ପ୍ରମୂଖ ଖବର
  • କାଶୀପୁର : କାଶୀପୁରରେ ବ୍ୟାପିଛି ଅଜଣା ରୋଗ, ସପ୍ତାହେ ଭିତରେ ଗଲାଣି ୪ ଶିଶୁଙ୍କ ଜୀବନ
  • ||
  • ଭୁବନେଶ୍ୱର: କୋଣାର୍କ ଶୈଳୀରେ ସଜେଇ ହୋଇଛି ଜନତା ମଇଦାନ, ଭିଭିଆଇପି ଅତିଥିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା
  • ||
  • ଭୁବନେଶ୍ୱର: ୬ ଥର ବିଧାୟକ ହୋଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପତ୍ନୀ ବଲାଙ୍ଗିର ସାଂସଦ
  • ||
  • ପୁରୀ : ଜୋରସୋରରେ ଚାଲିଛି ରଥଖଳା କାମ; ସରିଛି ଚକ ଅଖ ଫିଟିଂ, ଆରମ୍ଭ ହୋଇଛି ଧୂଳିଦଣ୍ଡା କାମ
  • ||
  • ଭୁବନେଶ୍ଵର : ୫ଟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ମାଝୀ, ସାମିଲ ହେବେ ପ୍ରଧାନମନ୍ତ୍ରୀ ଓ ଗୃହ ମନ୍ତ୍ରୀଙ୍କ ସମେତ ବହୁ ବରିଷ୍ଠ ନେତା
  • ||

IPL 2024: ଉପଲ୍‌ରେ ହାଇଦ୍ରାବାଦକୁ ଭେଟିବ ଗୁଜରାଟ୍, ପ୍ଲେ-ଅଫ୍‌ରୁ ୧ ପଏଣ୍ଟ ଦୂରରେ ସନରାଇଜର୍ସ

ହାଇଦ୍ରାବାଦ,୧୬/୦୫: ଗୁରୁବାର ୬୬ତମ ଲିଗ୍‌ ମ୍ୟାଚ୍‌  ଉପଲ୍‌ ଷ୍ଟାଡ଼ିୟମ୍‌ରେ ଘରୋଇ ସନରାଇଜର୍ସ ହାଇଦ୍ରାବାଦ ୨୦୨୨  ସିଜନ ଚାମ୍ପିଅନ୍‌ ଗୁଜରାଟ ଟାଇଟନ୍ସକୁ ଭେଟିବ । ଏହି ମ୍ୟାଚ୍‌ର ଫଳାଫଳ ଉପରେ ଆଉ ୩ଟି ଦଳର ଭାଗ୍ୟ ନିର୍ଭର କରୁଛି । ତେଣୁ ଦର୍ଶକ ଉତ୍ସୁକତାର ସହ ମ୍ୟାଚ୍‌କୁ ଅପେକ୍ଷା କରିଛନ୍ତି ।  

ସନରାଇଜର୍ସ ଗତ ୮ ତାରିଖରେ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସକୁ ୧୦ ୱିକେଟ୍‌ରେ ପରାସ୍ତ କରିଥିଲା । ଏହାପରେ ଦଳକୁ ବିଶ୍ରାମ ନେବା ପାଇଁ ୭ଦିନ ସମୟ ମିଳିଛି । ଫଳରେ ପ୍ରତ୍ୟେକ ଖେଳାଳିଙ୍କ ମାନସିକ କ୍ଳାନ୍ତିରୁ ବାହାରି ସାରିଛନ୍ତି। ମନୋବଳ ଶିଖର ଛୁଇଁଛି । ଫଳରେ ସନରାଇଜର୍ସ ଗୁରୁବାର ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଯୋଗାଇବା ନିଶ୍ଚିତ । 

