ଭୁବନେଶ୍ୱର, ୨୮।୧: ଦୁଇ ଦିନ ପରେ ରାଜ୍ୟରେ ଶୀତ କମିପାରେ । ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିଯିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଶୁକ୍ରବାର ଅନୁଗୁଳ ଓ ସୁନ୍ଦରଗଡ଼ର କିଛି ସ୍ଥାନରେ ଶୀତ ଲହରୀ ଅନୁଭୂତ ହୋଇଛି । କିରେଇରେ ରାତି ତାପମାତ୍ରା ସବୁଠୁ କମ୍ ୬.୭ଡିଗ୍ରୀ ଅନୁଭୂତ ହୋଇଛି । ସୁନ୍ଦରଗଡ଼ରେ ୭.୪, ରାଉରକେଲାରେ ୮.୯, ଅନୁଗୁଳରେ ୯, ଝାରସୁଗୁଡ଼ାରେ ୯.୪, କେନ୍ଦୁଝରରେ ୧୦ ଓ କୋରାପୁଟରେ ରାତି ତାପମାତ୍ରା ୧୦ଡିଗ୍ରୀ ରହିଥିଲା । ଆସନ୍ତା ୧ ଓ ୨ ତାରିଖରେ ରାଜ୍ୟରେ ପୁଣି ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆସନ୍ତା ୧ ତାରିଖରେ ବାଲେଶ୍ୱର, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜରେ ସ୍ୱଳ୍ପ ବର୍ଷା ହୋଇପାରେ । ୨ରେ ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ଓ ମୟୂରଭଞ୍ଜର କିଛି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ଅଛି ।
ସାଙ୍ଗଠନିକ ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଲା ବିଜେଡି: ପ...