ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

IPL 2024: ଇଡେନ୍‌ରେ କୋଲକାତା-ରାଜସ୍ଥାନ ମୁକାବିଲା, ଶୀର୍ଷ ସ୍ଥାନ ପାଇଁ ହେବ ଲଢ଼େଇ

କୋଲକାତା,୧୬/୦୪: ଚଳିତ  ଆଇପିଏଲର ୩୧ତମ ଲିଗ୍‌ ମୁକାବିଲାରେ ଘରୋଇ କୋଲକାତା ନାଇଟ ରାଇଡର୍ସ - ରାଜସ୍ଥାନ ରୟାଲ୍ସକୁ ଭେଟିବାକୁ ଯାଉଛି । ଏହି ମ୍ୟାଚ୍‌କୁ ନେଇ ଦର୍ଶକମହଲରେ ପ୍ରବଳ ଉତ୍କଣ୍ଠା ପ୍ରକାଶ ପାଇଛି । ଉଭୟ ଦଳ ପଏଣ୍ଟ ତାଲିକାର  ପ୍ରଥମ ୨ଟି ସ୍ଥାନ ଦଖଲ କରିଛନ୍ତି । ରାଜସ୍ଥାନ ରୟାଲ୍ସ ୬ଟି ମ୍ୟାଚ୍‌ ଖେଳି ୫ ବିଜୟ ସହ ୧୦ ପଏଣ୍ଟ ହାସଲ କରି ଶୀର୍ଷରେ ରହିଛି । ୫ଟି ମ୍ୟାଚ୍‌ରୁ ୪ବିଜୟ ସହ ୮ ପଏଣ୍ଟ  ହାସଲ କରିଥିବା ନାଇଟ୍‌ ରାଇଡର୍ସ ପାଇଁ ଶୀର୍ଷ ସ୍ଥାନ ହାସଲ କରିବାର ସୁଯୋଗ  ରହିଛି । ନାଇଟ୍‌ ରାଇଡର୍ସର ରନ୍‌ ରେଟ୍‌ ଢେର ଅଧିକ ରହିଥିବାରୁ ମଙ୍ଗଳବାର ଜିତିଲେ ରାଜସ୍ଥାନ ରୟାଲ୍ସକୁ ଟପି ପାରିବ । 

ପୂର୍ବ ରେକର୍ଡ ମଧ୍ୟ ଏକ ପ୍ରକାର ବରାବର ସ୍ଥିତିରେ ରହିଛି । ଉଭୟ ଦଳ ପରସ୍ପରକୁ ୨୮ଥର ଭେଟିଛନ୍ତି । ଏଥିରୁ ନାଇଟ ରାଇଡର୍ସ ୧୪ଟି ଓ ରୟାଲ୍ସ ୧୩ଟି  ମ୍ୟାଚ୍‌ ଜିତିଛନ୍ତି । ଗତ ସିଜନରେ ଉଭୟ ଦଳ ପରସ୍ପରକୁ ଥରେ ଭେଟିଥିଲେ ଓ ରୟାଲ୍ସ ଉକ୍ତ ମ୍ୟାଚ୍‌କୁ ୯ୱିକେଟ୍‌ରେ ଜିତିଥିଲା । ଗତ ବର୍ଷ ନାଇଟ୍‌ ରାଇଡର୍ସ ଦଳ  ଦୁର୍ବଳ ରହିଥିଲା । ଅଧିନାୟକ ଶ୍ରେୟାସ  ଆୟରଙ୍କ ସମେତ କିଛି ଖେଳାଳି ଆହତ  ଥିଲେ । ଏଥର ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ । ଅନ୍ୟ  ଦଳଗୁଡ଼ିକ ତୁଳନାରେ ନାଇଟ୍‌ ରାଇଡର୍ସ  ଅପେକ୍ଷାକୃତ ଅଧିକ ସନ୍ତୁଳିତ । ଦଳଗତ ପ୍ରଦର୍ଶନରେ ମଧ୍ୟ ଆଗୁଆ । ପ୍ରତି ସ୍ଥାନ ପାଇଁ  ପର୍ଯ୍ୟାପ୍ତ ବିକଳ୍ପ ରହିଛି । ତେଣୁ କୌଣସି ଖେଳାଳି ଆହତ ହେଲେ ମଧ୍ୟ ଦଳ ପ୍ରଭାବିତ ହେବ ନାହିଁ । 

ରାଜସ୍ଥାନ ରୟାଲ୍ସ ଚଳିତ ସିଜନରେ  ଚମତ୍କାର ପ୍ରଦର୍ଶନ କରୁଛି । ଯଶସ୍ୱୀ ଜୈସ୍ୱାଲ୍‌,  ଧ୍ରୁବ ଜୁରେଲଙ୍କ ଭଳି ଯୁବ ତାରକା ଫର୍ମ  ଫେରି ପାଇ ନାହନ୍ତି । ତଥାପି ଏହା ଦଳର  ପ୍ରଦର୍ଶନରେ ବାଧକ ସାଜିନାହିଁ । ରୟାଲ୍ସର  ବିଜୟରେ ଅସଲ ଭୂମିକା ତୁଲାଉଛି ବୋଲିଂ ବାହିନୀ । ୟୁଝବେନ୍ଦ୍ର ଚହଲ ଓ ରବି ଚନ୍ଦ୍ରନ  ଅଶ୍ୱିନଙ୍କ କୁଶଳୀ ସ୍ପିନ ବୋଲିଂ ପ୍ରତିପକ୍ଷ  ପାଇଁ ଚିନ୍ତାର କାରଣ ସାଜିଛି । ପେସ୍‌ ବୋଲିଂ ବିଭାଗ ମଧ୍ୟ ଘାତକ ସାବ୍ୟସ୍ତ ହୋଇଛି । 

