ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଆଇପିଏଲ ୨୦୨୪ : ଧମାକାଦାର ବ୍ୟାଟିଂ କରି RCBକୁ ହରାଇଲା ମୁମ୍ୱାଇ ଇଣ୍ଡିଆନ୍ସ

ମୁମ୍ବାଇ ୧୧/୦୪ : ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ( ଆରିସିବି)ର ୧୯୭ରନ୍‌ର ଟାର୍ଗେଟ୍‌କୁ ପିଛା କରି , ମୁମ୍ୱାଇ ଇଣ୍ଡିଆନ୍ସ ଧମାକାଦାର ବ୍ୟାଟିଂ। ଛକା ଓ ଚୌକାରେ ଚମକିଲା ୱାଙ୍ଖେଡ୍‌ ମୈଦାନ। ପ୍ରଥମରୁ ଆକର୍ଷଣୀୟ ବ୍ୟାଟିଂ କରି ମୁମ୍ୱାଇ ଇଣ୍ଡିଆନ୍ସ ମ୍ୟାଚ୍‌କୁ ହାତେଇଲା । ୧୫.୩ ଓଭରରେ ୩ଟି ୱିକେଟ୍ ହରାଇ ୧୯୯ରନ୍‌ କରିଛି ମୁମ୍ୱାଇ ଇଣ୍ଡିଆନ୍ସ ।  

ମୁମ୍ୱାଇ ଇଣ୍ଡିଆନ୍ସର ପ୍ରଥମ ୱିକେଟ୍‌ ଭାବେ ଖସିଥିଲେ ଇଶାନ କିଶନ। ସେ ୩୪ଟି ବଲ୍‌ରେ ୬୯ରନ୍‌ କରିଥିଲେ। ଏହାପରେ ପାଭେଲିୟନ ଖେଳିଥିଲେ ରୋହିତ ଶର୍ମା। ସେ ୨୪ଟି ବଲ୍‌ରେ ୩୮ ରନ୍‌ ଓ ସୂର୍ଯ୍ୟକୁମାର ଯାଦବ ୧୯ଟି ବଲ୍‌ରେ ୫୨ ରନ୍‌ କରି ଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୬ଟି ବଲ୍‌ରେ ୨୧ ରନ୍‌ ଓ ତିଳକ ଶର୍ମା ୧୦ଟି ବଲରେ ୧୬ କରି ଅପରାଜେୟ ଥିଲେ। 

 ଆଜି (ଗୁରୁବାର)ର ଆଇପିଏଲ ମ୍ୟାଚ୍‌ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପରସ୍ପରକୁ ଭେଟିଥିଲେ। ମୁମ୍ୱାଇର ୱାଙ୍ଖେଡ୍‌ ଷ୍ଟାଡିୟମରେ ଖେଳା ଯାଉଥିଲା। ଏହି ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିୟାନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍‌ ଜିତି ପ୍ରଥମେ ବୋଲି କରିବାର ନିଷ୍ପତ୍ତି ନେଇ ଥିଲେ। ପ୍ରଥମେ ବ୍ୟାଟିଂ କରି ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୨୦ଓଭରରେ ୮ ୱିକେଟ୍‌ ହରାଇ ୧୯୬ରନ୍‌ କରି ଥିଲା ଏବଂ ବିଜୟ ପାଇଁ ମୁମ୍ୱାଇ ଇଣ୍ଡିଆନ୍ସର ସାମ୍ନାରେ ୧୯୭ ରନ୍‌ର ଲକ୍ଷ୍ୟ ଦେଇଥିଲା। 

ଉକ୍ତ ମ୍ୟାଚରେ ଆରସିବି ପକ୍ଷରୁ ଦିନେଶ କାର୍ତ୍ତିକ କମାଲକର ଅର୍ଦ୍ଧଶତକ ପାଳି ଖେଳିଥିଲେ। ୱିଲ୍ ଜ୍ୟାକ୍ସ ଡେବ୍ୟୁ କରିଥିଲେ । ମୁମ୍ୱାଇର ଟିମ୍‌ରେ ଏକ ପରିବର୍ତ୍ତନ ଖେଳିବାକୁ ମିଳିଥିଲା। ପିୟୁଶ ଚାୱଲଙ୍କ ସ୍ଥାନରେ ଶ୍ରେୟସ ଗୋପାଲଙ୍କୁ ସୁଯୋଗ ମିଳିଥିଲା। ସେପଟେ ଆରସିବି ୩ଟି ପରିବର୍ତନ କରିଥିଲା।  