୧୨ଟି ମ୍ୟାଚ୍‌ରୁ ୧୪ ପଏଣ୍ଟ ହାସଲ କରିସାରିଥିବା  ସନରାଇଜର୍ସ ଶେଷ ୨ଟି ମ୍ୟାଚ୍‌ରୁ ମାତ୍ର ୧ ପଏଣ୍ଟ ହାସଲ କଲେ ମଧ୍ୟ ପ୍ଲେ-ଅଫ୍‌ରେ ପ୍ରବେଶ  କରିପାରିବ । ମାତ୍ର ସନରାଇଜର୍ସର ପ୍ରଦର୍ଶନ ଯଥାକ୍ରମେ ରାଜସ୍ଥାନ ରୟାଲ୍ସ, ଚେନ୍ନାଇ ସୁପରକିଙ୍ଗ୍‌ସ ଓ ରୟାଲ୍‌ ଚ୍ୟାଲେଞ୍ଜର୍ସର ଭାଗ୍ୟ ନିର୍ଦ୍ଧାରଣ କରିବ । ସନରାଇଜର୍ସ ଶେଷ ୨ଟି ଯାକ ମ୍ୟାଚ୍‌ ଜିତିଲେ ପଏଣ୍ଟ ତାଲିକାର ଦ୍ୱିତୀୟକୁ ଉନ୍ନୀତ ହୋଇପାରିବ । ଯାହା ପ୍ଲେ-ଅଫ ପାଇଁ ବେଶ୍‌ ସହାୟକ ହେବ। ସୁପରକିଙ୍ଗ୍‌ସ ଓ ରୟାଲ୍‌ ଚ୍ୟାଲେଞ୍ଜର୍ସ ନିକଟରେ  ଗୋଟିଏ ଲେଖାଏଁ ମ୍ୟାଚ୍‌ ରହିଛି । ଉଭୟ ଏହି ମ୍ୟାଚ୍‌ରେ ପରସ୍ପରକୁ ଭେଟିବେ। 

ସୁପରକିଙ୍ଗ୍‌ସ  ୧୪ପଏଣ୍ଟ ଓ ରୟାଲ୍‌ ଚ୍ୟାଲେଞ୍ଜର୍ସ ୧୨ ପଏଣ୍ଟ  ଅର୍ଜନ କରିଛନ୍ତି । ଫଳରେ ସନରାଇଜର୍ସ ଆସନ୍ତା  କାଲି ବିଜୟୀ ହେଲେ ପଏଣ୍ଟ ତାଲିକାର ଚତୁର୍ଥ ସ୍ଥାନ  ପାଇଁ ଉଭୟ ସନରାଇଜର୍ସ ଓ ରୟାଲ୍‌ ଚ୍ୟାଲେଞ୍ଜର୍ସଙ୍କ ନିକଟରେ ସୁଯୋଗ ରହିବ । ସୁପରକିଙ୍ଗ୍‌ସ ପାଇଁ କେବଳ ବିଜୟ ଓ ରୟାଲ୍‌ ଚ୍ୟାଲେଞ୍ଜର୍ସ ପାଇଁ ବିଶାଳ ବ୍ୟବଧାନରେ ବିଜୟ ଆବଶ୍ୟକ ପଡ଼ିବ । ଟାଇଟନ୍ସ ଓ ସନରାଇଜର୍ସ ମଧ୍ୟରେ ମୋଟ୍‌ ୪ଟି ମ୍ୟାଚ୍‌ ଖେଳାଯାଇଛି । ଏଥିରୁ ଟାଇଟନ୍ସ ୩ଟି ମ୍ୟାଚ୍‌ ଜିତିଛି । ଚଳିତ ସିଜନରେ ଉଭୟ ଦଳ  ମାର୍ଚ୍ଚ ୩୧ତାରିଖରେ ପରସ୍କରକୁ ଭେଟିଥିଲେ ।  

