ପ୍ରମୁଖ ଖବର
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ଗାଜାର ଅଲ ଶିଫା ହସପିଟାଲ ପାଇଁ ବଢୁଛି ବିପଦ, ସାମୁହିକ କବର ଦିଆଯାଇଥିବା WHO ର ଦାବି…

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କହିଛି ଯେ ଗାଜାପଟ୍ଟିରେ ବିଶେଷ କରି ଅଲ ଶିଫା ହସ୍ପିଟାଲରେ ମାନବିକ ସଙ୍କଟ ଗଭୀର ହେବାରେ ଲାଗିଛି । WHO ଅଧିକାରୀ କହିଛନ୍ତି ଯେ ସେମାନେ ନିଜ ଜୀବନକୁ ବିପଦରେ ପକାଇ ଲୋକଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି । WHO ଅଧିକାରୀମାନେ ବର୍ତ୍ତମାନ ଇସ୍ରାଏଲ୍ ସୈନିକଙ୍କ ସହ ରୋଗୀ ଏବଂ କର୍ମଚାରୀଙ୍କ ସ୍ଥାନାନ୍ତର ପାଇଁ ଏକ ସୁରକ୍ଷିତ ମାର୍ଗ ପାଇଁ ଆଲୋଚନା କରୁଛନ୍ତି । 

 ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏକ ବିବୃତ୍ତିରେ କହିଛି ଯେ, ଅଲ ଶିଫା ହସ୍ପିଟାଲରେ ନିୟୋଜିତ ରହିଥିବା ଏହାର ଟିମ୍ ହସ୍ପିଟାଲ ଗେଟ୍ ପାଖରେ ସାମୁହିକ କବର ଦେଖିଛନ୍ତି ଏବଂ ୮୦ ରୁ ଅଧିକ ଲୋକଙ୍କୁ ଏଠାରେ କବର ଦିଆଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦଳ ୨୫ ଜଣ କର୍ମଚାରୀ ଏବଂ ୨୯୧ ରୋଗୀ, ୩୨ ଗୁରୁତର ଅସୁସ୍ଥ ଶିଶୁଙ୍କୁ ଅଲ ଶିଫା ହସ୍ପିଟାଲରୁ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏହି ରୋଗୀଙ୍କୁ ଆସନ୍ତା ୨୪ ରୁ ୭୨ ଘଣ୍ଟା ମଧ୍ୟରେ ସ୍ଥାନାନ୍ତର କରାଯିବ । ଏଥିପାଇଁ WHO, OCHA, UNDSS, UNRWA ର ଏକ ମିଳିତ ଦଳ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି । ତେବେ ଉତ୍ତର ଗାଜାରେ ଇସ୍ରାଏଲ୍ ସେନା ନିଜର ଗ୍ରାଉଣ୍ଡ ଆକ୍ରମଣକୁ ଜୋରଦାର କରିଛି । 

 ଉତ୍ତର ଗାଜାରେ ଇସ୍ରାଏଲ୍ ସେନା ନିଜର ଗ୍ରାଉଣ୍ଡ ଆକ୍ରମଣକୁ ତୀବ୍ର କରିଥିବା ବେଳେ ଦକ୍ଷିଣ ଗାଜାର ଖାନ ୟୁନିସ ସହରରେ ଇସ୍ରାଏଲ ସେନା ଲୋକମାନଙ୍କୁ ଘର ଖାଲି କରିବାକୁ କହିଛି । ବାସ୍ତବରେ, ଇସ୍ରାଏଲ୍ ସୈନ୍ୟ ଶୀଘ୍ର ଦକ୍ଷିଣ ଆଡକୁ କାର୍ଯ୍ୟ ଆରମ୍ଭ କରିପାରନ୍ତି । ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଶନିବାର ଦିନ ଇସ୍ରାଏଲର ଆକ୍ରମଣରେ ଏକ ଆବାସିକ କୋଠା ନଷ୍ଟ ହୋଇଯାଇଥିଲା ଯେଉଁଥିରେ ୨୬ ଜଣଙ୍କର ମୃତ୍ୟୁ ଘଟିଥିଲା । ତେବେ ଇସ୍ରାଏଲ ଏହି ଘଟଣାକୁ ନିଶ୍ଚିତ କରିନାହିଁ।

 ସୂଚନାଥାଉକି, ଯେ ଇସ୍ରାଏଲ୍-ହାମାସ୍ ଯୁଦ୍ଧରେ ଏପର୍ଯ୍ୟନ୍ତ ୧୪ ହଜାର ଲୋକ ପ୍ରାଣ ହରାଇଛନ୍ତି । ସେଥିମଧ୍ୟରୁ ଗାଜା ପଟ୍ଟିରେ ୧୨୩୦୦ ଲୋକ ଏବଂ ଇସ୍ରାଏଲରେ ୧୪ ଶହ ଜଣଙ୍କର ମୃତ୍ୟୁ ହୋଇଛି । 

 

Copyright © 2022 - Summa Real Media Private Limited. All Rights Reserved.