ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଅନନ୍ତ-ରାଧିକାଙ୍କ ବିବାହ ଉତ୍ସବରେ ଯୋଗଦେବାକୁ ଭାରତ ପହଞ୍ଚିଲେ ଇଭାଙ୍କା ଟ୍ରମ୍ପ...

ନୂଆଦିଲ୍ଲୀ: ଶୁକ୍ରବାର ଗୁଜୁରାଟର ଜାମନଗରରେ ପହଞ୍ଚିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ତଥା ହ୍ବାଇଟ୍ ହାଉସର ପୂର୍ବତନ ପରାମର୍ଶଦାତା ଇଭାଙ୍କା ଟ୍ରମ୍ପ । ଅରବପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚେଣ୍ଟଙ୍କ ତିନି ଦିନିଆ ବିବାହ ସମାରୋହ ଶୁକ୍ରବାର ଠାରୁ ଜାମନଗରରେ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ସାରା ବିଶ୍ୱରୁ ନ୍ତର୍ଜାତୀୟ ଅତିଥିମାନେ ଆସୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଜାମନଗର ବିମାନବନ୍ଦର ସବୁଠୁ ବ୍ୟସ୍ତବହୁଳ ବିମାନବନ୍ଦର ପାଲଟିଛି ।

ଆମେରିକାର ପୂର୍ବତନ ରାଷ୍ଟ୍ରପତି ହେବା ବ୍ୟତୀତ ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଜଣେ ବଡ ବ୍ୟବସାୟୀ । ତାଙ୍କର ଅମ୍ବାନୀ ପରିବାର ସହିତ ମଧ୍ୟ ବହୁତ ଭଲ ସମ୍ପର୍କ ରହିଛି ।  ବ୍ୟବସାୟ ଜଗତରେ ଟ୍ରମ୍ପ ଏକ ବଡ ନାମ । ଏହି କାରଣରୁ ଟ୍ରମ୍ପ ପରିବାରକୁ ଅନନ୍ତ ଅମ୍ବାନୀ-ରାଧିକା ମର୍ଚେଣ୍ଟଙ୍କ ବିବାହ ସମାରୋହକୁ ନିମନ୍ତ୍ରଣ କରାଯାଇଥିଲା । ଇଭାଙ୍କା ଟ୍ରମ୍ପ ପରିବାର ପକ୍ଷରୁ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଭାରତ ଆସିଛନ୍ତି। ଇଭାଙ୍କା ଧଳା ପୋଷାକ ପିନ୍ଧିଥିବାର ଏକ ଭିଡିଓ ସାମ୍ନାକୁ ଆସିଛିଯେଉଁଥିରେ ସେ ଏକ କାରରେ ବସିଥିବାର ନଜର ଆସିଛନ୍ତି । 

ଗୁଜୁରାଟର ଜାମନଗର ବିମାନବନ୍ଦରରେ ଅନ୍ତର୍ଜାତୀୟ ଅତିଥିମାନେ ଜଣକ ପରେ ଜଣେ ପହଞ୍ଚୁଛନ୍ତି । ଇଭାଙ୍କା ବ୍ୟତୀତ ଅନେକ ଭିଭିଆଇପି (VVIP) ଅତିଥି ଏଠାକୁ ଆସିବାକୁ ଲାଗିଛନ୍ତି । ଏହି ତିନି ଦିନିଆ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ମୋର୍ଗାନ ଷ୍ଟାନଲିର ସିଇଓ ଟେଡ ପିକମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ୍ ଗେଟ୍ସଡିଜନି ସିଇଓ ବବ ଆଇଗରବ୍ଲାକକ୍ ସିଇଓ ଲ୍ୟାରି ଫିଙ୍କଏକନାଟ୍ ସିଇଓ ସୁଲତାନ ଅହମ୍ମଦ ଅଲ ଜାବେର ଏବଂ ଏଲ ରୋଥଚିଲ୍ଡ ଅଧ୍ୟକ୍ଷ ଲିନ ଫରିଷ୍ଟର ଡି ରୋଥଚିଲ୍ଡ ଯୋଗଦେବେ ବୋଲି ଆଶା କରାଯାଉଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.