍ଡ, ଋଷ ଏବଂ କାନାଡା ଭଳି ଦେଶକୁ ଯାଆନ୍ତି। କିନ୍ତୁ ବିଦ୍ୟାର୍ଥୀ ମାନଙ୍କର ଏହି ବିଦେଶ ଗସ୍ତ କେତେ ସୁରକ୍ଷିତ? ନିକଟରେ କେନ୍ଦ୍ର ସରକାର ଦ୍ବାରା ପ୍ରକାଶିତ ଏକ ରିପୋର୍ଟ ସମସ୍ତଙ୍କ ଚିନ୍ତା ବଢ଼ାଇଦେଇଛି। ଗୁରୁବାର ପ୍ରକାଶିତ ଏହି ରିପୋର୍ଟରେ ଉଲ୍ଲେଖରହିଛି ଯେ, ୨୦୧୮ ପରଠାରୁ ବିଦେଶକୁ ଶିକ୍ଷାଲାଭ କରିବାକୁ ଯାଇଥିବା ପାଖାପାଖି ୪୦୩ଜଣ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଏହି ରିପୋର୍ଟ ଅନୁଯାୟୀ, ବିଶ୍ୱର ୩୪ଟି ଦେଶ ମଧ୍ୟରେ କାନାଡ଼ାରେ ଏହି ରେକର୍ଡ ସର୍ବାଧିକ ଅର୍ଥାତ୍ ୯୧ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଉଲ୍ଲେଖ ରହିଛି।

ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଭି. ମୁରଲୀଧରନ୍ ରାଜ୍ୟସଭାରେ ସୂଚନା ଦେଇଛନ୍ତି ଯେ ମନ୍ତ୍ରଣାଳୟ ଉପଲବ୍ଧ ରିପୋର୍ଟ ଅନୁଯାୟୀ, ୨୦୧୮ ମସିହାରୁ ବିଦେଶରେ ରହୁଥିବା ୪୦୩ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ୨୦୧୮ ପରଠାରୁ କାନାଡ଼ାରେ ୯୧ ଜଣ, ବ୍ରିଟେନରେ ୪୮, ଋଷରେ ୪୦, ଯୁକ୍ତରାଷ୍ଟ୍ର ଆମେରିକାରେ ୩୬, ଅଷ୍ଟ୍ରେଲିଆରେ ୩୫, ୟୁକ୍ରେନରେ ୨୧, ଜର୍ମାନୀ, ସାଇପ୍ରସ ୧୪, ଇଟାଲୀ ଏବଂ ଫିଲିପାଇନ୍ସରେ ୧୦ ଜଣ ଭାରତୀୟ ଛାତ୍ରଙ୍କର ମୃତ୍ୟୁ ଘଟିଛି।

ବୈଦେଶିକ ବ୍ୟାପାର ମନ୍ତ୍ରୀ ଭି ମୁରଲୀଧରନ୍ କହିଛନ୍ତି ଯେ ବିଦେଶରେ ଭାରତୀୟ ଛାତ୍ରମାନଙ୍କ ସୁରକ୍ଷା ଭାରତ ସରକାରଙ୍କ ପାଇଁ ଅନ୍ୟତମ ମହତ୍ତ୍ୱପୂର୍ଣ୍ଣ ପ୍ରାଥମିକତା ଅଟେ। ଏଥିପାଇଁ ହେଡ୍ ଅଫ୍ ମିଶନ୍ / ପୋଷ୍ଟ ଏବଂ ବରିଷ୍ଠ ଅଧିକାରୀମାନେ ଭାରତୀୟ ଛାତ୍ର ଏବଂ ସେମାନଙ୍କ ସଙ୍ଗଠନ ସହିତ ନିୟମିତ ଯୋଗାଯୋଗ ପାଇଁ ବିଶ୍ୱବିଦ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନ ପରିଦର୍ଶନ କରୁଛନ୍ତି। ସେ କହିଛନ୍ତି ଯେ, ଏଥିପାଇଁ ଭାରତୀୟ ମିଶନ ଏବଂ ପୋଷ୍ଟଗୁଡିକ ସଜାଗ ରହି ଛାତ୍ରଛାତ୍ରୀଙ୍କ କଲ୍ୟାଣ ଉପରେ ତୀକ୍ଷ୍ଣ ନଜର ରଖୁଛନ୍ତି। 

ବିବୃତ୍ତି ଅନୁଯାୟୀ, ଅନ୍ୟ ଦେଶରେ ଭାରତୀୟ ଛାତ୍ରଙ୍କୁ ନେଇ କୌଣସି ଅଘଟଣ ଘଟିଲେ, ଭାରତୀୟ ମିଶନ ଏବଂ ପୋଷ୍ଟ ତୁରନ୍ତ ଆୟୋଜକ ଦେଶର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବେ। ସମ୍ପୃକ୍ତ ମାମଲାଗୁଡ଼ିକର ସଠିକ୍ ଅନୁସନ୍ଧାନ କରାଯାଇ ଅପରାଧୀଙ୍କୁ ଦଣ୍ଡ ଦିଆଯିବାକୁ ସେମାନେ ଚେଷ୍ଟା କରନ୍ତି। ଏଥିସହ, ଜରୁରୀକାଳୀନ ଚିକିତ୍ସା ସେବା ଏବଂ ଖାଦ୍ୟ / ରହଣି ସମେତ ଭାରତୀୟ ଛାତ୍ରମାନଙ୍କୁ ସମସ୍ତ ସମ୍ଭାବ୍ୟ କନସୁଲାର ସହାୟତା ଯୋଗାଇ ଦିଆଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.