ନିର୍ବାଚନ ଖବର
  • ନୂଆଦିଲ୍ଲୀ : କିଏ ଗଢ଼ିବ ସରକାର ? ସନ୍ଧ୍ୟାରେ ଏନଡିଏ ଓ ଇଣ୍ଡିଆ ମେଣ୍ଟର ବୈଠକ
  • ||
  • ନୂଆଦିଲ୍ଲୀ : ପୁଣି ଦିଲ୍ଲୀ ଡାକ୍ତରଖାନାରେ ଅଗ୍ନିକାଣ୍ଡ, ନିଆଁ ଲିଭାଇବାକୁ ୧୬ ଫାୟାର ବ୍ରିଗେଡ୍ ଗାଡ଼ି ନିୟୋଜିତ
  • ||
  • ଭୁବନେଶ୍ଵର : ୩ ରୁ ୪ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ ବାୟୁ, ପାଗ ଅନୁକୂଳ
  • ||
  • ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ, ରାଜ୍ୟପାଳଙ୍କୁ ଭେଟି ଦେଲେ ଇସ୍ତଫା ପତ୍ର
  • ||

IPL 2024: ଚିପକ୍‌ରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପରକିଙ୍ଗ୍‌ସ-ରାଜସ୍ଥାନ ରୟାଲ୍ସ, ଧୋନିଙ୍କ ଶେଷ ଘରୋଇ ମ୍ୟାଚ୍‌

ଚେନ୍ନାଇ,୧୨/୦୫: ଚଳିତ  ଆଇପିଏଲର ୬୧ତମ ଲିଗ୍‌ ମୁକାବିଲାରେ  ଘରୋଇ ଚେନ୍ନାଇ ସୁପରକିଙ୍ଗ୍‌ସକୁ ଭେଟିବ‌ ରାଜସ୍ଥାନ ରୟାଲ୍ସକୁ ଭେଟିବ । ରାଜସ୍ଥାନ ରୟାଲ୍ସ ପାଇଁ ଶୀର୍ଷ ସ୍ଥାନ ସୁଯୋଗ ରହିଥିବାବେଳେ ସୁପରକିଙ୍ଗ୍‌ସ ପ୍ଲେ-ଅଫ୍‌ ପଥ ପରିସ୍କାର କରିବାକୁ ଆଶାବାଦୀ ରହିଛି । ମାତ୍ର ଏସବୁ ଗଣନାକୁ ଭୁଲି ଘରୋଇ ସମର୍ଥକ ସେମାନଙ୍କ ପ୍ରିୟ ମହେନ୍ଦ୍ର ସିଂହ ଧୋନିଙ୍କୁ ଦେଖିବାକୁ ବ୍ୟାକୁଳତାର ସହ ଅପେକ୍ଷା କରିଛନ୍ତି । କାରଣ ରବିବାର ସୁପରକିଙ୍ଗ୍‌ସ ଘରୋଇ ଚିପକ ଷ୍ଟାଡ଼ିୟମ୍‌ରେ ସିଜନର ଅନ୍ତିମ ଲିଗ୍‌ ମ୍ୟାଚ୍‌ ଖେଳିବାକୁ ଯାଉଛି । ଧୋନିଙ୍କ କ୍ୟାରିୟର୍‌ର ଏହା ଅନ୍ତିମ ସିଜନ ବୋଲି ଆଲୋଚନା ହେଉଛି । ଚଳିତ ସିଜନରେ  ସେ ଅଧିନାୟକ ପଦ ଛାଡ଼ିଥିଲେ ଓ ଋତୁରାଜ ଗାଏକୱାଡ୍‌ଙ୍କୁ ନୂଆ ଅଧିନାୟକ ନିଯୁକ୍ତ କରିଥିଲେ । ଗତ ସିଜନରେ ସେ  ଆଣ୍ଠୁରେ ଗଭୀର ଯନ୍ତ୍ରଣା ସତ୍ତେ୍ୱ ଖେଳିଥିଲେ । ଏଥର ମଧ୍ୟ ସେ ଉଭୟ ନଳିଗୋଡ଼ ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରୁଛନ୍ତି ।  

