ପ୍ରମୁଖ ଖବର
  • ମିଜୋରାମରେ ମତଗଣନା ଆରମ୍ଭ, ୧୭୪ ପ୍ରାର୍ଥୀଙ୍କ ଖୋଲିବ ଭାଗ୍ୟ
  • ||
  • ସୋମବାରଠୁ ସଂସଦର ଶୀତ ଅଧିବେଶନ, ୨୨ ତାରିଖ ଯାଏଁ ଚାଲିବ: ୨୧ଟି ବିଧେୟକ ଉପରେ ହେବ ଆଲୋଚନା
  • ||
  • ଭୁବନେଶ୍ୱର: ୫ରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ‘ମିଗଜାଉଁ’: ରାଜ୍ୟରେ ଆଜି ପ୍ରବଳ, ୫ରେ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||

ଇସ୍ରାଏଲ ଉପରେ ଆତ୍ମଘାତୀ ଆକ୍ରମଣ ପାଇଁ ପ୍ରସ୍ତୁତି; ଇଛୁକ ବ୍ୟକ୍ତିଙ୍କ ପାଇଁ ନିଯୁକ୍ତି ସୁଯୋଗ ଆଣିଲା ଏହି ଦେଶ, ସହରରେ ଲଗାଇଲା ବଡ ବଡ ବିଜ୍ଞାପନ…

ନୂଆଦିଲ୍ଲୀ: ଇସ୍ରାଏଲ ଉପରେ ଆତ୍ମଘାତୀ ଆକ୍ରମଣ ପାଇଁ ଇଛୁକ ବ୍ୟକ୍ତିଙ୍କୁ ନିଯୁକ୍ତି ଦେଉଛି ଇରାନ । ଇରାନର ଏକ ଗୋଷ୍ଠୀ ଆତ୍ମଘାତୀ ବିସ୍ଫୋରଣକାରୀ ହେବା ପାଇଁ ଚାକିରି ବିଜ୍ଞାପନ ଦେଇଛି । ଏହି ଅଦ୍ଭୁତ ନିଯୁକ୍ତିକୁ ନେଇ ସବୁ ସ୍ଥାନରେ ଏବେ ଚର୍ଚ୍ଚା । ଆତ୍ମଘାତୀ ବିସ୍ଫୋରଣକାରୀ ହେବା ପାଇଁ ଚାକିରିର ବିଜ୍ଞାପନ ଦେଇଥିବା ଗୋଷ୍ଠୀର ନାମ ହେଉଛି ହିଜବୁଲ । ତେବେ ଏହା ଲିବାନାନର ଇରାନ ସମର୍ଥିତ ସନ୍ତ୍ରାସବାଦୀ ଗୋଷ୍ଠୀ ହିଜବୁଲ ଠାରୁ ଭିନ୍ନ ଅଟେ । ତେବେ ଏହି ବିଜ୍ଞାପନ ଏଭଳି ଏକ ସମୟରେ ଦିଆଯାଇଛି, ଯେତେବେଳେ କି ଇସ୍ରାଏଲ ଏବଂ ହମାସ୍ ମଧ୍ୟରେ ଯୁଦ୍ଧ ଚାଲିଛି । 

ଡେଲି ଏକ୍ସପ୍ରେସ ଅନୁଯାୟୀ, ଆତ୍ମଘାତୀ ବିସ୍ଫୋରଣକାରୀ ହେବାର ଏହି ବିଜ୍ଞାପନ ଶିଆ ଇସଲାମର ଅନ୍ୟତମ ପବିତ୍ର ସ୍ଥାନ ଥିବା ମଶହାଦ୍ ସହରରେ ରଖାଯାଇଛି । ଏହି ବିଜ୍ଞାପନ ଗୁଡ଼ିକ ରାସ୍ତାରେ ପୋଷ୍ଟର ଆକାରରେ ଲଗା ଯାଇଛି । ଯେପରି ଅନ୍ୟ କୌଣସି କାର୍ଯ୍ୟରେ ବ୍ୟକ୍ତିଗତ ବିବରଣୀ ପଚରାଯାଏ, ସେହିଭଳି ଏହି ନିଯୁକ୍ତିରେ ମଧ୍ୟ ବ୍ୟକ୍ତିଗତ ସୂଚନା ପାଇଁ କୁହାଯାଇଛି । ବିଜ୍ଞାପନରେ କୁହାଯାଇଛି ଯେ ପାଲେଷ୍ଟାଇନ ପାଇଁ ଶହୀଦ ହେବାକୁ ଚାହୁଁଥିବା ଯୁବକଙ୍କୁ ଏହା ଏକ ସ୍ବତନ୍ତ୍ର ସୁଯୋଗ । 

ଚାକିରି ପାଇଁ ଦିଆଯାଇଥିବା ଏହି ପୋଷ୍ଟରରେ ଘୋଷଣା ହୋଇଛି ଯେ, ବର୍ତ୍ତମାନ ଜିହାଦର ସମୟ ଆସିଛି । ଆତ୍ମଘାତୀ ବିସ୍ଫୋରଣକାରୀ ଭାବରେ ଏହି ଗୋଷ୍ଠୀରେ ଯୋଗ ଦେଇଥିବା ଯୁବକମାନଙ୍କୁ ମଧ୍ୟ ସେମାନଙ୍କ ଆକ୍ରମଣ ପାଇଁ ବ୍ୟବହାର କରିବାକୁ ଚାହୁଁଥିବା ବିକଳ୍ପ ଦିଆଯାଇଛି । ଆକ୍ରମଣ ପାଇଁ ସେମାନେ ଏକ ମୋଟର ସାଇକେଲ ଏବଂ କାର ମଧ୍ୟରେ ବିକଳ୍ପ ବାଛି ପାରିବେ । 

ଅଲ-ଆକସା ମସଜିଦ ସର୍ବଦା ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ବିବାଦର କାରଣ ହୋଇଆସୁଛି। ଏହି ମସଜିଦକୁ ନେଇ ଆରବ ଦେଶ ଏବଂ ଇସ୍ରାଏଲ ମଧ୍ୟରେ ସମ୍ପର୍କ ମଧ୍ୟ ତିକ୍ତ ହୋଇଛି । ଅଲ-ଆକସା ମସଜିଦ ଇସଲାମର ସବୁଠାରୁ ପବିତ୍ର ସ୍ଥାନ ଅଟେ । ହାମାସ୍ ଏବଂ ଇସଲାମିକ୍ ଜିହାଦ୍ ହେଉଛି ପାଲେଷ୍ଟାଇନର ସୁନ୍ନି ଉଗ୍ରବାଦୀ ଗୋଷ୍ଠୀ । ସେମାନେ ଇରାନରୁ ସମର୍ଥନ ପାଇଛନ୍ତି । ଇରାନ ସେମାନଙ୍କୁ ଅସ୍ତ୍ରଶସ୍ତ୍ର, ତାଲିମ ଏବଂ ଆର୍ଥିକ ସହାୟତା ଯୋଗାଇ ଆସୁଛି। 

 

 

Copyright © 2022 - Summa Real Media Private Limited. All Rights Reserved.