ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଆଇପିଏଲର ଧମାକାପୂର୍ଣ୍ଣ ଶୁଭାରମ୍ଭ ...ଅକ୍ଷୟ-ଟାଇଗର, ସୋନୁ ନିଗମ ଓ ଏଆର ରେହମାନ ଜିତିଲେ ପ୍ରଶଂସକଙ୍କ ହୃଦୟ

ଚେନ୍ନାଇ : ଚେନ୍ନାଇର ଏମଏ ଚିଦମ୍ୱରମ୍‌ ଷ୍ଟାଡିୟମରେ ଆଜି ଶୁକ୍ରବାର (୨୨ ମାର୍ଚ୍ଚ ) ସନ୍ଧ୍ୟାରେ ଆଇପିଏଲ ୨୦୨୪ର ଶୁଭାରମ୍ଭ ହୋଇଛି। ପ୍ରଥମ ମ୍ୟାଚ୍‌ ପୂର୍ବରୁ ଓପନିଂ ସେରେମନିରେ ପ୍ରଶଂସକଙ୍କର ଖୁବ୍‌ ମନୋରଞ୍ଜନ ଦେଖିବାକୁ ମିଳିଛି। ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଓ ଟାଇଗର ଶ୍ରଫ୍ ଏହି ଓପନିଂ ସେରେମନିକୁ ଆରମ୍ଭ କରି ଥିଲେ। ଏଆର ରେହମାନ ଓ ସୋନୁ ନିଗମ ନିଜର ଗାୟକୀରେ ଦର୍ଶକଙ୍କ ହୃଦୟ ଜିତିବାରେ ସଫଳ ହୋଇଛନ୍ତି। 

ଆଇପିଏଲର ଏହି ୧୭ତମ ସଂସ୍କରଣର ପ୍ରଥମ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସର ମୁକାବିଲା ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ସହ ହୋଇଛି। ଏହା ପୂର୍ବରୁ ଉଦଘାଟନୀ ସମାରୋହ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବଲିଉଡର ବହୁ ବଡ଼ ତାରକା ପ୍ରଦର୍ଶନ କରିଛନ୍ତି ।

ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫ୍ ସୁନୋ ଗୋର ସେ ଦୁନିଆ ୱାଲୋ  ଗୀତରେ ବାଇକରେ ଷ୍ଟାଡିୟମକୁ ଚକ୍କର କାଟି ଥିଲେ। ଏହାକୁ ଦେଖି ଦର୍ଶକ ଖୁବ୍‌ ଉତ୍ସାହିତ ନଜର ଆସି ଥିଲେ। 

ଏହାପରେ କଣ୍ଠଶିଳ୍ପୀ ସୋନୁ ନିଗମ ନିଜ ଗୀତରେ ଦର୍ଶକଙ୍କୁ କରି ଥିଲେ ମତୁଆଲା। ସେ ବନ୍ଦେ ମାତରମ ଗୀତରେ ଦର୍ଶକଙ୍କ ହୃଦୟ ଜିତିଥିଲେ। ସୋନୁ ନିଗମଙ୍କ ପରେ ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ଏଆର ରେହମାନ ମାଆ ତୁଝେ ସଲାମ  ଗୀତରେ ପରଫର୍ମ କରିଥିଲେ। ସେ ନିଜ ସ୍ୱରରେ ଦର୍ଶକଙ୍କ ମନ ମୋହି ନେଇଥିଲେ। ମୋହିତ ଚୌହାନ ଏବଂ ନିତି ମୋହନ ମଧ୍ୟ ନିଜ ପରଫର୍ମରେ ଦର୍ଶକଙ୍କ ମନକୁ ଛୁଇଁଥିଲେ।

ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରେ ଚେନ୍ନାଇ ସୁପର କିଙ୍ଗସ (ସିଏସକେ) ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ( ଆରସିବି) ମଧ୍ୟରେ ମୁକାବିଲା ଆରମ୍ଭ ହୋଇଥିଲା । ଗୋଟେପଟେ ଏମଏସ ଧୋନୀ ଥିବା ବେଳେ ଆଉ ଗୋଟେ ପଟେ ବିରାଟ କୋହଲି ନଜର ଆସିଛନ୍ତି। 

ପ୍ରାପ୍ତ ସୂଚନା ଅନୁସାରେ , ଆରସିବି ଟସ୍‌ ଜିତି  ବ୍ୟାଟିଂ ଆରମ୍ଭ କରିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.