ଆଇପିଏଲ ୨୦୨୪ : ମୁମ୍ୱାଇ ଇଣ୍ଡିଆନ୍ସକୁ ୧୯୭ ରନ୍‌ର ଟାର୍ଗେଟ୍ ଦେଲା ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ

ପ୍ରଥମେ ବ୍ୟାଟିଂରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)ର ଆରମ୍ଭ ଖରାପ ଥିଲା। ଟିମ୍‌ ପାୱାର ପ୍ଲେରେ ଦୁଇ ୱିକେଟ୍‌ ହରାଇ ୪୪ ରନ୍‌ କରିଥିଲା। ବିରାଟ କୋହଲି ୯ଟି ବଲରେ ୩ ଓ ୱିଲ ଜ୍ୟାକ୍ସ ୬ ଟି ବଲ୍‌ରେ ୮ରନ୍‌ କରି ପାରିଥିଲେ। ଆରସିବିର ୩ୟ ୱିକେଟ୍‌ ରଜତ ପଟିଦାର(୫୦) ଭାବେ ଖସି ଥିଲା। ଗ୍ଲେନ୍‌ ମ୍ୟାକ୍ସୱେଲ ଖାତା ଖୋଲି ପାରି ନଥିଲେ। ଫାଫ୍‌ ଡୁପ୍ଲେସିସ ଅର୍ଦ୍ଧଶତକ କରିଥିଲେ। ସେ ୬୧ ରନ୍‌ କରି ଆଉଟ ହୋଇଥିଲେ। ମହିପାଲ ଲୋମରୋର ମଧ୍ୟ ଖାତା ଖୋଲି ପାରି ନଥିଲେ । ସୌରଭ ଚୌହାନ ମଧ୍ୟ ବଡ଼ ପାଳି ଖେଳି ନଥିଲେ । ବୁମରାହ ବିଜୟକୁମାର ବିଷକଙ୍କୁ ଶୂନ୍ୟରେ ଆଉଟ୍‌ କରିଥିଲେ। 

ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ  ଶର୍ମା, ଇଶାନ କିଷନ, ସୂର୍ଯ୍ୟକୁମାର ଯାଦବ,  ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ), ତିଳକ ବର୍ମା, ଟିମ  ଡେଭିଡ୍‌, ରୋମାରିଓ ସେପର୍ଡ, ମହମ୍ମଦ ନବି,  ଗେରାଲ୍ଡ କୋଏଜି, ପିୟୂଷ ଚାୱଲା, ଯଶପ୍ରୀତ ମୁବରା ।(ଇମ୍ପାକ୍ଟ ପ୍ଲେୟାର: ଆକାଶ ମଧୱାଲ୍‌) 

ରୟାଲ୍‌ ଚ୍ୟାଲେଞ୍ଜର୍ସ : ବିରାଟ କୋହଲି, ଫାଫ ଡୁ ପ୍ଲେସି(ଅଧିନାୟକ), ଗ୍ଲେନ ମ୍ୟାକ୍ସୱେଲ୍‌/ୱିଲ ଜ୍ୟାକ୍ସ, ସୌରଭ ଚୌହାନ, କାମେରନ ଗ୍ରୀନ, ରଜତ ପାତିଦାର, ଦିନେଶ କାର୍ତ୍ତିକ,  ରିସ ଟପଲି, ମୟଙ୍କ ଡାଗର, ମହମ୍ମଦ ସିରାଜ, ୟଶ ଦୟାଲ। (ଇମ୍ପାକ୍ଟ ପ୍ଲେୟାର: ଲୋକି ଫର୍ଗୁସନ)

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.