ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଇରାନ୍‌ ଆଖିରେ ପ୍ରତିଶୋଧର ନିଆଁ; ଆଇଡିଏଫ୍‌ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତି ଶେଷ

Image source: NDTV

ନୂଆଦିଲ୍ଲୀ,୧୩/୦୮: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ଗତ ମାସରେ ହମାସର ରାଜନୈତିକ ମୁଖ୍ୟ ଇସମାଇଲ ହାନିଆ ଏବଂ ହିଜବୁଲ କମାଣ୍ଡର ଫୁଏଡ ଶୁକରଙ୍କ ହତ୍ୟାକାଣ୍ଡର ପ୍ରତିଶୋଧ ନେବାକୁ ଇରାନ ଏବଂ ଲେବାନନର ହିଜବୁଲ ଗୋଷ୍ଠୀ ପ୍ରତିଜ୍ଞା କରିଥିଲେ। ଇରାନ ମଧ୍ୟ ଇସ୍ରାଏଲକୁ ଆକ୍ରମଣର ଧମକ ଦେଇଥିଲା। ବର୍ତ୍ତମାନ କୁହାଯାଉଛି ଯେ ଇରାନ ଏହି ଆକ୍ରମଣ ପାଇଁ ପ୍ରସ୍ତୁତି ଶେଷ କରିସାରିଛି ଏବଂ ଏହା ଏହି ସପ୍ତାହରେ ଇସ୍ରାଏଲ ଉପରେ ଆକ୍ରମଣ କରିପାରେ। 

ହ୍ବାଇଟ ହାଉସର ମୁଖପାତ୍ର ଜନ୍ କିର୍ବିଙ୍କ କହିବାନୁସାରେ, ୱାଶିଂଟନ୍ ଜେରୁଜେଲମର ମୂଲ୍ୟାଙ୍କନ ସହ ସହମତ ହୋଇଛି ଯେ ଇରାନ ଏହି ସପ୍ତାହରେ ଇସ୍ରାଏଲ ଉପରେ ଏକ ବଡ଼ ଆକ୍ରମଣ କରିପାରେ। ଜାତୀୟ ସୁରକ୍ଷା ପରିଷଦ ମୁଖପାତ୍ର ଜନ୍ କିର୍ବି ଗଣମାଧ୍ୟମକୁ କହିଛନ୍ତି ଯେ ବଡ଼ ଧରଣର ଆକ୍ରମଣ ପାଇଁ ଆମକୁ ପ୍ରସ୍ତୁତ ହେବାକୁ ପଡ଼ିବ। କିର୍ବିଙ୍କ ମନ୍ତବ୍ୟ ଏମିତି ଏକ ସମୟରେ ଆସିଛି ଯେତେବେଳେ ଆମେରିକା ଇସ୍ରାଏଲ୍ ଅଞ୍ଚଳରେ ଏକ ବିମାନ ପରିବହନକାରୀ ଷ୍ଟ୍ରାଇକ୍ ଗ୍ରୁପ୍ ଏବଂ ଏକ ଗାଇଡ୍ ମିସାଇଲ୍ ବୁଡ଼ାଜାହାଜ ସହାୟତା ସ୍ବରୁପ ଦେଇଛି। ହ୍ବାଇଟ ହାଉସ କହିଛି ଯେ ବାଇଡେନ ସୋମବାର ଫ୍ରାନ୍ସ, ଜର୍ମାନୀ, ଇଟାଲୀ ଏବଂ ବ୍ରିଟେନର ନେତାଙ୍କ ସହ ମଧ୍ୟ ବୃଦ୍ଧି ପାଇ ଉତ୍ତେଜନା ସମ୍ପର୍କରେ ଆଲୋଚନା କରିଛନ୍ତି। ଅନ୍ୟପକ୍ଷରେ ଆକ୍ରମଣର ଭୟକୁ ଦୃଷ୍ଟିରେ ରଖି ଅନେକ ବିମାନ କମ୍ପାନୀ ଇସ୍ରାଏଲକୁ ବିମାନ ଉଡ଼ାଣ ବାତିଲ କରିଛନ୍ତି।

ନିକଟରେ ଇରାନର ଜଣେ ବରିଷ୍ଠ ପ୍ରତିରକ୍ଷା ଅଧିକାରୀ ଏହି ଆକ୍ରମଣ କଥାକୁ ଦୋହରାଇଛନ୍ତି। ଇରାନର ଇସଲାମିକ ବିପ୍ଳବ ଗାର୍ଡ କର୍ପସ (ଆଇଆରଜିସି) ଅଧୀନରେ ଥିବା କୁଡ୍ସ ଫୋର୍ସର କମାଣ୍ଡର ଇସ୍ମାଇଲ କାନି ଏକ ଚିଠି ଲେଖିଥିଲେ। ହାନିଆଙ୍କ ମୃତ୍ୟୁକୁ ନେଇ ସମବେଦନା ଜଣାଇଛନ୍ତି। ଇରାନରେ ଏକ ଅପ୍ରୀତିକର ଘଟଣାରେ ପ୍ରାଣ ହରାଇଥିବା ହନିୟାଙ୍କ ପ୍ରତିଶୋଧ ନେବା ଆମର କର୍ତ୍ତବ୍ୟ ବୋଲି କାନୀ କହିଛନ୍ତି। କହିରଖୁଛୁ ଯେ, ଗତ ୭୨ ଘଣ୍ଟା ଭିତରେ ହିଜବୁଲ୍ଲାହ ଇସ୍ରାଏଲ ଉପରେ ୩୦ରୁ ଅଧିକ ମିଜାଇଲ ଆକ୍ରମଣ କରିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.