ପଏଣ୍ଟ ତାଲିକାରେ ରାଜସ୍ଥାନ ରୟାଲ୍ସ ଦ୍ୱିତୀୟ ଓ ସୁପରକିଙ୍ଗ୍‌ସ ଚତୁର୍ଥ ସ୍ଥାନରେ ରହିଛନ୍ତି । ରୟାଲ୍ସ ଆଉ ଗୋଟିଏ ମ୍ୟାଚ୍‌ ଜିତିଲେ ପଏଣ୍ଟ ତାଲିକାର ଶୀର୍ଷକୁ ଉନ୍ନୀତ ହୋଇ ପାରିବ । ମାତ୍ର ଗୁଜରାଟ ଟାଇଟନ୍ସ ଠାରୁ ପରାଜିତ ହେବା ପରେ ବର୍ତ୍ତମାନ ସୁପରକିଙ୍ଗ୍‌ସ ପାଇଁ ବିଜୟ ଜରୁରି  ହୋଇ ପଡ଼ିଛି । ସୁପରକିଙ୍ଗ୍‌ସ ସମେତ ଦିଲ୍ଲୀ କ୍ୟାପିଟାଲ୍ସ  ଓ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ମଧ୍ୟ ୧୨ ପଏଣ୍ଟ  ଲେଖାଏଁ ଅର୍ଜନ କରିସାରିଛନ୍ତି । ସମସ୍ତଙ୍କ  ନିକଟରେ ୨ଟି ଲେଖାଏଁ ମ୍ୟାଚ୍‌ ରହିଛି ।  ତେଣୁ କୌଣସି ଏକ ଦଳର ପରାଜୟ  ଅନ୍ୟ ଦଳ ପାଇଁ ଆଶୀର୍ବାଦ ହୋଇପାରେ ।  ମୁସ୍ତାଫିଜୁର ରେହମାନ, ମଥିଶା  ପତିରଣା ଓ ଦୀପକ ଚହରଙ୍କ ଅନୁପସ୍ଥିତିରେ ସୁପରକିଙ୍ଗ୍‌ସର ପେସ୍‌ ବୋଲିଂ ବିଭାଗ ଦୁର୍ବଳ  ହୋଇଥିବାରୁ ପ୍ରତିପକ୍ଷ ଏହାର ଭରପୁର  ଫାଇଦା ଉଠାଉଛନ୍ତି । ଫର୍ମରେ ରହିଥିବା ରାଜସ୍ଥାନ ରୟାଲ୍ସ  ମଧ୍ୟ ରବିବାର ବିଶାଳ ସ୍କୋର ପାଇଁ ପ୍ରସ୍ତୁତ ହେଉଛି ।  

ସୁପରକିଙ୍ଗ୍‌ସ ବିପକ୍ଷରେ ରୟାଲ୍ସ ଖେଳିଥିବା ଶେଷ ୪ଟି  ଯାକ ମ୍ୟାଚ ଜିତିଛି ।ବର୍ତ୍ତମାନ ସୁପରକିଙ୍ଗ୍‌ସର ପ୍ରତିଶୋଧ ନେବା ସମୟ । ମାତ୍ର ଏହା ପୂର୍ବରୁ ରବି ଚନ୍ଦ୍ରନ ଅଶ୍ୱିନଙ୍କ ପ୍ରତି ସତର୍କ ରହିବାକୁ ହେବ । ଚିପକ ପିଚ୍‌ ସହ ଅଶ୍ୱିନ  ବେଶ ଭଲ ଭାବେ ପରିଚିତ । ପୂର୍ବରୁ ମଧ୍ୟ ସେ ଏଠାରେ ସୁପରକିଙ୍ଗ୍‌ସ ବ୍ୟାଟରଙ୍କୁ ଅଟକାଇବାରେ ସଫଳ ହୋଇଛନ୍ତି । 

ଉଭୟ ଦଳ ନିଜ ନିଜ ଏକାଦଶ ଅପରିବର୍ତ୍ତିତ ରଖିବା ସମ୍ଭାବନା ରହିଛି । ଅଜିଙ୍କ୍ୟ ରାହାଣେଙ୍କ ଫର୍ମକୁ ନେଇ ସୁପରକିଙ୍ଗ୍‌ସ ଚିନ୍ତାରେ ରହିଛି। ମାତ୍ର ଦଳରେ ତାଙ୍କ ବିକଳ୍ପ ଥିବାରୁ  ବ୍ୟାଟିଂ କ୍ରମରେ ପରିବର୍ତ୍ତନ ହୋଇପାରେ। ଋତୁରାଜ ଗାଏକୱାଡ୍‌ ପୁନର୍ବାର ଓପନର ଭୂମିକାରେ ଅବତ୍ତୀର୍ଣ୍ଣ ହୋଇପାରନ୍ତି ।  

ରବିବାର ଅପରାହ୍ଣ ୩.୩୦ ମିନିଟ୍‌ରେ ଖେଳ  ଆରମ୍ଭ ହେବ । ତେଣୁ ଚିପକ ପିଚ୍‌ରେ ସ୍ପିନରଙ୍କ ରାଜୁତି  ଦେଖିବାକୁ ମିଳିବ । ଉଭୟ ଦଳରେ ଦକ୍ଷ ସ୍ପିନର ରହିଛନ୍ତି ।  ଶୁଷ୍କ ପିଚ୍‌ ବ୍ୟାଟିଂ ପାଇଁ ଅନୁକୂଳ ରହିବ । ଫଳରେ  ଟସ୍‌ ସେଭଳି ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ନାହିଁ । 

  • PrameyaOdia
  • prameya
  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.