ପ୍ରମୂଖ ଖବର
  • ରଥଯାତ୍ରା ଏଂବ ସ୍ନାନ ପୂର୍ଣ୍ଣିମାକୁ ନେଇ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିବ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ
  • ||
  • ପଙ୍କରେ ଫସିଲେ ୩ ଦନ୍ତା ହାତୀ, ଖାଦ୍ୟ ଅନ୍ବେଷଣରେ ଆସି ଅଟକି ରହିଛନ୍ତି
  • ||
  • ମୋହନା: ଶଳାକୁ ଗୁଳି କରି ହତ୍ୟା କଲା ଭିଣୋଇ
  • ||
  • ଜମି ବିବାଦକୁ ନେଇ ମାଆ ଓ ଝିଅଙ୍କୁ ଛୁରା ମାଡ଼ ଘଟଣା, ଜେଲ ଗଲା ଅଭିଯୁକ୍ତ ସୂରଜ
  • ||
  • ଭାରତୀୟ ରେଳବାଇ ରଚିଲା ଇତିହାସ, 'ଲିମକା ବୁକ୍ ଅଫ୍ ରେକର୍ଡସ'ରେ ପାଇଲା ସ୍ଥାନ
  • ||
  • କରଞ୍ଜିଆ: ଫେରିଲେ ଝାଡ଼ଖଣ୍ଡି ହାତୀପଲ, ୨୦ରୁ ଊର୍ଦ୍ଧ୍ବ ଗାଁରେ ଭୟର ବାତାବରଣ
  • ||
  • ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର, ନିଆଁରେ ପୋଡି ହୋଇ ମହିଳା ଗୁରୁତର
  • ||
  • ଆଜି ଶେଷ ରଜ ଉତ୍ସବ: ସବୁଠି ପିଠା, ମିଠା, ପାନର ଆସର
  • ||
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ଇସ୍ରାଏଲକୁ ୨ ଦିନରେ ଡବଲ ଝଟକା, ପାଲେଷ୍ଟାଇନରେ ଦୂତାବାସ ଖୋଲିବ କଲମ୍ବିଆ

ନୂଆଦିଲ୍ଲୀ,୨୩।୫: ଗାଜାରେ ହମାସ ସହ ଲଢୁଥିବା ଇସ୍ରାଏଲକୁ କୁଟନୈତିକ ସ୍ତରରେ ଦୁଇ ଦିନ ଭିତରେ ଦ୍ବିତୀୟ ଝଟକା। ଗତକାଲି ପାଲେଷ୍ଟାଇନକୁ ଦେଶର ମାନ୍ୟତା ଦେଇଥିଲେ ସ୍ପେନ, ନରୱେ ଓ ଆୟର୍ଲ୍ୟାଣ୍ଡ ଭଳି ଦେଶ। ଆଉ ଦିନକ ପରେ ଅର୍ଥାତ ଆଜି ପାଲେଷ୍ଟାଇନ୍‌ରେ କଲମ୍ବିଆ ନିଜର ଦୂତାବାସ ଖୋଲିବା ନେଇ ଘୋଷଣା କରିଛି। ପାଲେଷ୍ଟାଇନ୍‌ର ରାମଲ୍ଲାହ ସହରରେ କଲମ୍ବିଆ ନିଜର ଦୂତାବାସ ଖୋଲିବାର ନିଷ୍ପତ୍ତି ନେଇଛି। 

କଲମ୍ବିଆର ରାଷ୍ଟ୍ରପତି ପୂର୍ବରୁ ହିଁ ଗାଜାରେ ଇସ୍ରାଏଲର ଆକ୍ସନକୁ ନରସଂହାର ବୋଲି କହିସାରିଛନ୍ତି ଓ ବନ୍ଦ କରିବାକୁ ଅପିଲ ମଧ୍ୟ କରିଥିଲେ। କଲମ୍ବିଆର ବୈଦେଶିକ ମନ୍ତ୍ରୀ ଲୁଇସ୍ ମୁରିଲୋ କହିଛନ୍ତି, ରାଷ୍ଟ୍ରପତି ଗୁସ୍ତାଭୋ ପେତ୍ରୋ ନିର୍ଦେଶ ଦେଇଛନ୍ତି ରାମଲ୍ଲାହରେ ଦୂତାବାସ ଖୋଲାଯାଉ। ସେ କହିଛନ୍ତି, ଆମେ ଓ୍ବେଷ୍ଟ ବ୍ୟାଙ୍କର ସହର ରାମଲ୍ଲାହରେ ନିଜର ଉପସ୍ଥିତିକୁ ଦର୍ଶାଇବୁ। ଗୁସ୍ତାଭୋ ବହୁବାର ଇସ୍ରାଏଲି ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ଆଲୋଚନା କରିସାରିଛି। ତାଙ୍କୁ ନେତନ୍ୟାହୁଙ୍କ ଆଲୋଚକ ଭାବରେ ଗଣାଯାଏ।

କଲମ୍ବିଆର ଏହି ଘୋଷଣା ତିନି ଦେଶର ସେହି ନିଷ୍ପତ୍ତି ପରେ ଆସିଛି, ଯେଉଁଥିରେ ପାଲେଷ୍ଟାଇନକୁ ମାନ୍ୟତା ଦେବାର ଘୋଷଣା କରାଯାଇଛି। ସ୍ପେନ୍ ଆୟରଲାଣ୍ଡ ଓ   ସ୍ୱତନ୍ତ୍ର ପାଲେଷ୍ଟାଇନକୁ ଦେଶର ମାନ୍ୟତା ଦେଇଛନ୍ତି ।  ଏପରି ଘୋଷଣା ପରେ ଇସ୍ରାଏଲ ପୂରା କ୍ଷୁବ୍ଧ ହୋଇ ପଡ଼ିଥିଲା। ଏଥିପାଇଁ ନରୱେ ଓ ଆୟର୍ଲ୍ୟାଣ୍ଡରେ ଥିବା ନିଜର ରାଷ୍ଟ୍ରଦୂତମାନଙ୍କୁ ଇସ୍ରାଏଲ ତତ୍କାଳ ଫେରାଇ ଆଣିଛି। ବୁଧବାର ଇସ୍ରାଏଲର ବିଦେଶ ମନ୍ତ୍ରୀ ଇସ୍ରାଏଊ କାଟଜ୍‌ କହିଛନ୍ତି, “ମୁଁ ଗୋଟିଏ ସ୍ପଷ୍ଟ ଓ ରୋକଠୋକ ବାର୍ତ୍ତା ଆୟର୍ଲ୍ୟାଣ୍ଡ ଓ ନରୱେକୁ ଦେବାକୁ ଚାହେଁ। ଇସ୍ରାଏଲର ସାର୍ବଭୌମତ୍ୱ ଓ ସୁରକ୍ଷାକୁ ଦୁର୍ବଳ କରିବାକୁ ଚାହୁଁଥିବା ତତ୍ତ୍ୱଙ୍କ ବିରୋଧରେ ଦେଶ କେବେ ହେଲେ ଚୁପ ରହିବ ନାହିଁ। ସେଥିପାଇଁ ଉଭୟ ଦେଶରେ ଥିବା ରାଷ୍ଟ୍ରଦୂତଙ୍କୁ ତତ୍କାଳ ସ୍ୱଦେଶ ଫେରି ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି।”  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.