ପ୍ରମୁଖ ଖବର
  • ରଥଖଳା ହାଲ୍‌ଚାଲ୍‌...ନିର୍ମାଣସ୍ଥଳରେ ମୁଗୁର ଓ ନିହଣ ଶବ୍ଦର କମ୍ପନ, ଚାଲିଛି ତୁମ୍ବରେ ବିନ୍ଧ ଖୋଦେଇ
  • ||
  • ବିଜେପି ନେତାଙ୍କ ମାରାଥନ୍‌ ପ୍ରଚାର: ଆଜି ଅଶ୍ୱିନୀ, ହେମାମାଳିନୀ ଓ ତୋମାରଙ୍କ କରିବେ ପ୍ରଚାର, ଧର୍ମେନ୍ଦ୍ର, ଭୂପେନ୍ଦ୍ର, ଅନୁଭବ, ସିଦ୍ଧାନ୍ତ ବି ବୁଲିବେ
  • ||
  • ହରିୟାଣାରେ ଟୁରିଷ୍ଟ ବସ୍ ଦୁର୍ଘଟଣା, ନିଆଁ ଲାଗି ୮ ମୃତ, ୨୪ରୁ ଅଧିକ ଗୁରୁତର
  • ||
  • ସନ୍ଧ୍ୟାରେ ଥମିବ ୫ମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର, ସୋମବାର ୪୯ ଲୋକସଭା ଆସନରେ ଭୋଟିଂ
  • ||
  • IPL 2024: ଚିନ୍ନାସ୍ୱାମୀରେ ଆରସିବିକୁ ଭେଟିବ ସିଏସ୍‌କେ, ପ୍ଲେ-ଅଫ୍‌ ପାଇଁ ଶେଷ ସୁଯୋଗ
  • ||
  • ରାଜ୍ୟରେ ୧୯ରୁ ବଢ଼ିବ ତାତିି, ୨୦ରୁ କଲବଲ କରିବ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

WFI ଅଧ୍ୟକ୍ଷଙ୍କ ବିରୋଧରେ ଭିନେଶ ଫୋଗଟଙ୍କ ସଙ୍ଗୀନ ଅଭିଯୋଗ, କହିଲେ- କରିପାରନ୍ତି ଡୋପିଂ ଷଡଯନ୍ତ୍ର’

ନୂଆଦିଲ୍ଲୀ,୧୨।୪: ପୁଣିଥରେ ଚର୍ଚ୍ଚାରେ ଭାରତର ରେସଲର ଭିନେଶ ଫୋଗଟ। ଭିନେଶ ଅଭିଯୋଗ କରିଛନ୍ତି ଯେ, ଭାରତୀୟ କୁସ୍ତୀ ମହାସଂଘ(WFI) ଅଧ୍ୟକ୍ଷ ସଞ୍ଜୟ ସିଂହ ତାଙ୍କୁ ସବୁ ପରିସ୍ଥିତିରେ ପାରିସ୍ ଅଲମ୍ପିକ ୨୦୨୪ରେ ଖେଳିବାକୁ ରୋକିବାକୁ ଚାହାନ୍ତି। ଭିନେଶ କହିଛନ୍ତି ତାଙ୍କ ବିରୋଧରେ ଡୋପିଂ ଷଡଯନ୍ତ୍ର କରିପାରନ୍ତି। ଭିନେଶଙ୍କୁ ଭୟ ରହିଛି ଯେ, ମ୍ୟାଚ୍ ବେଳେ ତାଙ୍କୁ ପାଣିରେ କିଛି ମିଶାଇ ପିଇବାକୁ ଦିଆଯାଇପାରେ। ଉଲ୍ଲେଖନୀ ଯେ, ପ୍ୟାରିସ ଅଲମ୍ପିକ ୨୬ ଜୁଲାଇରୁ ନେଇ ୧୧ ଅଗଷ୍ଟ ପର୍ଯ୍ୟନ୍ତ ଖେଳାଯିବାର ଅଛି।

