ପ୍ରମୁଖ ଖବର
  • ମୁମ୍ବାଇ: ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳିଗଲା ବିଳାସପୂର୍ଣ୍ଣ ବୋଟ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ଇସ୍ରାଏଲ ଓ ହମାସ୍‌ ଯୁଦ୍ଧ: ଗାଜା ସ୍କୁଲରେ ଏୟାର ଷ୍ଟ୍ରାଇକ୍, ୫୦ ମୃତ

ତେଲ୍‌ ଅଭିଭ୍‌,୧୧/୧୧: ଇସ୍ରାଏଲ  ଓ ହମାସ୍‌ ମଧ୍ୟରେ ଲାଗିଥିବା ଯୁଦ୍ଧ ୩୬ ଦିନରେ ପହଞ୍ଚିଛି । ଏହି ଯୁଦ୍ଧ ଭିତରେ ଉତ୍ତର ଗାଜର ଅଲ୍‌-ସଫତାୱି ଅଞ୍ଚଳରେ ଥିବା ଏକ ସ୍କୁଲ ଉପରେ ଇସ୍ରାଏଲ ସେନା ଆକାଶ ମାର୍ଗରୁ ବୋମା ମାଡ଼ କରିଛି । ଫଳରେ ୫୦ରୁ  ଅଧିକ ପ୍ରାଣ ହରାଇଛନ୍ତି ଏବଂ ଶତାଧିକ  ଆହତ ହୋଇଛନ୍ତି । 

ପାଲେଷ୍ଟାଇନ ଗଣମାଧ୍ୟମର ସୂଚନା  ଅନୁସାରେ ଓସାମା ବିନ ଜୈଦ ସ୍କୁଲକୁ ଶୁକ୍ରବାର ଇସ୍ରାଏଲୀ ସେନା ଟାର୍ଗେଟ କରିଛି । ଏଠାରେ ଯୁଦ୍ଧଦ୍ୱାରା ପ୍ରଭାବିତ ପ୍ରାୟ ୨ ହଜାରରୁ  ଅଧିକ ପାଲେଷ୍ଟାଇନ ଶରଣାର୍ଥୀ ରହୁଥିଲେ । ଜାତିସଂଘର ରିଲିଫ ଓ ୱାର୍କ ଏଜେନ୍ସି ଏହାକୁ ବ୍ୟବହାର କରୁଥିଲା । ଶୁକ୍ରବାର  ସକାଳୁ ହଠାତ  ଇସ୍ରାଏଲ ସେନା ଉକ୍ତ ସ୍କୁଲ ଉପରେ ମିସାଇଲ  ମାଡ଼ କରିବା ସହ ସ୍ଥଳ ସେନା ପ୍ରଚଣ୍ଡ  ଆକ୍ରମଣ କରିଥିଲା । ଫଳରେ ସ୍କୁଲ ବ୍ୟାପକ  ଭାବେ କ୍ଷତିଗ୍ରସ୍ତ ହୋଇଛି । ସ୍ଥାନୀୟ ଅଲ୍‌ସିଫା ହସ୍ପିଟାଲର ନିର୍ଦ୍ଦେଶକ ମହମ୍ମଦ ଅବୁ ସାଲମିୟାଙ୍କ ସୂଚନା ଅନୁସାରେ ସେଠାକୁ ୫୦ଟି  ମୃତଦେହ ଅଣାଯାଇଛି । ଶତାଧିକ ଆହତଙ୍କୁ  ମଧ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ  ମଧ୍ୟରେ ବହୁ ମହିଳା ଓ ପିଲା ଅଛନ୍ତି । ହମାସ ଆତଙ୍କୀମାନେ ହସ୍ପିଟାଲ, ସ୍କୁଲ ଓ ମସ୍‌ଜିଦରେ  ସୁଡଙ୍ଗ କରି ରହୁଥିବାରୁ ଇସ୍ରାଏଲୀ ସେନା  ସେମାନଙ୍କୁ ନିପାତ କରିବା ଲାଗି ଏସବୁ  ଅଟ୍ଟାଳିକା ଉପରେ ମିସାଇଲ, ରକେଟ ଓ  ବୋମା ମାଡ଼ ଜାରି ରଖିଛି । 

