ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଟି-ଟେଣ୍ଟି ବିଶ୍ୱକପ୍ ୨୦୨୪, ଏପ୍ରିଲ ଶେଷ ସପ୍ତାହରେ ଘୋଷଣା ହେବ ଭାରତୀୟ ଦଳ

ନୂଆଦିଲ୍ଲୀ,୩୧/୦୩: ଆଗାମୀ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ପାଇଁ ଏପ୍ରିଲ ଶେଷ ସପ୍ତାହରେ ଭାରତୀୟ ଦଳ ଘୋଷଣା କରାଯିବ । ଆଇସିସି ମେ ମାସ ୧ ତାରିଖକୁ ଦଳ ଘୋଷଣାର ଶେଷ ତାରିଖ ଧାର୍ଯ୍ୟ କରିଛି । ବର୍ତ୍ତମାନ ଭାରତର ପ୍ରାୟ ସମସ୍ତ ଖେଳାଳି ଆଇପିଏଲ୍‌ ଖେଳିବାରେ ବ୍ୟସ୍ତ । ଚୟନ କିମିଟି ସେମାନଙ୍କ ପ୍ରଦର୍ଶନ ଉପରେ ନଜର ରଖିଛନ୍ତି ।  

ଆମେରିକା ଓ ୱେଷ୍ଟ ଇଣ୍ଡିଜ୍‌ ମିଳିତ ଭାବେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଆୟୋଜନ  କରୁଛନ୍ତି । ବିଭିନ୍ନ ପର୍ଯ୍ୟାୟରେ ଭାରତୀୟ ଦଳ ଆମେରିକା  ଯାତ୍ରା କରିବ । ମେ ୧୯ ତାରିଖରେ ଆଇପିଏଲ୍‌ର ଲିଗ୍‌ ପର୍ଯ୍ୟାୟ  ଶେଷ ହେବ । ପ୍ଲେ-ଅଫ୍‌ରୁ ବାଦ ପଡ଼ିଥିବା ଦଳରେ ରହିଥିବା  ଭାରତୀୟ ଦଳର ସଦସ୍ୟ ଆଗୁଆ ନ୍ୟୁୟର୍କ ଯାତ୍ରା କରିବେ ।  ପ୍ଲେ-ଅଫ୍‌ରେ ପ୍ରବେଶ କରିଥିବା ୪ଟି ଦଳରେ ରହିଥିବା  ଭାରତୀୟ ଦଳର ସଦସ୍ୟ ଦ୍ୱିତୀୟ ପର୍ଯ୍ୟାୟରେ ଯାତ୍ରା କରିବେ ।  ଏଥର ଭାରତୀୟ ଦଳ ସହ ଆଉ କିଛି ଅତିରିକ୍ତ ଖେଳାଳିଙ୍କୁ  ସାମିଲ କରାଯିବ । ଟୁର୍ଣ୍ଣାମେଣ୍ଟ ସମୟରେ କୌଣସି ଖେଳାଳି  ଆହତ ହେଲେ ସେମାନଙ୍କ ସ୍ଥାନ ପୂରଣ କରିବା ସହଜ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.