ପ୍ରମୂଖ ଖବର
  • ଭୁବନେଶ୍ୱର : ଫିଲ୍ମ ପ୍ରଯୋଜକ ନିରଞ୍ଜନ ରଣା ଗିରଫ, ଜମି ଦେବା ନାଁରେ ଠକେଇ ଅଭିଯୋଗ
  • ||
  • କୋଣାର୍କ : ୨ବାଇକ୍ ମୁହାଁମୁହିଁ ଧକ୍କା; ଜଣେ ମୃତ, ଜଣେ ଗୁରୁତର
  • ||
  • ସାଧାରଣ ଲୋକଙ୍କ ସହ ପୂଜା ମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମା'ଙ୍କୁ ନେଇ ରାଜନୀତି ନକରିବାକୁ ପରାମର୍ଶ
  • ||
  • ସମ୍ୱଲପୁର : ପୋଲିସକୁ ଆକ୍ରମଣ କରି ହାତ ପାପୁଲି ଛିଣ୍ଡାଇଥିବା ଅଭିଯୁକ୍ତକୁ ଏନକାଉଣ୍ଡର, ପାଲଟା ଆକ୍ରମଣରେ ବୁର୍ଲା ଏସଆଇ ଆହତ
  • ||
  • ଗୋପ ବସ୍ତିରେ ଜମିଜମାକୁ ନେଇ ଦୁଇ ପରିବାର ଭିତରେ ହଣା କଟା, ୫ ଗୁରୁତର
  • ||
  • ଢେଙ୍କାନାଳ : ନିର୍ମାଣଧୀନ ହୋଟେଲ ଛାତ ଭୁଶୁଡିବା ଘଟଣା; ତଦନ୍ତ ପାଇଁ ସ୍ବତନ୍ତ୍ର ପ୍ରଶାସନିକ ଟିମ ଗଠନ
  • ||
  • ଯାଜପୁର : ଅଶ୍ଳୀଳ ନୃତ୍ୟକୁ ବିରୋଧ, ନିଶା ମହାରଣାଙ୍କୁ ଚେୟାର ମାଡ
  • ||
  • କଳାହାଣ୍ଡି :ନର୍ଲା ରେଞ୍ଜ ପରିତ୍ୟକ୍ତ କୂଅରେ ପଡ଼ିଲା ଦନ୍ତା ହାତୀ: ସୁରକ୍ଷିତ ଉଦ୍ଧାର କଲା ବନ ବିଭାଗ
  • ||
  • କେନ୍ଦ୍ରାପଡା : ବାଇକ୍ ଆରୋହୀଙ୍କ ଉପରେ ମାଡ଼ିଗଲା ଟ୍ୟାଙ୍କର, ୨ ମୃତ
  • ||
  • ଆଜି ମହାମାୟାଙ୍କ ମହାସପ୍ତମୀ ପୂଜା, ପୂଜା ମଣ୍ଡପରେ ବ୍ୟାପକ ସୁରକ୍ଷା ଆୟୋଜନ
  • ||
  • ଗୁରୁବାର ଠାରୁ ହାଇକୋର୍ଟଙ୍କ ଦଶହରା ଅବକାଶ, ୨୧ ତାରିଖରେ ଖୋଲିବ କୋର୍ଟ
  • ||
  • ଆଉ ନାହାନ୍ତି ଶିଳ୍ପରତ୍ନ ରତନ ଟାଟା, ଶିଳ୍ପରତ୍ନଙ୍କୁ ହରାଇ ଦେଶ ଓ ଦେଶବାସୀ ସ୍ତବ୍ଧ
  • ||
  • ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ, ଜଙ୍ଗଲ ସଫାରୀ ପାଇଁ କରିବାକୁ ହେବ ପ୍ରି ବୁକିଙ୍ଗ
  • ||
  • ଭୁବନେଶ୍ୱର : ରାସ୍ତାରେ ବୁଲିଲା ୮ ଫୁଟର ଅଜଗର, ଲୋକେ ଆତଙ୍କିତ
  • ||

ଲେବାନନ୍ ଉପରେ ଇସ୍ରାଏଲର ଘନ ଘନ ଏୟାର ଷ୍ଟ୍ରାଇକ୍: ୪୯୨ ଛୁଇଁଲା ମୃତ୍ୟୁ ସଂଖ୍ୟା, ଭୟରେ ଘର ଛାଡିଲେ ଲୋକେ

