ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମୁସ୍ତାଫିଜୁରଙ୍କୁ ସ୍ୱଦେଶ ଡାକରା, ମେ'୨ ସୁଦ୍ଧା ପହଞ୍ଚିବାକୁ ବିସିବିର ନିର୍ଦ୍ଦେଶ

ଢାକା,୧୮/୦୪: ଚଳିତ ଆଇପିଏଲ୍‌ରେ ଚେନ୍ନାଇ  ସୁପରକିଙ୍ଗ୍‌ସ ପକ୍ଷରୁ ଖେଳୁଥିବା ବାମହାତି ପେସ୍‌ ବୋଲର ମୁସ୍ତାଫିଜୁର ରେହମାନଙ୍କୁ ସ୍ୱଦେଶ ଫେରାଇ ଆଣିବାକୁ ବାଂଲାଦେଶ  କ୍ରିକେଟ୍‌ ବୋର୍ଡ ନିଷ୍ପତ୍ତି ନେଇଛି । ଆସନ୍ତା ମାସ ୨ ତାରିଖ ସୁଦ୍ଧା ତାଙ୍କୁ ସ୍ୱଦେଶରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି । ୩ତାରିଖରୁ ଜିମ୍ବାୱେ  ବିପକ୍ଷ ଘରୋଇ ସିରିଜ ଆରମ୍ଭ ହେବ । ବାଂଲାଦେଶ କ୍ରିକେଟ୍‌ ବୋର୍ଡର  ଏଭଳି ନିଷ୍ପତ୍ତି ସୁପରକିଙ୍ଗ୍‌ସକୁ ଚକିତ କରିଛି । ସେ ଇତିମଧ୍ୟରେ ସୁପରକିଙ୍ଗ୍‌ସ ପକ୍ଷରୁ ୫ଟି ମ୍ୟାଚ୍‌ ଖେଳି ୧୦ଟି ୱିକେଟ୍‌ ନେଇ ସାରିଛନ୍ତି ।  

ବାଂଲାଦେଶ କ୍ରିକେଟ୍‌ ବୋର୍ଡ ପ୍ରମୁଖ ସଦସ୍ୟ ଜଲାଲ ୟୁନିସ କହିଛନ୍ତି, ମୁସ୍ତାଫିଜୁର ଆଇପିଏଲ୍‌ରୁ କିଛି ଶିଖିପାରିବେ ନାହିଁ । ତାଙ୍କ ଶିଖିବା ସମୟ ଶେଷ ହୋଇଛି । ବରଂ ତାଙ୍କ ଠାରୁ ଭାରତର ଯୁବ ବୋଲରମାନେ ଶିଖିବାକୁ ସୁଯୋଗ ପାଇବେ । ଏଥିରେ ବାଂଲାଦେଶ ଲାଭବାନ ହେବ ନାହିଁ । ଆଗକୁ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ରହିଥିବାରୁ ମୁସ୍ତାଫିଜୁରଙ୍କ ଫିଟ୍‌ନେସ୍‌ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ସେମାନେ(ସୁପରକିଙ୍ଗ୍‌ସ) ମୁସ୍ତାଫିଜୁରଙ୍କୁ  ପ୍ରବଳ ଖଟାଉଛନ୍ତି । ତାଙ୍କ କାର୍ଯ୍ୟଭାରକୁ ନେଇ ସେମାନେ ଚିନ୍ତିତ ନୁହନ୍ତି । 

ସୂଚନାଯୋଗ୍ୟ, ମୁସ୍ତାଫିଜୁର ସ୍ୱଦେଶ ଫେରିବା ପୂର୍ବରୁ ୧୯ ଓ  ୨୩ ତାରିଖରେ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ, ୨୮ତାରିଖରେ ସନରାଇଜର୍ସ ହାଇଦ୍ରାବାଦ ଓ ମେ ୧ ତାରିଖରେ ପଞ୍ଜାବ କିଙ୍ଗ୍‌ସ ବିପକ୍ଷ ମ୍ୟାଚ୍‌ ଖେଳିବେ ।

  • prameyanews
  • PrameyaOdia
  • prameya
  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.