ନୂଆଦିଲ୍ଲୀ,୦୫/୧୧: ହମାସ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଗାଜାରେ ହମାସ ମୁଖ୍ୟଙ୍କୁ ହତ୍ୟା କରିବା ପରେ ହିଁ ଇସ୍ରାଏଲ ଆଶ୍ବସ୍ତି ପାଇବ। ଏହି ଯୁଦ୍ଧରେ ଜିତିବା ପର୍ଯ୍ୟନ୍ତ ଆମେ ଯୁଦ୍ଧ ଜାରି ରଖିବୁ। ଗାଲାଣ୍ଟ କହିଛନ୍ତି ଯେ ଏହି ଯୁଦ୍ଧରେ ଜିତିବା ପାଇଁ ଇସ୍ରାଏଲ୍ ସୈନିକମାନେ ସବୁକିଛି କରିବାକୁ ପ୍ରସ୍ତୁତ। ସେମାନେ ବିଜୟ ନ ପାଇବା ପର୍ଯ୍ୟନ୍ତ ଯୁଦ୍ଧ ଜାରି ରଖିବେ। ଯଦିଓ ଏହି ଯୁଦ୍ଧରେ ଜିତିବାକୁ ଏକ ବର୍ଷ ଲାଗେ।
ଶନିବାର ଗାଲାଣ୍ଟ କହିଛନ୍ତି ଯେ ଆମର ଏପରି ଯୋଦ୍ଧା ଅଛନ୍ତି ଯେଉଁମାନେ କିଛି ବି କରିବାକୁ ପ୍ରସ୍ତୁତ ଅଛନ୍ତି। ସେ କହିଛନ୍ତି ଯେ ଇସ୍ରାଏଲ ସୈନ୍ୟବାହିନୀ ବର୍ତ୍ତମାନ ଏହି ଯୁଦ୍ଧକୁ ନୂଆ ପର୍ଯ୍ୟାୟରେ ଲଢ଼ୁଛନ୍ତି। ଆମର ସୈନ୍ୟବାହିନୀ ହମାସର ଗୋଟିଏ ପରେ ଗୋଟିଏ ସ୍ଥାନକୁ ଧ୍ବଂସ କରୁଛି। ହମାସ୍ ଟନେଲ୍ ଏବଂ ସେଠାକାର ବଙ୍କର ଉପରେ କ୍ରମାଗତ ଏୟାର ଷ୍ଟ୍ରାଇକ୍ କରୁଛି ଇସ୍ରେଏଲ। ହମାସ୍ ଆତଙ୍କବାଦୀଙ୍କୁ ନିରନ୍ତର ହତ୍ୟା କରାଯାଉଛି। ଆତଙ୍କବାଦୀଙ୍କ ପାଇଁ କୌଣସି ଦୟାକ୍ଷମା ନାହିଁ ବୋଲି କହିଛି ଇସ୍ରାଏଲ।
ଗାଲାଣ୍ଟ ହମାସକୁ ନିଷ୍ଠୁର ବୋଲି ବିବେଚନା କରିଛନ୍ତି। ଗାଲାଣ୍ଟ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ୧୨ଜଣ ହମାସ ବାଟାଲିୟନ କମାଣ୍ଡରଙ୍କୁ ହତ୍ୟା କରାଯାଇଛି। ଅନ୍ୟମାନେ ମଧ୍ୟ ଟାର୍ଗେଟରେ ଅଛନ୍ତି। ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ହମାସର କୌଣସି ସୀମା ନାହିଁ। ଅକ୍ଟୋବର ୭ ରେ ସେ କରିଥିବା ନିଷ୍ଠୁର ଆକ୍ରମଣ ପାଇଁ ତାଙ୍କ ନେତୃତ୍ୱ ଦାୟୀ। ଆମେ ୟାହିୟା ସିନୱାରରେ ପହଞ୍ଚି ତାଙ୍କୁ ହତ୍ୟା କରିବୁ। ସୂଚନାଥାଉକି, ସିନୱାର ଗାଜାରେ ହମାସର ମୁଖ୍ୟ ଅଟନ୍ତି।