ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆଇପିଏଲ ୨୦୨୪ : ପଞ୍ଜାବର ଟାର୍ଗେଟ୍‌ ଭେଦ କଲା ବେଙ୍ଗାଲୁରୁ , ୧୭୭ ରନ୍‌ର ଲକ୍ଷ୍ୟକୁ ପାର୍‌ କରି ୪ ୱିକେଟରେ ପିବିକେଏସକୁ ପରାସ୍ତ କଲା ଆର୍‌ସିବି

ବେଙ୍ଗାଲୁରୁ –  ପଞ୍ଜାବର ଟାର୍ଗେଟ୍‌ ଭେଦ କଲା ବେଙ୍ଗାଲୁରୁ। ପିବିକେଏସକୁ ୪ୱିକେଟରେ ପରାସ୍ତ କଲା ଆର୍‌ସିବି। ଆଜି ଆଇପିଏଲ୍‌ ୨୦୨୪ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଓ ପଞ୍ଜାବ କିଙ୍ଗସ( ପିବିକେଏସ ) ପରସ୍ପରର ସାମ୍ନା ସାମ୍ନି ହୋଇଥିଲେ। ୧୭୭ ରନ୍‌ର ବିଜୟ ଲକ୍ଷ୍ୟର ପିଛା କରି ୧୭୮ ରନ୍‌ କରି ବିଜୟୀ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ଏହା ୧୭ତମ ସଂସ୍କରଣର ୬ଷ୍ଠ ମ୍ୟାଚ୍‌ ଥିଲା। ଦୁଇ ଟିମ୍‌ ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ସାମ୍ନା ପରସ୍ପର ସହ ଲଢେଇ କରିଥିଲେ। ଆରସିବି ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ପଞ୍ଜାବ କିଙ୍ଗ୍ସ ୧୭୭ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା ଆର୍‌ସିବିକୁ। ପଞ୍ଜାବ ଟସ୍‌ ହରାଇବା ପରେ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍‌ ହରାଇ ୧୭୬ ରନ୍‌ କରିଥିଲା। ଅଧିନାୟକ ଶିଖର ଧୱନ ପଞ୍ଜାବ ପାଇଁ ସବୁଠୁ ଅଧିକ ରନ୍‌ କରିଥିଲେ। ସେ ୩୭ଟି ବଲ୍‌ରେ ୫ଟି ଚୌକା ଓ ଗୋଟିଏ ଛକା ବଳରେ ୪୫ ରନ୍‌ର ପାଳି ଖେଳିଥିଲେ। 

ଆଇପିଏଲ ୨୦୨୪ : ବେଙ୍ଗାଲୁରୁକୁ ୧୭୭ ରନ୍‌ର ଲକ୍ଷ୍ୟ ଦେଲା ପଞ୍ଜାବ

ଉକ୍ତ ଖେଳରେ ବେଙ୍ଗାଲୁରୁ ଓ ପଞ୍ଜାବ ପ୍ଲେଇଂ ଇଲେଭେନରେ କୌଣସି ପରିବର୍ତ୍ତନ କରି ନଥିଲା। ଫାଫ୍‌ ଡୁ ପ୍ଲେସିଙ୍କ ଅଧିନାୟକତ୍ୱରେ ବେଙ୍ଗାଲୁରୁ ଟିମ୍‌ରୁ ଓପନିଂ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ (ସିଏସକେ)ର ହାତରେ ୬ ୱିକେଟ୍‌ରେ ପରାଜୟର ସାମନା କରିବାକୁ ପଡ଼ିଥିଲା। 

ରୟାଲ ଚ୍ୟାଲେଞ୍ଜର୍, ବେଙ୍ଗାଲୁରୁ ( ଆରସିବି)ର ପ୍ଲେଇଂ ଇଲେଭେନ – ଫାଫ୍‌ ଡୁ ପ୍ଲେସିସ୍‌ ( ଅଧିନାୟକ) , ବିରାଟ କୋହଲି , ରଜତ ପାଟିଦାର , ଗ୍ଲେନ ମ୍ୟାକ୍ସୱେଲ , କ୍ୟାମରୁନ ଗ୍ରୀନ , ଦିନେଶ କାର୍ତ୍ତିକ , ଅନୁଜ ରାୱତ (ୱିକେଟକିପର), ଅଲଜାରୀ ଜୋସେଫ୍‌, ମୟଙ୍କ ଡାଗର , ମହମ୍ମଦ ସିରାଜ , ୟଶ ଦୟାଲ 

ପଞ୍ଜାବ କିଙ୍ଗସ ( ପିକେ ) ର ପ୍ଲେଇଂ  ଇଲେଭେନ –ଶିଖର ଧୱନ ( ଅଧିନାୟକ) , ଜନି ବେୟରଷ୍ଟୋ, ପ୍ରଭସିମରନ ସିଂହ , ସ୍ୟାମ କୁରେନ , ଜିତେଶ ଶର୍ମା (ୱିକେଟକିପର) , ଲିୟାମ ଲିଭିଙ୍ଗଷ୍ଟୋନ , ଶଶାଙ୍କ ସିଂହ , ହରପ୍ରୀତ ବରାର, ହର୍ଶଲ ପଟେଲ, କ୍ୟାଗିସୋ ରୱାଡା , ରାହୁଲ ଚାହର

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.