ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ସମ୍ଭାବ୍ୟ ୨୦ ଜଣିଆ ଦଳକୁ ନେଇ ଚର୍ଚ୍ଚା,୧୫ ଜଣିଆ ଦଳରେ କିଏ ରହିବେ ?

ନୂଆଦିଲ୍ଲୀ,୧୮/୦୪: ଆଗାମୀ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ପାଇଁ ପ୍ରତ୍ୟେକ ଦଳ ୧୫ ଜଣିଆ ଖେଳାଳି ତାଲିକା ଆସନ୍ତା ମେ’  ୧ ତାରିଖ ସୁଦ୍ଧା ଘୋଷଣା କରିବେ । ତେଣୁ  ଯାହା ଆଶା କରାଯାଉଛି, ଚଳିତ ମାସ ଶେଷ ସପ୍ତାହରେ ଭାରତୀୟ ଦଳ ଘୋଷଣା ହେବ । କିନ୍ତୁ ଏହା ପୂର୍ବରୁ କେଉଁମାନେ ବିଶ୍ୱକପ୍‌ ଦଳରେ ସାମିଲ ହେବେ ତାହାକୁ ନେଇ ଆଲୋଚନା ଆରମ୍ଭ ହୋଇଛି । 

ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ  ଅନୁସାରେ, କୌଣସି ନବାଗତଙ୍କୁ ଆଇପିଏଲ ପ୍ରଦର୍ଶନ ଆଧାରରେ ସିଧାସଳଖ ବିଶ୍ୱକପ୍‌  ଦଳରେ ସୁଯୋଗ ମିଳିନପାରେ । ସେହିପରି ଅଭିଜ୍ଞ ନିୟମିତ ଖେଳାଳିଙ୍କ ମଧ୍ୟରୁ କିଛି ନିରାଶ ହୋଇପାରନ୍ତି । ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟି ଏବଂ ଆଇପିଏଲ ପ୍ରଦର୍ଶନ ଆଧାରରେ ଖେଳାଳି ୧୫ ଜଣିଆ ଦଳରେ ସ୍ଥାନ ପାଇବେ । 

ସମ୍ଭାବ୍ୟ ୨୦ ଜଣିଆ ଖେଳାଳିଙ୍କୁ ନେଇ  ଚର୍ଚ୍ଚା ଜୋର ଧରିଛି । ସେହି ଖେଳାଳିମାନଙ୍କ  ମଧ୍ୟରେ ଅଛନ୍ତି ସ୍ପେଶାଲିଷ୍ଟ ବ୍ୟାଟର -  ରୋହିତ ଶର୍ମା, ଯଶସ୍ୱୀ ଜୈସ୍ୱାଲ, ଶୁଭମନ ଗିଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ  ଓ ରିଙ୍କୁ ସିଂ ଅଲରାଉଣ୍ଡ - ହାର୍ଦ୍ଦିକ ପାଣ୍ଡ୍ୟା,  ରବିନ୍ଦ୍ର ଜାଡେଜା, ଶିବମ ଦୁବେ ଓ ଅକ୍ଷର  ପଟେଲ ସ୍ପେଶାଲିଷ୍ଟ ସ୍ପିନର- ୟୁଝବେନ୍ଦ୍ର  ଚହଲ, କୁଲଦୀପ ଯାଦବ ଓ ରବି ବିଷ୍ଣୋଇ  ଏବଂ ଦ୍ରୁତ ବୋଲର- ଯଶପ୍ରୀତ ବୁମରା,  ମହମ୍ମଦ ସିରାଜ, ଅର୍ଶଦୀପ ସିଂ ଓ ଅଭେଶ  ଖାନ । ସେହିପରି ୱିକେଟ୍‌କିପର ତାଲିକାରେ ରିଷଭ ପନ୍ତ, କେଏଲ୍‌ ରାହୁଲ ଓ ସଞ୍ଜୁ ସାମସନ  ରହିଛନ୍ତି । ଏହି ୨୦ ଜଣିଆ ତାଲିକାରୁ ୫  ଖେଳାଳି ବାଦ ପଡ଼ିବେ । କିଏ ଦଳରେ  ରହିବେ ଏବଂ କିଏ ବାଦ ପଡ଼ିବେ ଆଉ  ଗୋଟିଏ ସପ୍ତାହ ମଧ୍ୟରେ ସ୍ପଷ୍ଟ ହୋଇଯିବ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.