ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଇସ୍ରାଏଲକୁ ଇରାନର ଧମକ: ପରମାଣୁ ଅସ୍ତ୍ର ବନାଇବୁ, ଆକ୍ରମଣ କରିବୁ...

ତେହରାନ,୧୩/୦୫: ଇରାନ ଏହାର ପରମାଣୁ ଅସ୍ତ୍ର ମହତ୍ତ୍ୱାକାଂକ୍ଷାକୁ ସର୍ବସମ୍ମୁଖକୁ ଆଣିବା ସହ ଇସ୍ରାଏଲକୁ ଧମକ ଦେଇଛି । ଇସ୍ରାଏଲ ସହ ବିବାଦ ବଢ଼ି ଚାଲିଥିବାବେଳେ ଦେଶର ଆଣବିକ ଅଭିଳାଷ ବାବଦରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି  ଖାମେନେଇଙ୍କ ଜଣେ ପରାମର୍ଶଦାତାଙ୍କ ବୟାନ ଚିନ୍ତା  ବଢ଼ାଇଛି ।

ଆୟାତୋଲ୍ଲାଙ୍କ ପରାମର୍ଶଦାତା କମଲ ଖାରଜ୍ଜି  କହିଛନ୍ତି, ଏବେ ନ୍ୟୁକ୍ଲିୟର ବୋମା ପ୍ରସ୍ତୁତ କରିବାରେ ଇରାନର କୌଣସି ଉଦ୍ଦେଶ୍ୟ ନାହିଁ । ଯଦି ଦେଶର ଅସ୍ତିତ୍ୱ ଇସ୍ରାଏଲ ଯୋଗୁ ବିପଦରେ ପଡ଼େ ତେବେ ଇରାନ ଆଣବିକ ଅସ୍ତ୍ର ବନାଇବା ଦିଗରେ ଏ ଯାଏ ଥିବା  ସିଦ୍ଧାନ୍ତକୁ ବଦଳାଇପାରିବ । ଇସ୍ରାଏଲ ଇରାନ ନ୍ୟୁକ୍ଲିୟର ସାଇଟ୍‌ରେ ଆକ୍ରମଣ କଲେ ଇରାନ ନିଜର ରକ୍ଷା ପାଇଁ ଏ  ଦିଗରେ ଆଗକୁ ବଢ଼ିବ ବୋଲି ସେ କହିଛନ୍ତି ।  ୨୦୦୩ରେ ଇରାନ ସୁପ୍ରିମ ଲିଡର ଖାମେନେଇ ପରମାଣୁ ଅସ୍ତ୍ର ସମେତ ବ୍ୟାପକ ଧ୍ୱଂସଲୀଳା ରଚିବାର କ୍ଷମତା ଥିବା ଅସ୍ତ୍ର ବନାଇବା ବିରୋଧରେ ଫତୱା ଜାରି କରିଥିଲେ । 

କିନ୍ତୁ ୨୦୨୧ରେ ଇରାନର ତତ୍କାଳୀନ ଗୁଇନ୍ଦା ମନ୍ତ୍ରୀ  କହିଥିଲେ ଯେ, ପାଶ୍ଚାତ୍ୟ ଦେଶଗୁଡ଼ିକ ପକ୍ଷରୁ ଚାପ  ପଡ଼ୁଥିବାରୁ ଇରାନ ଆବଶ୍ୟକ ପଡ଼ିଲେ ଏହି ଫତୱାକୁ  ପଲଟାଇପାରେ । ରିପୋର୍ଟ ଅନୁସାରେ, ଇରାନ ୬୦%  ପର୍ଯ୍ୟନ୍ତ ଏନ୍‌ରିଚ ବା ଏହାର ଗଣବତ୍ତା ବୃଦ୍ଧି କରାଉଛି । ସେହିପରି ଯୁଦ୍ଧାସ୍ତ୍ରରେ ବ୍ୟବହୃତ ୟୁରାନିୟମକୁ ୯୦%  ପର୍ଯ୍ୟନ୍ତ ଏନ୍‌ରିଚ କରାଉଛି । ପରମାଣୁ ଅସ୍ତ୍ରଶସ୍ତ୍ର ଉପରେ  ନଜର ରଖୁଥିବା ଏଜେନ୍ସି ଆଇଏଇଏ ଅନୁସାରେ, ଯଦି  ୟୁରାନିୟମକୁ ଅଧିକ ଏନ୍‌ରିଚ୍‌ କରାଯାଏ ତେବେ ତାହା  ୨ ପରମାଣୁ ଅସ୍ତ୍ରର ଆବଶ୍ୟକତା ପୂରଣ କରିବା ସହ  ସମାନ ହୋଇଯିବ । 

ଗତ ଜାନୁଆରୀରେ ଜାତିସଂଘର  ନ୍ୟୁକ୍ଲିୟର ନୀରିକ୍ଷକ ଡେଭିଡ୍‌ ଅଲ୍‌ବ୍ରାଇଟ ଦାବି କରିଥିଲେ  ଯେ, ଇରାନ ପାଖରେ ପରମାଣୁ ବୋମା ବନାଇବାର  ଟେକ୍ନୋଲୋଜି ମହଜୁଦ ଅଛି । ଏଥିପାଇଁ ଆବଶ୍ୟକ  ପରିମାଣର ୟୁରାନିୟମ ମଧ୍ୟ ରହିଛି । ଜରୁରି ପଡ଼ିଲେ  ଇରାନ ୫ରୁ ୧୨ ମାସ ଭିତରେ ପରମାଣୁ ବୋମା ପ୍ରସ୍ତୁତ  କରିପାରିବ ।  ଗତ ଏପ୍ରିଲ ୧ରେ ଇସ୍ରାଏଲ ସିରିଆରେ ଥିବା ଇରାନ  ଦୂତାବାସ କୋଠା ଉପରେ ଆକ୍ରମଣ କରିବା ଫଳରେ  ଇରାନର ଦୁଇ ଶୀର୍ଷ କମାଣ୍ଡରଙ୍କ ସମେତ ୧୩ ଜଣଙ୍କ  ମୃତ୍ୟୁ ଘଟିଥିଲା । ଏହାକୁ ନେଇ ଇରାନ ଓ ଇସ୍ରାଏଲ  ଭିତରେ ସଦ୍ୟ ବିବାଦ ଉପୁଜିଛି । ଏହାର ଜବାବରେ  ଇରାନ ଏପ୍ରିଲ ୧୩ରେ ଇସ୍ରାଏଲ ଉପରେ ୩ ଶହରୁ  ଅଧିକ ମିସାଇଲ ଏବଂ ଡ୍ରୋନ୍‌ରେ ଆକ୍ରମଣ କରିଥିଲା ।  ତେବେ ଆମେରିକା, ବ୍ରିଟେନ, ଫ୍ରାନ୍ସ ସହଯୋଗରେ  ଇସ୍ରାଏଲ ୯୯% ମିସାଇଲ-ଡ୍ରୋନ୍‌କୁ ଖସାଇଦେଇ  ଆକ୍ରମଣକୁ ବିଫଳ କରିଥିଲା ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.