ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନିଜର ଆରେଷ୍ଟ ଓ୍ବାରେଣ୍ଟ ଦାବିକୁ ନେଇ ବର୍ଷିଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ, ଆଇସିସିକୁ ଦେଲେ ଚେତାବନୀ

ନୂଆଦିଲ୍ଲୀ,୨୨।୫: ଗାଜାରେ ହମାସ ସହ ଯୁଦ୍ଧ ଲଢୁଥିବା ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଅଡୁଆ ବଢିଛି। ପ୍ରଧାନମନ୍ତ୍ରୀ ନେତନ୍ୟାହୁଙ୍କୁ ଗିରଫ ପାଇଁ ଇଣ୍ଟରନ୍ୟାସନାଲ କ୍ରିମିନାଲ କୋର୍ଟ(ଆଇସିସି)ରୁ ଆରେଷ୍ଟ ଓ୍ବାରେଣ୍ଟ ଦାବି କରାଯାଇଛି। ଏହାକୁ ନେଇ ନେତନ୍ୟାହୁ କହିଛନ୍ତି, ସେ ଲୋକତାନ୍ତ୍ରିକ ଇସ୍ରାଏଲର ତୁଳନା ହମାସର ସାମୁହିକ ହତ୍ୟାକାରୀଙ୍କ ସହ କରିବାକୁ କଡା ବିରୋଧ କରୁଛି। ସେ ନିଜର ଗିରଫଦାରୀ ଦାବିକୁ ଇସ୍ରାଏଲ ସେନା ଓ ପୁରା ଇସ୍ରାଏଲ ଉପରେ ଆକ୍ରମଣ ବୋଲି କହିଛନ୍ତି।

ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ କହିଛନ୍ତି, ଆଇସିସି ଓକିଲ କରିମ ଖାନ୍‌ଙ୍କ ଦ୍ବାରା ଇସ୍ରାଏଲର ଲୋକତାନ୍ତ୍ରିକ ରୂପରେ ଚୟନ କରାଯାଇଥିବା ନେତାଙ୍କ ବିରୋଧରେ ଆରେଷ୍ଟ ଓ୍ବାରେଣ୍ଟ ଦାବି କରିବାର ଅପମାନଜନକ ନିଷ୍ପତ୍ତି। ଏହା ଅନ୍ତର୍ଜାତୀୟ କୋର୍ଟରେ ସବୁବେଳେ ପାଇଁ ଲଜ୍ୟାର କାରଣ ପାଲଟିପାରେ। ଇସ୍ରାଏଲ ଏକ ନରସଂହାର କରୁଥିବା ଆତଙ୍କବାଦୀ ସଂଗଠନ ହମାସ ବିରୋଧରେ ଯୁଦ୍ଧ ଲଢୁଛି। ହମାସ ନରସଂହାର ପରେ ୟେହୁଦି ଲୋକଙ୍କୁ ନିଜର ବନ୍ଧକ କରିଛି।

ଏହା ପୂର୍ବରୁ ଇଣ୍ଟରନ୍ୟାସନାଲ କ୍ରିମିନାଲ କୋର୍ଟର ଓକିଲ କରିମ ଖାନ୍‌ ପିଏମ୍‌ ନେତନ୍ୟାହୁଙ୍କ ଉପରେ ପାଲେଷ୍ଟାନୀୟଙ୍କୁ ଭୋକରେ ମାରିବାର ଅଭିଯୋଗ କରି ଗିରଫ କରିଛନ୍ତି। ଗାଜାରେ ଯୁଦ୍ଧ ଓ ମାନବିକତା ବିରୋଧରେ ଅପରାଧ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗ୍ୟାଲେଣ୍ଟଙ୍କ ଗିରଫଦାରୀ ଦାବି କରାଯାଉଛି। ତାଙ୍କର ଦାବି ଅନୁସାରେ, ଗାଜା ଯୁଦ୍ଧରେ ଇସ୍ରାଏଲ ‘ଭୋକ’କୁ ନାଗରିକଙ୍କ ବିରୋଧରେ ଅସ୍ତ୍ର ଭାବରେ ବ୍ୟବହାର କରୁଛି ଓ ଏହାର ତାଙ୍କ ପାଖରେ ପ୍ରମାଣ ମଧ୍ୟ ରହିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.