ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

IPL 2024: ପଞ୍ଜାବ କିଙ୍ଗ୍‌ସ- ରାଜସ୍ଥାନ ରୟାଲ୍ସ ମୁକାବିଲା, ମୁଲନପୁରରେ ହେବ ପେସ୍‌ ଟେଷ୍ଟ୍‌

ମୁଲନପୁର,୧୩/୦୪:ଚଳିତ ଆଇପିଏଲର  ୨୭ତମ ଲିଗ୍‌ ମ୍ୟାଚ୍‌ରେ ଘରୋଇ ପଞ୍ଜାବ କିଙ୍ଗ୍‌ସ ଓ ରାଜସ୍ଥାନ ରୟାଲ୍ସ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଉଭୟ ଦଳ ଏହି ମ୍ୟାଚ୍‌କୁ  ନେଇ ଜୋରଦାର ଅଭ୍ୟାସ କରିଛନ୍ତି । ଉଭୟ ଦଳ  ନିଜ ନିଜର ଶେଷ ମ୍ୟାଚ୍‌ରେ ପରାଜିତ ହୋଇଥିବାରୁ  ଶନିବାର ବିଜୟକୁ ଫେରିବା ପାଇଁ ତତ୍ପର ।  

ଶନିବାର ଉଭୟ ଦଳର ବ୍ୟାଟିଂ ବିଭାଗ ପେସ୍‌  ଚ୍ୟାଲେଞ୍ଜର ସାମ୍ନା କରିବେ । ମୁଲନପୁର ଷ୍ଟାଡିୟମ୍‌ର  ପିଚ୍‌ ପେସ୍‌ ବୋଲରଙ୍କୁ ଭରପୂର ସହାୟତା କରୁଛି ।  ଏଠାରେ ଖେଳାଯାଇଥିବା ୨ଟି ମ୍ୟାଚ୍‌ରେ ମୋଟ୍‌ ୩୦ଟି  ୱିକେଟ୍‌ର ପତନ ଘଟିଛି । ଏଥିରୁ ପେସ୍‌ ବୋଲରମାନେ ୨୩ଟି ୱିକେଟ୍‌ ଅକ୍ତିଆର କରିଥିବାବେଳେ ସ୍ପିନରମାନେ  ୪ଟି ୱିକେଟ୍‌ ନେଇଛନ୍ତି । ବାକି ୩ଟି ୱିକେଟ୍‌ ରନ୍‌ ଆଉଟ୍‌ ଭାବେ ମିଳିଛି । ୨ଟି ମ୍ୟାଚ୍‌ର ପାୱାର  ପ୍ଲେ’ରେ ମୋଟ୍‌ ୯ଟି ୱିକେଟ୍‌ର ପତନ ହୋଇଛି । 

ଗତ ସିଜନ ତୁଳନାରେ ପଞ୍ଜାବ କିଙ୍ଗ୍‌ସ ଏଥର  ଉନ୍ନତ ପ୍ରଦର୍ଶନ କରୁଛି । ତଥାପି ବିଜୟ ଧାରା ବଜାୟ  ରଖିବାରେ ବିଫଳ ହୋଇଛି । ୫ଟି ମ୍ୟାଚ୍‌ ଖେଳି ଦଳ  ୨ଟି ବିଜୟ ସହ ମୋଟ୍‌ ୪ ପଏଣ୍ଟ ହାସଲ କରିଛି ।  କିନ୍ତୁ ରାଜସ୍ଥାନ ରୟାଲ୍ସ ଦମ୍‌ଦାର ପ୍ରଦର୍ଶନ ସହ ପଏଣ୍ଟ ତାଲିକାରେ ଆଧିପତ୍ୟ ବଜାୟ ରଖିଛି । କ୍ରମାନ୍ୱୟରେ  ୪ଟି ମ୍ୟାଚ୍‌ ଜିତିବା ପରେ ରାଜସ୍ଥାନ ରୟାଲ୍ସ ଶେଷ  ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସ ଠାରୁ ପରାଜିତ ହୋଇଥିଲା ।  ଷ୍ଟାର ପେସ ବୋଲରମାନେ ଆହତ ହେବାରୁ ଦଳକୁ  ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ନାନ୍ଦ୍ରେ ବର୍ଗର  ଉକ୍ତ ମ୍ୟାଚ୍‌ ଖେଳି ନଥିଲେ । ସେହିପରି ଟ୍ରେଣ୍ଟ ବୋଲ୍ଟ  ମାତ୍ର ୨ ଓଭର ବୋଲିଂ କରିବା ପରେ ଗ୍ରାଉଣ୍ଡ ଛାଡ଼ିଥିଲେ ।  