୨୯ ବର୍ଷୀୟ ଭିନେଶ ୨୦୧୯ ଓ ୨୦୨୨ ଓ୍ବାର୍ଲ୍ଡ ଚମ୍ପିଆନସିପ୍‌ ବେଳେ ୫୩ କେଜି ବ୍ରୋଞ୍ଜ ଓ ଏସିଆଡ ଖେଳ(୨୦୧୮)ରେ ୫୦ କିଲୋରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଭିନେଶ ଆସନ୍ତା ସପ୍ତାହ କିର୍ଗିସ୍ତାନର ବେଶକେକ୍‌ରେ ହେବାକୁ ଥିବା ଏସିଆଡ୍ କ୍ବାଲିଫାଇଂ ଟୁର୍ଣ୍ଣାମେଣ୍ଟ ଜରିଆରେ ୫୦ କିଲୋ ଭାରବର୍ଗରେ ଅଲମ୍ପିକ କୋଟା ହାସଲ କରିବାକୁ ଚାହାନ୍ତି। 

ଭିନେଶ ନିକଟରେ ପଟିୟାଲାରେ ଆୟୋଜିତ ସିଲେକ୍ସନ ଟ୍ରାଏଲ ବେଳେ ୫୦ ବ୍ୟତୀତ ୫୩ କିଲୋ ବର୍ଗରେ ଭାଗ ନେଇଥିଲେ। ୫୩ କିଲୋ ବର୍ଗର ସେମିଫାଇନାଲରେ ସେ ବାହାର ହୋଇଯାଇଥିଲେ। କିନ୍ତୁ ୫୦ କିଲୋ ବର୍ଗରେ ଜିତିବା ପାଇଁ ଭିନେଶଙ୍କୁ ଏସିଆନ୍ ଅଲମ୍ପିକ କ୍ବାଲିଫାୟାର ପାଇଁ ଏଣ୍ଟ୍ରି ମିଳି ଯାଇଥିଲା। ସେ ୫୦ କିଲୋ ଓ୍ବେଟ୍ କାଟାଗୋରୀର ଫାଇନାଲରେ ଶିବାନୀଙ୍କୁ ହରାଇଥିଲେ।

ଭିନେଶ ଏକ୍ସରେ ଏକ ଲମ୍ବା ପୋଷ୍ଟ ଲେଖିଛନ୍ତି। ସେଥିରେ ସେ ଲେଖିଛନ୍ତି ବ୍ରିଜଭୂଷଣ ଓ ତାଙ୍କ ଦ୍ବାରା ନିଯୁକ୍ତ ଡମି ସଞ୍ଜୟ ସିଂହ ସବୁ ପ୍ରକାର ଚେଷ୍ଟା କରୁଛନ୍ତି ମୋତେ କିଭଳି ଅଲମ୍ପିକ ଖେଳିବାକୁ ରୋକାଯିବ।  ଟିମ୍ ସହିତ ଯେଉଁ କୋଚ୍ ରହିଛନ୍ତି ତାଙ୍କର ସବୁ ବ୍ରିଜଭୂଷଣଙ୍କ ସହ ଭଲ ସମ୍ପର୍କ ରହିଛି। ଏହି କଥାକୁ ମନା କରିହେବନି ଯେ, ମୋର ମ୍ୟାଚ୍ ବେଳେ ମୋତେ ପାଣିରେ କିଛି ମିଶାଇକି ପିଆଇ ପାରନ୍ତି। ସେ କହିଛନ୍ତି, ଯଦି ମୁଁ କହେ ମୋତେ ସେମାନେ ଡୋପ୍ ଟେଷ୍ଟରେ ଫଶାଇବାକୁ ଷଡଯନ୍ତ୍ର କରୁଛନ୍ତି, ତେବେ ତାହା ଭୁଲ ହେବନି।ଆମକୁ ମାନସିକ ରୂପରେ ନିର୍ଯାତିତ କରିବାର କୌଣସି ବାଟ ସେମାନେ ଛାଡୁ ନାହାନ୍ତି। କ’ଣ ଏବେ ଦେଶ ପାଇଁ ଖେଳିବାକୁ ଯିବା ପୂର୍ବରୁ ମଧ୍ୟ ଆମ ସହିତ ରାଜନୀତି ହେବ? କାରଣ ଆମେ ଯୌନ ନିର୍ଯାତନା ବିରୋଧରେ ମୁହଁ ଖୋଲିଛୁ। କ’ଣ ଆମ ଦେଶରେ ଭୁଲ ବିରୋଧରେ ସ୍ବର ଉତ୍ତୋଳନ କରିବାର ଏହା  ଦଣ୍ଡ ? ଆଶା କରୁଛି ଦେଶ ପାଇଁ ଖେଳିବାକୁ ଯିବା ପୂର୍ବରୁ ଆମକୁ ନ୍ୟାୟ ମିଳିବ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.