ଟାଇଟନ୍ସ ୭ୱିକେଟ୍‌ରେ ଉକ୍ତ ମ୍ୟାଚ୍‌ ଜିତିଥିଲା। ସନରାଇଜର୍ସ ନିକଟରେ ପ୍ରତିଶୋଧ ନେବାର ସୁଯୋଗ ରହିଛି । ସନରାଇଜର୍ସର ବିଧ୍ୱଂସୀ ବ୍ୟାଟିଂ ଟାଇଟନ୍ସ ପାଇଁ ଚିନ୍ତା ସୃଷ୍ଟି କରିବା ନିଶ୍ଚିତ । ସନରାଇଜର୍ସ ଇତି ମଧ୍ୟରେ ୧୨ଟି ମ୍ୟାଚ୍‌ ଖେଳି ୧୪୬ଟି ଛକା ମାରିଛି । ବିଶେଷ କରି ଟ୍ରେଭିସ୍‌ ହେଡ୍‌  ଓ ଅଭିଷେକ ଶର୍ମାଙ୍କୁ ଅଟକାଇବା ପାଇଁ ଟାଇଟନ୍ସ ସ୍ୱତନ୍ତ୍ର  ରଣନୀତି ପ୍ରସ୍ତୁତ କରିବା ଆବଶ୍ୟକ । ମୋଟ୍‌ ଉପରେ ଦେଖିବାକୁ ଗଲେ ସନରାଇଜର୍ସର ବ୍ୟାଟର ଓ ଟାଇଟନ୍ସ ବୋଲରଙ୍କ ମଧ୍ୟରେ ଜୋରଦାର ଲଢେଇ ହେବ ।  

ଟାଇଟନ୍ସର ଦୁଇ ଓପନର ଶୁଭମନ ଗିଲ୍‌ ଓ ସାଇ ସୁଦର୍ଶନ ଗତ ଚେନ୍ନାଇ ସୁପରକିଙ୍ଗ୍‌ସ ବିପକ୍ଷରେ ଶତକ ଅର୍ଜନ କରି ଫର୍ମକୁ ଫେରିଥିବା ପ୍ରମାଣ କରିଥିଲେ । ଏହାପରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମୁକାବିଲା ବର୍ଷା ଯୋଗୁଁ ବାତିଲ ହୋଇଯିବାରୁ ଟାଇଟନ୍ସ ପ୍ଲେ-ଅଫ ଦୌଡରୁ ବାଦ ପଡ଼ିଯାଇଥିଲା । ଗୁରୁବାର ଉଭୟଙ୍କ ଉପରେ ଦଳର ଭାଗ୍ୟ ନିର୍ଭର କରିବ । ଉପଲ ପିଚ୍‌ ବ୍ୟାଟିଂ ପାଇଁ ବେଶ୍‌ ଅନୁକୂଳ। ଏଠାରେ ବିଶାଳ ସ୍କୋର ସଂଗୃହୀତ ହେବ । ଉଭୟ  ଦଳ ନିକଟରେ ଦମ୍‌ଦାର ବ୍ୟାଟର ରହିଥିବାରୁ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ।

ସମ୍ଭାବ୍ୟ ଏକାଦଶ

ସନରାଇଜର୍ସ : ଅଭିଷେକ ଶର୍ମା,  ଟ୍ରେଭିସ୍‌ ହେଡ୍‌, ମୟଙ୍କ ଅଗରୱାଲ, ନିତିଶ କୁମାର ରେଡ୍ଡୀ,  ହେନରିକ କ୍ଲାସେନ, ମାର୍କୋ ଜାନସେନ/ଗ୍ଳେନ ଫିଲିପ୍ସ,  ଅବଦୁଲ ସମଦ, ସାହବାଜ ଅହମ୍ମଦ, ପ୍ୟାଟ୍‌ କମିନ୍ସ  (ଅଧିନାୟକ), ଭୁବନେଶ୍ୱର କୁମାର, ଟି ନଟରାଜନ ।  (ଇମ୍ପାକ୍ଟ ପ୍ଲେୟାର: ଉମ୍ରାନ ମଲ୍ଲିକ) । 

ଟାଇଟନ୍ସ : ଶୁଭମନ  ଗିଲ୍‌(ଅଧିନାୟକ), ରିଦ୍ଧିମାନ ଶାହା, ସାଇ  ସୁଦର୍ଶନ, ଶାହରୁଖ ଖାନ, ଡେଭିଡ୍‌ ମିଲର, ବିଜୟ  ଶଙ୍କର, ରାହୁଲ ତେୱାତିଆ, ରସିଦ ଖାନ, ମୋହିତ  ଶର୍ମା, ନୂର ଅହମ୍ମଦ, ଅଜମତୁଲ୍ଲା ଓମାରଜାଇ ।  (ଇମ୍ପାକ୍ଟ ପ୍ଲେୟାର: ସନ୍ଦିପ ୱାରିୟର) ।

  • PrameyaOdia
  • prameya
  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.