ପୂର୍ବ ରେକର୍ଡ ରାଜସ୍ଥାନ ରୟାଲ୍ସ ପକ୍ଷରେ ରହିଛି ।  ଉଭୟ ପରସ୍ପରକୁ ୨୬ଥର ଭେଟିଛନ୍ତି । ଏଥିରୁ  ରାଜସ୍ଥାନ ରୟାଲ୍ସ ୧୫ଟି ମ୍ୟାଚ ଜିତିଛି। ଗତ ବର୍ଷ  ଉଭୟ ଦଳ ମଧ୍ୟରେ ୨ଟି ମ୍ୟାଚ୍‌ ଖେଳାଯାଇଥିଲା  ଓ ଉଭୟ ଗୋଟିଏ ଲେଖାଏଁ ମ୍ୟାଚ ଜିତିଥିଲେ ।  

ଶନିବାର ପଞ୍ଜାବ କିଙ୍ଗ୍‌ସ ଦଳରେ ପରିବର୍ତ୍ତନ  ସମ୍ଭାବନା ନାହିଁ । ଲାଏମ ଲିଭଙ୍ଗଷ୍ଟୋନ୍‌ ଫିଟ୍‌ ହୋଇ  ନାହାନ୍ତି । ତେଣୁ ସିକନ୍ଦର ରାଜା ଏକାଦଶରେ ସ୍ଥାନ  ବଜାୟ ରଖିବେ । ଅଶର୍ଦୀପ ସିଂହ ଓ ପ୍ରଭସିମରନ  ସିଂହ ଇମ୍ପାକ୍ଟ ପ୍ଲେୟାର ଭାବେ ଅଦଳ ବଦଳ ହେବେ ।  ରାଜସ୍ଥାନ ରୟାଲ୍ସ ଦଳରେ ମଧ୍ୟ ଆହତଙ୍କ ସଂଖ୍ୟା ବୃଦ୍ଧି  ପାଇଛି । ବୋଲ୍ଟ ଓ ବର୍ଗରଙ୍କ ଫିଟ୍‌ନେସ୍‌ ସମ୍ପର୍କରେ ସ୍ପଷ୍ଟ  ସୂଚନା ମିଳିନାହିଁ । ବର୍ଗର ଶୁକ୍ରବାର ଅଭ୍ୟାସ କରିଥିଲେ ।  ଶନିବାର ସେ ଏକାଦଶକୁ ପ୍ରତ୍ୟାବର୍ତ୍ତନ କରି ପାରନ୍ତି ।  ସେହିପରି ସନ୍ଦିପ ଶର୍ମାଙ୍କ ଖେଳିବା ସମ୍ଭାବନା କ୍ଷୀଣ । 

ଶନିବାର ଶଶାଙ୍କ ସିଂହ ଓ ୟୁଝବେନ୍ଦ୍ର  ଚହଲଙ୍କ ଉପରେ ନଜର ରହିବ । ଶଶାଙ୍କ ଗତ  ୨ଟି ମ୍ୟାଚ୍‌ରେ ଚମତ୍କାର ବ୍ୟାଟିଂ କରିଥିଲେ । ସେହିପରି ଚହଲ ପର୍ପଲ କ୍ୟାପ୍‌ ଦୌଡ଼ରେ ରହିଛନ୍ତି।

ସମ୍ଭାବ୍ୟ ଏକାଦଶ

ପଞ୍ଜାବ କିଙ୍ଗ୍‌ସ: ଶିଖର ଧାୱନ(ଅଧିନାୟକ), ଜନି ବେୟାରଷ୍ଟୋ,  ପ୍ରଭସିମରନ ସିଂହ, ସାମ କରନ, ଜିତେଶ ଶର୍ମା, ଶଶାଙ୍କ  ସିଂହ, ସିକନ୍ଦର ରାଜା, ଆଶୁତୋଷ ଶର୍ମା, ହରପ୍ରୀତ  ବ୍ରାର, ହର୍ଷଲ ପଟେଲ, କାଗିସୋ ରାବାଡା ।  (ଇମ୍ପାକ୍ଟ ପ୍ଲେୟାର: ଅର୍ଶଦୀପ ସିଂହ) । 

ରାଜସ୍ଥାନ ରୟାଲ୍ସ: ଜୋସ ବଟଲର, ଯଶସ୍ୱୀ ଜୈସ୍ୱାଲ, ସଞ୍ଜୁ  ସାମସନ(ଅଧିନାୟକ), ରିୟାନ ପରାଗ, ଧ୍ରୁବ ଜୁରେଲ,  ସିମରନ ହେତମାୟର, ଆର ଅଶ୍ୱିନ, ଟ୍ରେଣ୍ଟ ବୋଲ୍ଟ,  ଅଭେଶ ଖାନ, ନାନ୍ଦ୍ରେ ବର୍ଗର, ୟୁଝବେନ୍ଦ୍ର ଚହଲ ।  (ଇମ୍ପାକ୍ଟ ପ୍ଲେୟାର: କୁଲଦୀପ ସେନ)

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.