ଦିନକ ତଳେ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସକୁ  ହରାଇଥିବା ନାଇଟ୍‌ ରାଇଡର୍ସ ମଙ୍ଗଳବାର ଦଳ ଅପରିବର୍ତ୍ତିତ ରଖିବା ଏକ ପ୍ରକାର  ନିଶ୍ଚିତ । ରାଜସ୍ଥାନ ରୟାଲ୍ସ ଏକାଦଶରେ  ପରିବର୍ତ୍ତନ କରିବ । ପଞ୍ଜାବ କିଙ୍ଗ୍‌ସ ବିପକ୍ଷ  ମ୍ୟାଚ୍‌ ଖେଳି ନଥିବା ଜୋସ ବଟଲର ଓ ରବି  ଅଶ୍ୱିନ ଫିଟ୍‌ ଘୋଷିତ ହୋଇଛନ୍ତି । ଉଭୟ ମଙ୍ଗଳବାର  ଖେଳିବେ । ଫଳରେ ତନୁଶ  କୋଟିଆନ୍‌, ରୋଭମାନ ପାୱେଲ୍‌ ଓ କେଶବ  ମହାରାଜଙ୍କ ମଧ୍ୟରୁ ୨ଜଣ ବାଦ ପଡ଼ିବେ । 

ଇଡେନ ଗାର୍ଡେନ୍ସର ଆଦର୍ଶ ପିଚ  ମ୍ୟାଚ୍‌ର ରୋମାଞ୍ଚ ବଢାଇ ଦେବ । ଫ୍ଲଡ  ଲାଇଟ୍‌ରେ ସମ୍ପୂର୍ଣ୍ଣ ମ୍ୟାଚ୍‌ ଖେଳାଯିବ ।  ତେଣୁ ଦ୍ୱିତୀୟ ଭାଗରେ ବ୍ୟାଟିଂ ସହଜ  ହେବ । ଟସ୍‌ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି  ନେବା ଏକ ପ୍ରକାର ନିଶ୍ଚିତ । ମୋଟ୍‌  ଉପରେ ଦେଖିବାକୁ ଗଲେ ମଙ୍ଗଳବାର  ଉଭୟ ଦଳର ସ୍ପିନରଙ୍କ ମଧ୍ୟରେ  ଅସଲ ଲଢେଇ ଦେଖିବାକୁ ମିଳିବ ।

ସମ୍ଭାବ୍ୟ ଦଳ

ନାଇଟ୍‌ ରାଇଡର୍ସ: ଫିଲ୍‌ ସଲ୍ଟ, ସୁନୀଲ ନାରାଏନ, ଅଙ୍ଗକ୍ରୀଶ  ରଘୁବଂଶୀ, ଭେଙ୍କଟେଶ ଆୟର,  ଶ୍ରେୟାସ ଆୟର(ଅଧିନାୟକ), ରମଣଦୀପ ସିଂହ/ନିତିଶ ରାଣା,  ଆନ୍ଦ୍ରେ ରସେଲ, ରିଙ୍କୁ ସିଂହ,  ମିଚେଲ ଷ୍ଟାର୍କ, ବୈଭବ ଆରୋରା/ ହର୍ଷିତ ରାଣା, ବରୁଣ ଚକ୍ରବର୍ତ୍ତୀ । (ଇମ୍ପାକ୍ଟ ପ୍ଲେୟାର: ସୂୟାଶ ଶର୍ମା) । 

ରାଜସ୍ଥାନ ରୟାଲ୍ସ : ଯଶସ୍ୱୀ ଜୈସ୍ୱାଲ୍‌, ଜୋସ ବଟଲର,  ସଞ୍ଜୁ ସାମସନ(ଅଧିନାୟକ), ରିୟାନ  ପରାଗ, ସିମରନ ହେତମାୟର, ଧ୍ରୁବ ଜୁରେଲ୍‌, ରୋଭମାନ ପାୱେଲ୍‌/କେଶବ  ମହାରାଜ, ଆର ଅଶ୍ୱିନ, ଟ୍ରେଣ୍ଟ ବୋଲ୍ଟ,  ଅଭେଶ ଖାନ, କୁଲଦୀପ ସେନ ।  (ଇମ୍ପାକ୍ଟ ପ୍ଲେୟାର: ୟୁଝବେନ୍ଦ୍ର ଚହଲ) ।

  • prameyanews
  • PrameyaOdia
  • prameya
  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.