ନୂଆଦିଲ୍ଲୀ,୨୬/୦୫: ୨୦୨୩ ଏପ୍ରିଲ ଠାରୁ ଚଳିତ ବର୍ଷ ଏପ୍ରିଲ ଯାଏ ଦେଶର ପ୍ରମୁଖ ଟେକ୍ନୋଲୋଜି ହବ୍ ଗୁଡିକ ପୁଣି ଚଳଚଞ୍ଚଳ । ସାରା ଦେଶରେ ନିଯୁକ୍ତି କ୍ଷେତ୍ର ପ୍ରଭାବିତ ରହିଥିଲେ ମଧ୍ୟ ଏହି କ୍ଷେତ୍ରଗୁଡିକରେ ସ୍ଥିତି ଭିନ୍ନ ।
ଜବ୍ ମ୍ୟାଚିଂ ଏବଂ ହାୟାରିଂ ପ୍ଲାଟଫର୍ମ ଇନ୍ଡିଡ୍ ରିପୋର୍ଟ ମୁତାବକ, ହାଇଦ୍ରାବାଦରେ ଆଇଟି କ୍ଷେତ୍ର ନିଯୁକ୍ତି ୪୧.୫% ବୃଦ୍ଧି ହୋଇଛି । ବେଙ୍ଗାଲୁରୁରେ ଏହି ହାର ୨୪% । ଏହି ସହରଗୁଡିକ ଆଇଟି ପ୍ରଫେସନାଲଙ୍କ ପାଇଁ ବିଶେଷ ଗୁରୁତ୍ୱ ବହନ କରିଥାଏ । ଫଳରେ ବର୍ତ୍ତମାନ ଏହି ସ୍ଥାନଗୁଡିକ ନୂଆ ନିଯୁକ୍ତି ଆଶାୟୀଙ୍କ ପାଇଁ ହଟ୍ସ୍ପଟ ବୋଲି ଇନ୍ଡିଡ୍ ଇଣ୍ଡିଆର ସେଲ୍ସ ମୁଖ୍ୟ ଶଶି କୁମାର କହିଛନ୍ତି । ଛଟେଇ ସତ୍ତେ୍ୱ ଆଇଟି କ୍ଷେତ୍ରରେ ନିଯୁକ୍ତି ବୃଦ୍ଧି ହେଉଛି । ବର୍ତ୍ତମାନ ପ୍ରତିଯୋଗିତା ବୃଦ୍ଧି ହୋଇଛି । ଏଭଳି ସ୍ଥିତିରେ ନିଯୁକ୍ତି ଆଶାୟୀ ଦକ୍ଷତାକୁ ସର୍ବୋଚ୍ଚ ପ୍ରାଥମିକତା ଭାବେ ବିଚାର କରିବା ଆବଶ୍ୟକତା ରହିଛି ବୋଲି ଶ୍ରୀ କୁମାର କହିଛନ୍ତି ।
ଅଗାମୀ ୫ ବର୍ଷରେ ବର୍ତ୍ତମାନର ଜବ୍ ରୋଲ୍ରେ ବଡ଼ ପରିବର୍ତ୍ତନ ଆସିପାରେ ବୋଲି ଦେଶର ୫୪% କର୍ମଚାରୀ ଆକଳନ କରିଛନ୍ତି । ଏହି ପରିବର୍ତ୍ତନକୁ ସାମ୍ନା କରିବାକୁ ସେମାନେ ସକ୍ଷମ ହେବେ ବୋଲି ୯୫% କର୍ମଚାରୀ ଆଶାବାଦୀ ରହିଛନ୍ତି।