ପ୍ରମୂଖ ଖବର
  • ସିଂହଦ୍ବାର ସମ୍ମୁଖରେ ଲାଗିଲା ତିନି ରଥ, ଗୁଣ୍ଡିଚା ଯାତ୍ରା ସାରି ବାହୁଡ଼ିଲେ ଶ୍ରୀଜିଉ
  • ||
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

ଇସ୍କନ ରଥ ପାଇଁ ଟ୍ରାଫିକ୍‌ କଟକଣା, ସିଆର୍‌ପିରୁ ବରମୁଣ୍ଡା ସର୍ଭିସ ରୋଡରେ ଭାରୀଯାନ ମନା

ଭୁବନେଶ୍ୱର,୦୭/୦୭: ଆଜି ଇସ୍କନ୍‌ ରଥଯାତ୍ରା ପାଇଁ  କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍‌  କଟକଣା ଜାରି କରାଯାଇଛି । ଇସ୍କନ୍‌ ମନ୍ଦିର ଯିବା ରାସ୍ତା ଓ ଏହାର ଚତୁଃପାଶ୍ୱର୍ରେ ବହୁ  ମାତ୍ରାରେ ଶ୍ରଦ୍ଧାଳୁମାନଙ୍କ ସମାଗମ ହେବ ।  ଏହି ଭିଡ଼କୁ ଦୃଷ୍ଟିରେ ରଖି କମିଶନରେଟ୍‌  ପୁଲିସ ପକ୍ଷରୁ ରବିବାର ପାଇଁ ଟ୍ରାଫିକ୍‌  କଟକଣା ଜାରି କରାଯାଇଛି । 

ରବିବାର ଦିନ ଗୋଟାଏ ଠାରୁ ରଥ ସିଆର୍‌ପି ଛକ ଅତିକ୍ରମ କରିବା  ପର୍ଯ୍ୟନ୍ତ ବରମୁଣ୍ଡା ପଟୁ ଫାୟାରଷ୍ଟେସନ ଆଡ଼କୁ ସର୍ଭିସ ରୋଡରେ କୌଣସି ପ୍ରକାର ଭାରୀଯାନ ଯାତାୟାତ କରିପାରିବେ  ନାହିଁ । ସେହି ସମୟରେ କୌଣସି ପ୍ରକାର ଯାନବାହନ ସିଆରପି ଛକ ଠାରୁ ଇସ୍କନ ମନ୍ଦିର ମଧ୍ୟରେ ଥିବା ସର୍ଭିସ ରୋଡରେ  ଯାତାୟାତ କରିପାରବେ ନାହିଁ । ରଥ  ସିଆରପି ଛକ ଅତିକ୍ରମ କରିବା ପର୍ଯ୍ୟନ୍ତ  କୌଣସି ପ୍ରକାର ଯାନବାହାନ କସ୍ତୁରବା  ସ୍କୁଲ ପାଶ୍ୱର୍ ଏବଂ ନୂଆପଲ୍ଲୀ ଅଣ୍ଡରପାସ୍‌  ଠାରୁ ସିଆରପି ଛକ ପର୍ଯ୍ୟନ୍ତ ସର୍ଭିସ  ରୋଡରେ ଯାତାୟାତ କରିପାରିବେ ନାହିଁ । 

ସେହିପର ରଥ ସିଆରପି ଛକରୁ  ମାଉସୀ ମା’ ମନ୍ଦିର ଭାୟା ଡିଏଭି ପବ୍ଲିକ  ସ୍କୁଲ, ୟୁନିଟ୍‌-୮ ଯିବା ସମୟରେ କୌଣସି  ପ୍ରକାର ଯାନବାହାନ ଡିଏଭି ଛକରୁ  ସିଆରପି ଏବଂ ସିଆରପି ଛକରୁ ଡିଏଭି  ଛକ ମଧ୍ୟରେ ଯାତାୟାତ କରିପାରିବେ  ନାହିଁ । କେବଳ ଜରୁରୀକାଳୀନ ସେବାରେ  ନିୟୋଜିତ ଫାୟାର ଓ ଆମ୍ବୁଲାନ୍ସ ଗୁଡ଼ିକ ପାଇଁ  ଉପରୋକ୍ତ କଟକଣା ଲାଗୁ ହେବନାହଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.