ଅନ୍ୟପକ୍ଷରେ ସିରିୟା ପଟୁ ଇସ୍ରାଏଲର ଏଲାତ ସହରରେ ଥିବା ଏକ ସ୍କୁଲ ଉପରେ  ଆକ୍ରମଣ ହୋଇଛି । ଜବାବରେ ସିରିୟାରେ ଏୟାରଷ୍ଟ୍ରାଇକ କରାଯାଇଥିବା ଇସ୍ରାଏଲ  ସେନା କହିଛି । ତେବେ ଇସ୍ରାଏଲ ସ୍କୁଲ  ଉପରେ କେଉଁ ସଙ୍ଗଠନ ଆକ୍ରମଣ କରିଛି  ତାହା ସେନା ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ । ଆମେରିକା ମଧ୍ୟ ସିରିୟାରେ ଇରାନ୍‌ ସମର୍ଥତ  ଆତଙ୍କବାଦୀଙ୍କ ଆଡ୍ଡା ଉପରେ ଏୟାରଷ୍ଟ୍ରାଇକ୍‌ କରିଛି । ଉଭୟ ଇସ୍ରାଏଲ ଏବଂ ଆମେରିକା  ଆକ୍ରମଣରେ ୧୨ ଆତଙ୍କୀଙ୍କ ମୃତ୍ୟୁ ଘଟିଛି ।  ସେହିପରି ଗୁରୁବାର ବିଳମ୍ବିତ ରାତିରେ ଇସ୍ରାଏଲ ଗାଜାର ସବୁଠୁ ବଡ଼ ହସ୍ପିଟାଲ  ଅଲ୍‌-ଶିଫା କମ୍ପେ୍ଲକ୍ସରେ ଆକ୍ରମଣ କରିଥିବା  ଅଲ୍‌ଜଜିରା ପ୍ରକାଶ କରିଛି । ଏଥିରେ ଅନ୍ୟୁନ  ୬ ଜଣଙ୍କ ମୃତ୍ୟୁ ଘଟିଛି । ଅନେକ ଗୁରୁତର  ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା ରହିଛି ।  ପାଲେଷ୍ଟାଇନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ, ଉକ୍ତ ହସ୍ପିଟାଲରେ ହଜାର ହଜାର ଲୋକ  ଆଶ୍ରୟ ନେଇଥିଲେ । ଇସ୍ରାଏଲ ଆକ୍ରମଣରେ  ଅଦ୍ୟାବଧି ୧୧,୦୭୮ ଜଣଙ୍କ ମୃତ୍ୟୁ ଘଟିଛି ।  

ସେପଟେ ଗାଜା ଉପରେ କବ୍‌ଜା କରିବା ଇସ୍ରାଏଲର ଲକ୍ଷ୍ୟ ନୁହେଁ ବୋଲି ଏହାର  ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତନ୍ୟାହୁ ପୁଣି ଦୋହରାଇଛନ୍ତି । ସେଠାରେ ଇସ୍ରାଏଲ ସରକାର ମଧ୍ୟ ଗଢ଼ିବାକୁ ଚାହୁଁନାହିଁ । କେବଳ ଗାଜାର  ଉଜ୍ଜ୍ୱଳ ଭବିଷ୍ୟତ ଚାହୁଁ ବୋଲି ନେତନ୍ୟାହୁ କହିଛନ୍ତି । ଗାଜାରେ ଇସ୍ରାଏଲ ସେନା ଉଭୟ  ଆକାଶମାର୍ଗ ଏବଂ ସ୍ଥଳଭାଗରୁ ଆକ୍ରମଣ ଜାରି  ରଖିଛି । ଏଥିରେ ହମାସ୍‌ ଆତଙ୍କୀଙ୍କ ଅନେକ  ଭିତ୍ତିଭୂମି, ସୁଡ଼ଙ୍ଗ ନଷ୍ଟ ହେବା ସହ ୬୦ରୁ  ଊଦ୍ଧ୍ୱର୍ ହମାସ୍‌ କମାଣ୍ଡରଙ୍କ ମୃତ୍ୟୁ ଘଟିଲାଣି । ସେହିପରି ହମାସ୍‌ର ପାଲଟା ଆକ୍ରମଣରେ  ଗାଜାରେ ୩୬ ଇସ୍ରାଏଲ ସୈନିକଙ୍କ ମୃତ୍ୟୁ  ଘଟିଥିବା ଜଣାପଡ଼ିଛି । ହମାସ୍‌ର ମୂଳୋତ୍ପାଟନ  ନ କରିବା ପର୍ଯ୍ୟନ୍ତ ଇସ୍ରାଏଲ ଅଟକିବନି ବୋଲି  ବାରମ୍ବାର କହିଆସୁଛି । ଏହି ଅଭିଯାନ ବେଶ୍‌  ଲମ୍ବିବ ଏବଂ କଷ୍ଟକର ହେବ ବୋଲି ଇସ୍ରାଏଲ  ପ୍ରଧାନମନ୍ତ୍ରୀ ଏବଂ ସେନା ପକ୍ଷରୁ କୁହାଯାଇଛି । ତେବେ ଯୁଦ୍ଧବିରତି ପାଇଁ ମଧ୍ୟ ଅନ୍ତର୍ଜାତୀୟ  ସ୍ତରରେ ଇସ୍ରାଏଲ ଉପରେ ଚାପ ବଢ଼ୁଛି ।

Copyright © 2022 - Summa Real Media Private Limited. All Rights Reserved.