ଭୁବନେଶ୍ଵର, ୨୭/୦୮ : ରାଜ୍ୟସଭା ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାର କଲେ ଜଗନ୍ନାଥ ପ୍ରଧାନ। ନାମାଙ୍କନ ପତ୍ର ପ୍ରତ୍ୟାହାର କରିବା ପରେ ସେ ପ୍ରତିକ୍ରିୟା ରଖିଛନ୍ତି। ଜଗନ୍ନାଥ କହିଛନ୍ତି ଯେ, ଦଳୀୟ ନେତୃତ୍ଵଙ୍କ ନିଷ୍ପତ୍ତି ଅନୁସାରେ ନାମାଙ୍କନ ଦାଖଲ କରିଥିଲି। ଦଳ ଯେଉଁ ଦାୟିତ୍ଵ ଦେଇଛି ନିର୍ବାହ କରିଛି। ପାର୍ଟିର ଜଣେ ଶୃଙ୍ଖଳିତ କାର୍ଯ୍ୟକର୍ତ୍ତା ଭାବେ ଦଳୀୟ ନିଷ୍ପତ୍ତି ପାଳନ କରିଛି। ଦଳର ଏହା ଆଭ୍ୟନ୍ତରୀଣ ଷ୍ଟ୍ରାଟେଜି ଥିଲା।
ସୂଚନାନୁଯାୟୀ, ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଥିଲେ ବିଜେପିର ୨ ପ୍ରାର୍ଥୀ। ଦଳୀୟ ଟିକେଟରୁ ମମତା ମହାନ୍ତ ନାମାଙ୍କନ ଭରିଥିବା ବେଳେ ସ୍ଵାଧୀନ ଭାବେ ନାମାଙ୍କନ ଭରିଥିଲେ ଜଗନ୍ନାଥ ପ୍ରଧାନ। ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନରେ ଓହରିଛନ୍ତି ଜଗନ୍ନାଥ ପ୍ରଧାନ। ଏବେ କାଏମ ରହିଛି ମମତା ମହାନ୍ତଙ୍କ ପ୍ରାର୍ଥୀପତ୍ର।