ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଡରାଇବା ଓ ଧମକାଇବା କଂଗ୍ରେସର ପୁରୁଣା ସଂସ୍କୃତି: ପ୍ରଧାନମନ୍ତ୍ରୀ ମୋଦି

Image Courtesy: opindia

ନୂଆଦିଲ୍ଲୀ: ଏକ ସ୍ବତନ୍ତ୍ର ଗୋଷ୍ଠୀ ନ୍ୟାୟପାଳିକା ଉପରେ ଚାପ ପକାଉଛି । ଏନେଇ ଅଭିଯୋଗ କରି ଦେଶର ୬୦୦ରୁ ଅଧିକ ବିଶିଷ୍ଟ ଆଇନଜୀବୀ ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କୁ ଚିଠି ଲେଖିଛନ୍ତି । ଆଉ ଏହି ପ୍ରସଙ୍ଗ ଉପରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।  

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ମୋଦି ଲେଖିଛନ୍ତି ଯେ, ଅନ୍ୟଙ୍କୁ ଡରାଇବା-ଧମକାଇବା କଂଗ୍ରେସର ପୁରୁଣା ସଂସ୍କୃତି । ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ଏବଂ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ମନନ କୁମାର ମିଶ୍ରାଙ୍କ ସମେତ ଅନେକ ଆଇନଜୀବୀ ସିଜେଆଇ ଚନ୍ଦ୍ରଚୂଡ଼ଙ୍କୁ ଚିଠି ଲେଖି ଜଣାଇଥିଲେ ଯେ, ଏକ ନିହିତ ସ୍ୱାର୍ଥ ଥିବା ଗୋଷ୍ଠୀ ଅଯଥା ଯୁକ୍ତି ଏବଂ ଚିରାଚରିତ ରାଜନୈତିକ ଏଜେଣ୍ଡା ଆଧାରରେ ନ୍ୟାୟପାଳିକା ଉପରେ ଚାପ ପକାଇବା ଏବଂ କୋର୍ଟକୁ ବଦନାମ କରିବା ପାଇଁ ଉଦ୍ୟମ କରୁଛି ।

ଆଇନଜୀବୀଙ୍କ ଚିଠି ଉପରେ ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସକୁ ଟାର୍ଗେଟ୍ କରି ଲେଖିଛନ୍ତି, 'ପାଞ୍ଚ ଦଶନ୍ଧି ପୂର୍ବେ ହିଁ ସେମାନେ ପ୍ରତିବଦ୍ଧ ନ୍ୟାୟପାଳିକାର ଆହ୍ୱାନ କରିଥିଲେ । ସେମାନେ ଲଜ୍ଜାହୀନ ଭାବେ ନିଜ ସ୍ୱାର୍ଥ ପାଇଁ ଅନ୍ୟମାନଙ୍କ ପ୍ରତିବଦ୍ଧତା ଚାହାନ୍ତି କିନ୍ତୁ ରାଷ୍ଟ୍ର ପ୍ରତି କୌଣସି ବି ପ୍ରତିବଦ୍ଧତାରୁ ଦୂରେଇ ରୁହନ୍ତି । କୌଣସି ଆଶ୍ଚର୍ଯ୍ୟ ନାହିଁ ଯେ ୧୪୦ କୋଟି ଭାରତୀୟ ତାଙ୍କୁ ଅସ୍ୱୀକାର କରୁଛନ୍ତି ।' 

 ସେପଟେ ପ୍ରଧାନମନ୍ତ୍ରୀଙ୍କ ଯୁକ୍ତ ପରେ କଂଗ୍ରେସର ପ୍ରତିକ୍ରିୟା ମଧ୍ୟ ଆସିଛି । କଂଗ୍ରେସ ନେତା ଜୟରାମ ରମେଣ ପାଲଟା ଆକ୍ରମଣ କରିବା ସହ ଏକ୍ସରେ ଲେଖିଛନ୍ତି, ‘ ଗତ କିଛି ସପ୍ତାହରେ ସୁପ୍ରିମକୋର୍ଟ ପ୍ରଧାନମନ୍ତ୍ରୀ ବହୁତ ଝଟକା ଦେଇଛନ୍ତି । ସେଥିମଧ୍ୟରୁ ନିର୍ବାଚନୀ ବଣ୍ଡ ମଧ୍ୟ ଗୋଟିଏ । ଏହାକୁ ଅସାମ୍ବିଧାନିକ ବୋଲି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ସେହିଭଳି ପ୍ରଧାନମନ୍ତ୍ରୀ ଏମଏସପିକୁ ଆଇନଗତ ଗ୍ୟାରେଣ୍ଟି ଦେବା ବଦଳରେ ଦୁର୍ନୀତିକୁ ଆଇନ୍‌ଗତ ଗ୍ୟାରେଣ୍ଟି ଦେଇଛନ୍ତି । ୧୪୦ କୋଟି ଭାରତୀୟ ତାଙ୍କୁ ଖୁବଶୀଘ୍ର ଦୃଢ଼ ଜବାବ ଦେବାକୁ ଅପେକ୍ଷା କରିଛନ୍ତି ।’  

 

 

 

 

 

  • Narendra Modi
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.