ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଅନୁସନ୍ଧାନମୂଳକ ସାମ୍ବାଦିକତା ଉପରେ ବ୍ୟାନ୍‌ ଲଗାଇବ ଇଣ୍ଡୋନେସିଆ, ସଂସଦରେ ବିଲ୍‌ ଆଗତ ପାଇଁ ପ୍ରକ୍ରିୟା ଆରମ୍ଭ

ଜାକର୍ତ୍ତା,୨୩/୦୫: ଇଣ୍ଡୋନେସିଆରେ ବ୍ୟାନ୍‌ ହେବ ଅନୁସନ୍ଧାନମୂଳକ ସାମ୍ବାଦିକତା ।  ଏ ନେଇ ସଂସଦରେ ବିଲ୍‌ ଆଗତ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । 

ସେହିଭଳି ଏଲ୍‌ଜିବିଟି, ହିଂସା,  ନକାରାତ୍ମକ ଆଚରଣ ଆଦି ଭଳି ଘଟଣାର  ପ୍ରଦର୍ଶନ ସଂକ୍ରାନ୍ତ କଣ୍ଟେଣ୍ଟକୁ ମଧ୍ୟ ବ୍ୟାନ୍‌ କରାଯିବ  ବୋଲି ପ୍ରସ୍ତାବ ରହିଛି । ଏହା ଜନତାଙ୍କ ଭାବନାକୁ  କ୍ଷତି ପହଞ୍ଚାଉଥିବା ସରକାର ମନେ କରୁଛନ୍ତି ।  ପ୍ରସାରଣ ଆଇନ ୨୦୦୨ରେ ସଂଶୋଧନ ଲାଗି ବିଲ୍‌  ଆଗତ କରାଯିବ । ପୂର୍ବରୁ ୨୦୨୦ରେ ଏ ନେଇ  ପ୍ରଥମେ ଆଲୋଚନା ହୋଇଥିଲା । ତେବେ ଏହାକୁ  ନେଇ ବିବାଦ ଉପୁଜିବାରୁ ଏହା ଅଟକିଥିଲା । ଅନୁସନ୍ଧାନମୂଳକ ସାମ୍ବାଦିକତା ଉପରେ ବ୍ୟାନ୍‌  ଲଗାଯିବା ଦ୍ୱାରା ଗଣମାଧ୍ୟମ ସ୍ୱାଧୀନତା ପ୍ରଭାବିତ  ହେବ ବୋଲି ଇଣ୍ଡୋନେସିଆ ପ୍ରେସ୍‌ କାଉନ୍‌ସିଲ୍‌  ପକ୍ଷରୁ କୁହାଯାଇଥିଲା । 

କାଉନ୍‌ସିଲ୍‌ର ଆଇନ  ବିଭାଗ ମୁଖ୍ୟ ଆରିଫ୍‌ ଜୁଲ୍‌ଫିକର କହିଥିଲେ,  ଇଣ୍ଡୋନେସିଆର ଗଣମାଧ୍ୟମ ଆଇନ ଅନୁସାରେ  ସାମ୍ବାଦିକତାକୁ ବ୍ୟାନ୍‌ କରାଯାଇ ପାରିବ ନାହିଁ ।  ତେଣୁ ସରକାରଙ୍କ ଏହି ପ୍ରୟାସ ଆଇନ ବିରୋଧୀ ।  ତେବେ ଆଇନରେ ସଂଶୋଧନ ଆଣିବା ସକାଶେ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ସରକାରଙ୍କ  ନିକଟରେ ଚିଠା ବିଲ୍‌ ଦାଖଲ ହେବା ବାକି ରହିଛି ।  ତେବେ ଗଣମାଧ୍ୟମ ସ୍ୱାଧୀନତାକୁ ସର୍ବାଧିକ  ପ୍ରାଥମିକତା ଦିଆଯିବ ବୋଲି ଯୋଗାଯୋଗ  ମନ୍ତ୍ରୀ ବୁଦି ଆରି ସେତିଆଦି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.