ନୂଆଦିଲ୍ଲୀ,୨୪।୯:  ପେଜର ଓ ଓ୍ବାକି-ଟକି ବିସ୍ପୋରଣ ପରେ ଇସ୍ରାଏଲ ଏବେ ଲେବାନନ୍‌ରେ ସକ୍ରିୟ ହିଜବୁଲା ବିରୋଧରେ ସିଧାସଳଖ ଯୁଦ୍ଧ ଆରମ୍ଭ କରିଦେଇଛି। ସୋମବାର ଲେବାନନ୍‌ ଉପରେ ଇସ୍ରାଏଲ କରିଛି ଜୋରଦାର ଆକ୍ରମଣ। ୧୮ ବର୍ଷରେ ହୋଇଛି ସବୁଠାରୁ ଭୀଷଣ ହମଲା। ୧୬୦୦ଟି ଏୟାର ଷ୍ଟ୍ରାଇକ୍‌ରେ ୪୯୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। ଏପରିକି ଭୟଙ୍କର ଆକ୍ରମଣରେ ଅନେକ ଲୋକଙ୍କ ଜୀବନ ଯିବା ପରେ ମଧ୍ୟ ଏତିକିରେ ଅଟକି ନଥିଲା ଇସ୍ରାଏଲ। ରାତିସାରା କରିଥିଲା ଏୟାର ଷ୍ଟ୍ରାଇକ୍। ଏପରିକି ମଙ୍ଗଳବାର ସକାଳ ପର୍ଯ୍ୟନ୍ତ ମଧ୍ୟ ଆକ୍ରମଣ ଜାରି ରହିଥିଲା। ହିଜବୁଲା ପକ୍ଷରୁ ମଧ୍ୟ ଇସ୍ରାଏଲ ଉପରେ ପାଲଟା ଆକ୍ରମଣ ହୋଇଛି। 

ଇସ୍ରାଏଲ ଆକ୍ରମଣର ଜବାବ୍ ଦେବାକୁ ଯାଇ ହିଜବୁଲା ପକ୍ଷରୁ ୨୦୦ ରକେଟ ମାଡ଼ କରାଯାଇଛି। ଏହି କାରଣରୁ ଇସ୍ରାଏଲରେ ୭ ଦିନ ପାଇଁ ଏମର୍ଜେନ୍ସି ଘୋଣା ଯାଇଛି। ଏହା ସହ ଆଇରନ୍ ଡୋମ୍‌କୁ ମଧ୍ୟ ସକ୍ରିୟ ରଖାଯାଇଛି। ଲେବାନନ୍ ପାଇଁ ୨୩ ସେପ୍ଟେମ୍ବର ଥିଲା ସବୁଠାରୁ ଘାତକ। ୮ ବର୍ଷ ପୂର୍ବେ ୨୦୦୬ ରେ ତାକୁ ଏଭଳି ଆକ୍ରମଣର ସମ୍ମୁଖୀନ ହେବାକୁ ପଡିଥିଲା। ଇସ୍ରାଏଲ ସେନା ହିଜବୁଲା ବିରୋଧରେ ବ୍ୟାପକ ଏୟାରଷ୍ଟ୍ରାଇ୍ ପୂର୍ବରୁ ଦକ୍ଷିଣ ଓ ପୂର୍ବ ଲେବାନନ୍‌ର ନିବାସୀଙ୍କୁ ନିଜ ଘର ଖାଲି କରିବାକୁ ଚେତାବନୀ ଦେଇଥିଲା। ଦକ୍ଷିଣ ଲେବାନନ୍‌ରୁ ଇସ୍ରାଏଲକୁ ଚେତାବନୀ ପରେ ହଜାର ହଜାର ଲେବାନନ୍ ବାସିନ୍ଦା ନିଜ ଘର ଛାଡି ଚାଲିଯାଥିଲେ।

ଅନ୍ୟପକ୍ଷେ ଇସ୍ରାଏଲ ଓ ଲେବାନନ୍ ମଧ୍ୟରେ ହୋଇଥିବା ଆକ୍ରମଣକୁ ନେଇ ଇରାନ ଆଶ୍ଚର୍ଯ୍ୟ ପ୍ରକାଶ କରିଛି। ଏହା ସହ ଇସ୍ରାଏଲକୁ ଏହାର ପରିଣାମ ଭୋଗିବାକୁ ପଡିବ ବୋଲି ଇରାନ ଧମକ ଦେଇଛି। ସେପେଟ ଇସ୍ରାଏଲ ଓ ହିଜବୁଲା ମଧ୍ୟରେ ଯୁଦ୍ଧକୁ ଦୃଷ୍ଟିରେ ରଖି ଆମେରିକା ପଶ୍ଚିମ ଏସିଆରେ ଅତିରିକ୍ତ ସୈନିକ ପଠାଇଛି, ଯାହାଫଳରେ ଯୁଦ୍ଧ ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.