ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

‘ମଙ୍ଗଳଯାନ-୨’ ମିଶନ୍‌ ପାଇଁ ଇସ୍ରୋର ପ୍ରସ୍ତୁତି, ଏଥର ଲ୍ୟାଣ୍ଡ କରିବା ସହ ଉଡାଇବ ହେଲିକପ୍ଟର

ନୂଆଦିଲ୍ଲୀ,୨୬।୨: ଇସ୍ରୋ ବର୍ତ୍ତମାନ ନିଜର ଆଗାମୀ ମଙ୍ଗଳଯାନ ମିଶନ୍ ଉପରେ କାମ କରୁଛି। ଏଥର ମଙ୍ଗଳଯାନ କେବଳ ମଙ୍ଗଳ ଗ୍ରହର ପରିକ୍ରମା କରିବନି ବଂର ପୃଷ୍ଠରେ ଲ୍ୟାଣ୍ଡ କରିବ। ଇସ୍ରୋ ମଙ୍ଗଳଯାନ ଲ୍ୟାଣ୍ଡର ସହିତ ନାସା ଭଳି ହେଲିକପ୍ଟର ମଧ୍ୟ ପଠାଇବ। ଏହି ହେଲିକପ୍ଟର ଇଞ୍ଜିନ୍ୟୁଟି ଭଳି ହେବାର ସମ୍ଭାବନା ରହିଛି।

ଏହା ପୂର୍ବରୁ ଭାରତ ନଭେମ୍ବର ୨୦୧୩ ରେ ମଙ୍ଗଳଯାନ ଅର୍ଥାତ Mars Orbiter Mission (MOM)  ପଠାଇଥିଲା, ଯାହାକି ସେପ୍ଟେମ୍ବର ୨୦୧୪ରେ ଲ୍ୟାଣ୍ଡ ହୋଇଥିଲା। ଏହି ଯାନ ମଙ୍ଗଳ ଗ୍ରହର ଚାରିପଟେ ଚକ୍କର ଲଗାଇଥିବା ସ୍ପେସ୍‌କ୍ରାଫ୍ଟ ଥିଲା। ଏହା ଆବଶ୍ୟକତାଠାରୁ ଅଧିକ କାମ କରିଥିଲା। ୨୦୨୨ ରେ ଏହା ସହ ସମ୍ପର୍କ ତୁଟି ଯାଇଥିଲା। ବିକ୍ରମ ସାରାଭାଇ ସ୍ପେସ୍‌ ସେଣ୍ଟରର ସ୍ପେସ୍ ଫିଜିକ୍ସ ଲାବୋରେଟରୀ ସାଇଣ୍ଟିଷ୍ଟ ଜୟଦେବ ପ୍ରଦୀପ ନିକଟରେ ଏକ ଓ୍ବେବିନାରରେ କହିଥିଲେ ଇସ୍ରୋ ମଙ୍ଗଳ ଗ୍ରହକୁ ହେଲିକପ୍ଟର ପଠାଇବାର ଯୋଜନା କରୁଛି। ଏଥର ଇସ୍ରୋ ମଙ୍ଗଳ ଗ୍ରହରେ ଲ୍ୟାଣ୍ଡିଂ କରାଇବ। ଯାହାଫଳରେ ପୃଷ୍ଠରେ ଥିବା ପେଲୋଡସର ସାଇଣ୍ଟିଫିକ୍ ଯାଞ୍ଚ କରିହେବ। ହେଲିକପ୍ଟର ଯୋଗେ ଆକାଶ ମାର୍ଗରୁ ସର୍ଭେ କରିହେବ।

ଇସ୍ରୋର ଏହି ଡ୍ରୋନ୍ ହେଲିକପ୍ଟରରେ ଟେମ୍ପରେଚର ସେନ୍ସର, ହ୍ୟୁମିଡିଟି ସେନ୍ସର, ପ୍ରେସର ସେନ୍ସର, ଓ୍ବିଣ୍ଡ ସ୍ପିଡ୍‌ ସେନ୍ସର, ଇଲେକ୍ଟ୍ରିକ୍ ଫିଲ୍ଡ ସେନ୍ସର, ଟ୍ରେସ୍‌ ସ୍ପେସିଜ୍ ସେନ୍ସର ଓ ଡଷ୍ଟ ସେନ୍ସର ରହିବ। ଏହା ସହିତ ଆକାଶରେ ଉଡୁଥିବା ସମୟରେ ଏରୋସୋଲର ଯାଞ୍ଚ ମଧ୍ୟ କରିବ। ଏହା ୩୨୮ ଫୁଟ ଉଚ୍ଚତାରେ ଉଡାଣ କରି ପାରିବ। ସେଭଳି ନାସାର ହେଲିକପ୍ଟର ଅତିବେଶୀରେ ୭୯ ଫୁଟ ପର୍ଯ୍ୟନ୍ତ ଯାଇ ପାରିଥିଲା। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.